ଅର୍ଥ ମନ୍ତ୍ରଣାଳୟ
azadi ka amrit mahotsav

ଆନ୍ତର୍ଜାତୀୟ ବାଣିଜ୍ୟ ପାଇଁ ବାଣିଜ୍ୟ ଡକ୍ୟୁମେଣ୍ଟେସନ୍ ଏବଂ ଆର୍ଥିକ ସମାଧାନ ପାଇଁ ଏକ ସମନ୍ୱିତ ପ୍ଲାଟଫର୍ମ ଭାବରେ ‘ଭାରତ ଟ୍ରେଡନେଟ୍‍’ ପ୍ରତିଷ୍ଠା କରାଯିବ: କେନ୍ଦ୍ର ବଜେଟ୍ ୨୦୨୫-୨୬


ବିଶ୍ୱ ଯୋଗାଣ ଶୃଙ୍ଖଳ ସହିତ ଭାରତୀୟ ଅର୍ଥନୀତିକୁ ଯୋଡ଼ିବା ପାଇଁ ଘରୋଇ ଉତ୍ପାଦନ କ୍ଷମତା ବୃଦ୍ଧି କରାଯିବ

ଶିଳ୍ପ ୪.୦ର ସୁଯୋଗ ବୃଦ୍ଧି ଲାଗି ସରକାର ଘରୋଇ ବୈଦ୍ୟୁତିକ ଉପକରଣ ଶିଳ୍ପକୁ ପ୍ରୋତ୍ସାହନ ଦେବେ

ଉଦୀୟମାନ ଟିୟର- ୨ ସହରରେ ବିଶ୍ୱ କ୍ଷମତା କେନ୍ଦ୍ରକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟଗୁଡ଼ିକର ମାର୍ଗ ଦର୍ଶନ ପାଇଁ ପ୍ରଣୟନ ହେବ ଜାତୀୟ ଫ୍ରେମ୍‍ଓ୍ୱର୍କ

Posted On: 01 FEB 2025 1:15PM by PIB Bhubaneshwar

 

ସମସ୍ତ କ୍ଷେତ୍ରର ସନ୍ତୁଳିତ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରି ସବକା ବିକାଶ’ ଯାତ୍ରାରେ ରପ୍ତାନିକୁ ଭାରତର ଅଭିବୃଦ୍ଧି କାହାଣୀର ଏକ ଶକ୍ତିଶାଳୀ ଇଞ୍ଜିନ୍ ଭାବରେ ଗଣନା କରାଯାଇଛି। କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ଉପସ୍ଥାପିତ କରିଥିବା କେନ୍ଦ୍ର ବଜେଟ୍ ୨୦୨୫-୨୬ରେ ଘରୋଇ ଉତ୍ପାଦନରେ ପରିବର୍ତ୍ତନକାରୀ ସଂସ୍କାର ଏବଂ ବିଶ୍ୱ ଯୋଗାଣ ଶୃଙ୍ଖଳରେ ଭାରତର ଅର୍ଥନୀତିକୁ ଯୋଡ଼ିବା ଲାଗି ଲକ୍ଷ୍ୟ ଖାଯାଇଛି।

 

ଭାରତଟ୍ରେଡନେଟ୍

ଆନ୍ତର୍ଜାତିକ ବାଣିଜ୍ୟ ଡକ୍ୟୁମେଣ୍ଟେସନ୍ ଏବଂ ଆର୍ଥିକ ସମାଧାନ ପାଇଁ ଏକୀକୃତ ପ୍ଲାଟଫର୍ମ ଭାବରେ ପାଇଁ ସାର୍ବଜନୀନ ଡିଜିଟାଲ୍ ଭିତ୍ତିଭୂମି, 'ଭାରତଟ୍ରେଡନେଟ୍' (ବିଟିଏନ୍) ସ୍ଥାପନ କରିବାକୁ ପ୍ରସ୍ତାବ ଦିଆଯାଇଛି। ବଜେଟ୍ ଭାଷଣରେ ଶ୍ରୀମତୀ ସୀତାରମଣ କହିଥିଲେ ଯେ, " ଏହିବିଟିଏନ୍ ଏକୀକୃତ ଲଜିଷ୍ଟିକ୍ସ ଇଣ୍ଟରଫେସ୍ ପ୍ଲାଟଫର୍ମକୁ ସହାୟତା ପ୍ରଦାନ କରିବ ଏବଂ ବିଟିଏନ୍କୁ ଅନ୍ତର୍ଜାତୀୟ କାର୍ଯ୍ୟ ପ୍ରଣାଳୀ ସହିତ ସୁସଙ୍ଗତ କରାଯିବ"

 

ଭାରତର ଅର୍ଥନୀତିକୁ ବିଶ୍ୱ ଯୋଗାଣ ଶୃଙ୍ଖଳ ସହିତ ଯୋଡ଼ିବା

ଅର୍ଥମନ୍ତ୍ରୀ ୨୦୨୫-୨୬ ବଜେଟ୍ ରେ ଘୋଷଣା କରିଛନ୍ତି, ଭାରତୀୟ ଅର୍ଥନୀତିକୁ ବିଶ୍ୱ ଯୋଗାଣ ଶୃଙ୍ଖଳ ସହିତ ଯୋଡ଼ିବା ଲାଗି ପଦକ୍ଷେପ ନିଆଯିବ। ଏହିକ୍ରମରେ ଘରୋଇ ଉତ୍ପାଦନ କ୍ଷମତା ବିକାଶ ପାଇଁ ସହାୟତା ଯୋଗାଇ ଦିଆଯିବ। ଏହି ଦିଗରେ, ଏକ ବସ୍ତୁନିଷ୍ଠ ମାନଦଣ୍ଡ ଆଧାରରେ କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରାଯିବ।

କିଛି ଚୟନିତ ଉତ୍ପାଦ ଏବଂ ଯୋଗାଣ ଶୃଙ୍ଖଳ ପାଇଁ ବରିଷ୍ଠ ଅଧିକାରୀ ଏବଂ ଶିଳ୍ପ ପ୍ରତିନିଧିଙ୍କ ଦ୍ୱାରା ଏକହାୟକ ଗୋଷ୍ଠୀ ଗଠନ କରାଯିବା ଲାଗି ମଧ୍ୟ ପ୍ରସ୍ତାବ ରଖାଯାଇଛି।

ଶ୍ରୀମନ୍ତୀ ସୀତାରମଣ କହିଛନ୍ତି, ଭାରତର ଯୁବପିଢ଼ିଙ୍କ ପାଖରେ ଉଚ୍ଚ ଦକ୍ଷତା ଏବଂ ପ୍ରତିଭା ଉଭୟ ରହିଛି। ଏହା ଶିଳ୍ପ ୪.୦ ସହିତ ଜଡ଼ିତ ସୁଯୋଗର ଲାଭ ଉଠାଇବା ପାଇଁ ଆବଶ୍ୟକ। "ଆମ ସରକାର ଏହି ସୁଯୋଗକୁ ଉପଯୋଗ କରି ଘରୋଇ ଇଲେକ୍ଟ୍ରୋନିକ୍ ଉପକରଣ ଶିଳ୍ପକୁ ସହାୟକ ହେବେ। ଏହାଦ୍ୱାରା ଯୁବପିଢ଼ିଙ୍କୁ ଲାଭ ମିଳିବ।

 

ଜିସିସି ପାଇଁ ଜାତୀୟ ଫ୍ରେମ୍ଓ୍ୱର୍କ

କେନ୍ଦ୍ରୀୟ ବଜେଟ 2025-26 ରେ ପ୍ରସ୍ତାବ ଦିଆଯାଇଛି ଯେ ଉଦୀୟମାନ ଟିୟର- 2 ସହରଗୁଡ଼ିକରେ ବିଶ୍ୱ ଦକ୍ଷତା କେନ୍ଦ୍ରଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟଗୁଡ଼ିକ ମାର୍ଗଦର୍ଶନ ପାଇଁ ଏକ ଜାତୀୟ ଫ୍ରେମ୍ଓ୍ୱର୍କ ପ୍ରସ୍ତୁତ କରାଯିବ। ଏହା ପ୍ରତିଭା ଏବଂ ଭିତ୍ତିଭୂମି ବୃଦ୍ଧି, ନିର୍ମାଣ-ଆଇନ ସଂସ୍କାର ଏବଂ ଶିଳ୍ପ ସହିତ ସହଯୋଗ ଉଦ୍ଦେଶ୍ୟରେ 16 ଟି ପଦକ୍ଷେପ ବାବଦରେ ପରାମର୍ଶ ଦେବ


(Release ID: 2098803) Visitor Counter : 11