ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପରୀକ୍ଷା ସମୟରେ ପ୍ରାଦ୍ୟୋଗିକୀ ଅର୍ଥାତ; କମ୍ପ୍ୟୁଟର, ଟାବଲେଟ, ମୋବାଇଲ ସ୍କ୍ରିନ୍ ଦେଖିବାରେ ଅଧିକ ସମୟ କାଟିବା ଛାତ୍ର, ଅଭିଭାବକ ଏବଂ ଶିକ୍ଷକଙ୍କ ସମ୍ମୁଖରେ ବଡ଼ ସମସ୍ୟା ହୋଇଛି: ପ୍ରଧାନମନ୍ତ୍ରୀ

Posted On: 12 FEB 2025 2:00PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ପରୀକ୍ଷା ସମୟରେ  ପ୍ରାଦ୍ୟୋଗିକୀ ଅର୍ଥାତ; କମ୍ପ୍ୟୁଟର, ଟାବଲେଟ, ମୋବାଇଲ ସ୍କ୍ରିନ୍ ଦେଖିବାରେ ଅଧିକ ସମୟ କାଟିବା ଛାତ୍ର, ଅଭିଭାବକ ଏବଂ ଶିକ୍ଷକଙ୍କ ସମ୍ମୁଖରେ ବଡ଼ ସମସ୍ୟା ହୋଇଛି । କାଲିର ପରୀକ୍ଷା ପେ ଚର୍ଚ୍ଚାର ତୃତୀୟ ଏପିସୋଡ ସମସ୍ତେ ଦେଖିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ହୋଇଥିବା ଏକ ପୋଷ୍ଟ ର ପ୍ରତିକ୍ରିୟାରେ ଶ୍ରୀ ମୋଦୀ କହିଛନ୍ତି;

“ପରୀକ୍ଷା ସମୟରେ ପ୍ରାଦ୍ୟୋଗିକୀ ଅର୍ଥାତ ଗେଜେଟ୍ସର ଭୂମିକା...ଛତ୍ରମାନେ ସ୍କ୍ରିନରେ ଅଧିକ ସମୟ କାଟିବା...ଏହା ଏକ ବଡ଼ ସମସ୍ୟା, ଯାହାର ସମ୍ମୁଖିନ ହେଉଛନ୍ତି ଛାତ୍ର, ଅଭିଭାବକ ଓ ଶିକ୍ଷକମାନେ । କାଲି, ଫେବୃଆରୀ ୧୩ ତାରିଖରେ @TechnicalGuruji ଏବଂ @iRadhikaGupta ଙ୍କର ‘ପରୀକ୍ଷା ପେ ଚର୍ଚ୍ଚା’ ଏପିସୋଡରେ ଏହି ସମସ୍ୟା ଉପରେ ଚର୍ଚ୍ଚା କରିବା । ନିଶ୍ଚିତ ଦେଖନ୍ତୁ । #PPC2025 #ExamWarriors”

SR


(Release ID: 2102647) Visitor Counter : 21