ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

୨୦୨୬ ମାର୍ଚ୍ଚ ୩୧ ପୂର୍ବରୁ ଆମେ ଦେଶରୁ ନକ୍ସଲବାଦକୁ ନିପାତ କରିବୁ



ଭାରତକୁ ନକ୍ସଲ ମୁକ୍ତ କରିବା ଦିଗରେ ସୁରକ୍ଷା ବାହିନୀ ଦ୍ୱାରା ୩୧ ଜଣ ନକ୍ସଲଙ୍କୁ ନିପାତ କରିବା ଏକ ବଡ଼ ସଫଳତା ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି

ଏହି ଅପରେସନରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ନକ୍ସଲବାଦର ମୂଳୋତ୍ପାଟନ ପ୍ରୟାସରେ ଆମେ ଆଜି ଦୁଇ ଜଣ ବୀର ଯବାନଙ୍କୁ ହରାଇଛୁ, ଦେଶ ସବୁବେଳେ ଏହି ବୀରମାନଙ୍କ ନିକଟରେ ଋଣୀ ରହିବ

Posted On: 09 FEB 2025 4:40PM by PIB Bhubaneshwar

 

09.02.2025 : ଛତିଶଗଡ଼ର ବିଜାପୁରରେ ସୁରକ୍ଷାବାହିନୀ ୩୧ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି। ଭାରତକୁ ନକ୍ସଲ ମୁକ୍ତ କରିବା ଦିଗରେ ସୁରକ୍ଷା ବାହିନୀ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି।

'ଏକ୍ସ'ରେ ଏକ ପୋଷ୍ଟରେ କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଭାରତକୁ ନକ୍ସଲ ମୁକ୍ତ କରିବା ପାଇଁ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି, ଏହି ଅପରେସନରେ ୩୧ ଜଣ ନକ୍ସଲ ନିହତ ହୋଇଛନ୍ତି ଏବଂ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ତଥା ବିସ୍ଫୋରକ ଜବତ କରାଯାଇଛି।

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ, ଆଜି ମାନବ ବିରୋଧୀ ନକ୍ସଲବାଦର ମୂଳୋତ୍ପାଟନ ବେଳେ ଆମେ ଦୁଇ ଜଣ ବୀର ଯବାନଙ୍କୁ ହରାଇଛୁ। ଏହି ବୀରମାନଙ୍କ ନିକଟରେ ଦେଶ ସର୍ବଦା ଋଣୀ ରହିବ। ଶ୍ରୀ ଅମିତ ଶାହ ସହିଦ ଯବାନଙ୍କ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଆମେ ଦେଶରୁ ନକ୍ସଲବାଦର ମୂଳୋତ୍ପାଟନ କରିବୁ ଏବଂ ଏହା ଦ୍ୱାରା କୌଣସି ନାଗରିକଙ୍କୁ ଜୀବନ ହାରିବାକୁ ପଡ଼ିବ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

 

BS


(Release ID: 2101184) Visitor Counter : 10