ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସୋମନାଥ ମନ୍ଦିରରେ ପ୍ରାର୍ଥନା କରି ନିଜକୁ ଧନ୍ୟ ମଣୁଛି; ପ୍ରତ୍ୟେକ ଭାରତୀୟଙ୍କ ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଛି; ଏହି ମନ୍ଦିର ଆମ ସଂସ୍କୃତିର ସାହସ ଏବଂ କାଳଜୟୀ ଐତିହ୍ୟକୁ ଦର୍ଶାଉଛି: ପ୍ରଧାନମନ୍ତ୍ରୀ
Posted On:
02 MAR 2025 8:32PM by PIB Bhubaneshwar
ପ୍ରୟାଗରାଜରେ ମହାକୁମ୍ଭ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ସୋମନାଥ ମନ୍ଦିରରେ ଠାକୁର ଦର୍ଶନ କରିଛନ୍ତି ।
ଏକ୍ସ ରେ ଭିନ୍ନ ଭିନ୍ନ ପୋଷ୍ଟରେ ସେ ଲେଖିଛନ୍ତି :
“ପ୍ରୟାଗରାଜରେ ମହାକୁମ୍ଭ ଶେଷ ହେବା ପରେ ସୋମନାଥ ଯିବି ବୋଲି ମୁଁ ନିଷ୍ପତ୍ତି ନେଇଥିଲି, ଯାହାକି ୧୨ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ପ୍ରଥମ ।
ଆଜି ସୋମନାଥ ମନ୍ଦିରରେ ପ୍ରାର୍ଥନା କରି ମୁଁ ନିଜକୁ ଧନ୍ୟ ମଣୁଛି । ମୁଁ ପ୍ରତ୍ୟେକ ଭାରତୀୟଙ୍କ ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଛି । ଏହି ମନ୍ଦିର ଆମ ସଂସ୍କୃତିର ସାହସ ଏବଂ କାଳଜୟୀ ଐତିହ୍ୟକୁ ଦର୍ଶାଉଛି ।”
“ପ୍ରୟାଗରାଜରେ ଏକତାର ମହାକୁମ୍ଭ କୋଟି କୋଟି ଦେଶବାସୀଙ୍କ ପ୍ରୟାସରେ ସମ୍ପନ୍ନ ହୋଇଛି । ମୁଁ ଏକ ସେବକ ଭାବେ ମନ ମଧ୍ୟରେ ସଂକଳ୍ପ ନେଇଥଲି ଯେ ମହାକୁମ୍ଭ ପରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ପ୍ରଥମ ଜ୍ୟୋତିର୍ଲିଙ୍ଗ ଶ୍ରୀ ସୋମନାଥଙ୍କ ପୂଜାର୍ଚ୍ଚନା କରିବି ।
ଆଜି ସୋମନାଥ ଦାଦାଙ୍କ ଆଶୀର୍ବାଦରେ ସେହି ସଂକଳ୍ପ ପୂର୍ଣ୍ଣ ହୋଇଛି । ମୁଁ ସମସ୍ତ ଦେଶବାସୀଙ୍କ ପକ୍ଷରୁ ଏକତାର ମହାକୁମ୍ଭର ସଫଳ ସିଦ୍ଧିକୁ ଶ୍ରୀ ସୋମନାଥ ଭଗବାନଙ୍କ ଚରଣରେ ସମର୍ପିତ କରିଛି । ଏହି ଅବସରରେ ମୁଁ ସମସ୍ତ ଦେଶବାସୀଙ୍କ ସ୍ୱାସ୍ଥ୍ୟ ଓ ସମୃଦ୍ଧିର କାମନା କରିଛି ।”
SR
(Release ID: 2107633)
Visitor Counter : 12