ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୧ରେ ‘କୃଷି ଏବଂ ଗ୍ରାମୀଣ ସମୃଦ୍ଧି’ ଉପରେ ବଜେଟ ପରବର୍ତ୍ତୀ ୱେବିନାରରେ ଭାଗ ନେବେ


ୱେବିନାର ଚଳିତ ବର୍ଷର ବଜେଟ ଦୃଷ୍ଟିକୋଣକୁ କାର୍ଯ୍ୟାନ୍ୱିତ ପରିଣାମରେ ବଦଳାଇବା ପାଇଁ ସହଯୋଗକୁ ବଢ଼ାଇବ

प्रविष्टि तिथि: 28 FEB 2025 7:32PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୧ ତାରିଖ ଦ୍ୱିପ୍ରହର ପ୍ରାୟ ୧୨.୩୦ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘କୃଷି ଏବଂ ଗ୍ରାମୀଣ ସମୃଦ୍ଧି’ ଉପରେ ବଜେଟ ପରବର୍ତ୍ତୀ ୱେବିନାରରେ ଭାଗ ନେବେ । ଏହି ଅବସରରେ ସେ ସଭାକୁ ସମ୍ବୋଧିତ ମଧ୍ୟ କରିବେ ।

ଏହି ୱେବିନାରର ଉଦ୍ଦେଶ୍ୟ ଚଳିତ ବର୍ଷର ବଜେଟ ଘୋଷଣାକୁ ପ୍ରଭାବୀ କାର୍ଯ୍ୟାନ୍ୱୟନର ରଣନୀତି ଉପରେ କେନ୍ଦ୍ରିତ ଚର୍ଚ୍ଚାରେ ପ୍ରମୁଖ ସମ୍ବନ୍ଧିତ ପକ୍ଷଙ୍କୁ ଗୋଟିଏ ମଞ୍ଚକୁ ଆଣିବା । କୃଷି ଏବଂ ଗ୍ରାମୀଣ ସମୃଦ୍ଧି ଉପରେ ଜୋର୍ ଦେବା ସହ ଏହି ଅଧିବେଶନ ବଜେଟ ଦୃଷ୍ଟିକୋଣକୁ କାର୍ଯ୍ୟାନ୍ୱୟନ ଯୋଗ୍ୟ ପରିଣମାରେ ବଦଳାଇବା ପାଇଁ ସହଯୋଗକୁ ବଢ଼ାଇବ । ଏହି ୱେବିନାର ବିଭିନ୍ନ ପ୍ରୟାସକୁ ସଂରକ୍ଷିତ କରି ରଖିବା ଏବଂ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନକୁ ସଞ୍ଚାଳିତ କରିବା ପାଇଁ ଘରୋଇ କ୍ଷେତ୍ରର ବିଶେଷଜ୍ଞ, ଉଦ୍ୟୋଗ ପ୍ରତିନିଧି ଏବଂ ବିଷୟବସ୍ତୁ ବିଶେଷଜ୍ଞଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବ । 

SR


(रिलीज़ आईडी: 2107367) आगंतुक पटल : 39
इस विज्ञप्ति को इन भाषाओं में पढ़ें: Malayalam , English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada