ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଯୁକ୍ତରାଷ୍ଟ୍ର ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା ମାଇକେଲ ୱାଲଜ୍
Posted On:
13 FEB 2025 11:39PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ମାଇକେଲ ୱାଲଜ୍ ଭେଟିଛନ୍ତି ।
ଭାରତ-ଆମେରିକା ବୈଶ୍ୱିକ ରଣନୀତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଦିଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ରଣନୀତିକ ପ୍ରଯୁକ୍ତି ବିଦ୍ୟା,ପ୍ରତିରକ୍ଷା ଔଦ୍ୟୋଗିକ ସହଯୋଗ, କ୍ଷୁଦ୍ର ମଡୁଲାର ରିଆକ୍ଟର ଭିତ୍ତିକ ବେସାମରିକ ଆଣବିକ ଶକ୍ତି ଏବଂ ଆତଙ୍କବାଦ ବିରୋଧୀ ଲଢ଼େଇକୁ ଏଥିରେ ଗୁରୁତ୍ୱ ଦିଆଯାଇଥିଲା ।
ପାରସ୍ପରିକ ସ୍ୱାର୍ଥ ଥିବା ବିଭିନ୍ନ ଆନ୍ତର୍ଜାତିକ ଓ ଆଞ୍ଚଳିକ ପ୍ରସଙ୍ଗ ମଧ୍ୟ ଆଲୋଚନାରେ ସ୍ଥାନ ପାଇଥିଲା ।
SR
(Release ID: 2103208)
Visitor Counter : 35
Read this release in:
English
,
Urdu
,
Marathi
,
Hindi
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam