ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
azadi ka amrit mahotsav

ଆଗାମୀ ବିଶ୍ୱ ଅଡିଓ ଭିଜୁଆଲ ଏଣ୍ଟରଟେନମେଣ୍ଟ ସମ୍ମିଳନୀ ଭାରତର ସୃଜନଶୀଳ ଶକ୍ତିକୁ ପ୍ରଦର୍ଶନ କରିବା ଏବଂ ବିଶ୍ୱ ସମ୍ମୁଖରେ ଆମ ପାଇଁ ଏକ ନୂତନ ପରିଚୟ ହାସଲ କରିବାର ଏକ ଭବ୍ୟ ଅବସର: ଭାରତର ପ୍ରଧାନମନ୍ତ୍ରୀ



ଉତ୍କର୍ଷ ଓଡ଼ିଶା - ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ପ୍ରଧାନମନ୍ତ୍ରୀ କହିଲେ, 'ୱେଭ୍ସ' ଭଳି କାର୍ଯ୍ୟକ୍ରମ କେବଳ ରାଜସ୍ୱ ସୃଷ୍ଟି କରେ ନାହିଁ କି ଚିନ୍ତନ ବିକଶିତ କରିବାରେ ସହାୟକ ହୁଏ ନାହିଁ ବରଂ ସୃଜନଶୀଳ ପ୍ରତିଭାଙ୍କୁ ଉପଯୋଗ କରି ରାଜ୍ୟଗୁଡ଼ିକୁ ବିଶ୍ୱସ୍ତରରେ ପ୍ରୋତ୍ସାହିତ କରିଥାଏ

ସୌଖୀନ ସଙ୍ଗୀତ ନିର୍ମାତା, ଫ୍ୟାଶନ ପ୍ରେମୀ, ସୃଜନଶୀଳ ଫ୍ରିଲାନ୍ସର, ବିଜ୍ଞାପନ ପେସାଦାର ଏବଂ ଡିଜାଇନରମାନଙ୍କ ପାଇଁ ୱେଭ୍ସରେ ଅଂଶଗ୍ରହଣ କରିବା ଏବଂ ନିଜ କଳାରେ ଜଣେ ପ୍ରଖ୍ୟାତ ଉସ୍ତାଦ ହେବାର ସୁବର୍ଣ୍ଣ ସୁଯୋଗ

ଦୂରଦର୍ଶନ ଏବଂ ଦିଲ୍ଲୀ ଦରବାର ମିଳିତ ଉପକ୍ରମ ଅଧୀନରେ ଆବେଦନ କରନ୍ତୁ - ୧୮ ବର୍ଷ ରୁ ଅଧିକ ବୟସ ପାଇଁ ଶାସ୍ତ୍ରୀୟ, ଅର୍ଦ୍ଧ ଶାସ୍ତ୍ରୀୟ ଏବଂ ସୁଫି କଳାକାରଙ୍କ ପାଇଁ ୱାହ ଉସ୍ତାଦ ସଙ୍ଗୀତ ପ୍ରତିଭା ସନ୍ଧାନ ରିଆଲିଟି ସୋ'

ଉଲ୍ଲେଖନୀୟ ଇଡିଏମ୍ ଚ୍ୟାଲେଞ୍ଜ ସହିତ ସ୍ପନ୍ଦନ: ୱେଭ୍ସ ଡିଜିଟାଲ ସଙ୍ଗୀତ ପ୍ରଯୋଜକମାନଙ୍କୁ ଇଡିଏମରେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବାକୁ ପ୍ରଥମ ସୁଯୋଗ ପ୍ରଦାନ କରେ

'ମେକ୍ ଦି ୱାର୍ଲ୍ଡ ଓ୍ୱିୟର ଖଦୀ' ପ୍ରତିଯୋଗୀତାରେ ବିଜ୍ଞାପନ ନିର୍ମାତା ଏବଂ ପ୍ରତିଭାସମ୍ପନ୍ନ ମାନଙ୍କୁ ବିଶ୍ୱସ୍ତରୀୟ ଅଂଶଗ୍ରହଣ ସହ ଭାରତର ଖଦୀକୁ ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ ଭାବରେ ସ୍ଥାନିତ କରିବାରେ ସାହାଯ୍ୟ କରୁଥିବା ଅଭିନବ ଅଭିଯାନରେ ସହାୟତା ମିଳିପାରିବ

ମିଡିଆ

Posted On: 28 JAN 2025 5:35PM by PIB Bhubaneshwar

ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆଗାମୀ ୱେଭ୍ସ (ବିଶ୍ୱ ଅଡିଓ ଭିଜୁଆଲ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ) ଭାରତର ସୃଜନଶୀଳ ଦକ୍ଷତାକୁ ବିଶ୍ୱରେ ଏକ ନୂତନ  ପରିଚୟ ପ୍ରଦାନ କରିବ । ଭୁବନେଶ୍ୱରରେ ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ରେ ଉଦବୋଧନ ଦେଇ ସେ କହିଥିଲେ ଯେ, ୱେଭ୍ସ  ଭଳି କାର୍ଯ୍ୟକ୍ରମ କେବଳ ଉଲ୍ଲେଖନୀୟ ରାଜସ୍ବ ଆଦାୟ କରେ ନାହିଁ, ବରଂ ଭଲ ଧାରଣା ସୃଷ୍ଟି କରି ଅର୍ଥନୀତିକୁ ଆଗକୁ ବଢ଼ାଇଥାଏ। ଭାରତର ବିଶାଳ ସୃଜନଶୀଳ ପ୍ରତିଭାକୁ ଉପଯୋଗ କରିବା ଏବଂ ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ଦେଶକୁ ଏକ ବିଶ୍ୱସ୍ତରୀୟ ନେତୃତ୍ୱ ପ୍ରଦାନ କରିବା ପାଇଁ ଏଭଳି ପଦକ୍ଷେପର ବିପୁଳ ସମ୍ଭାବନା ଉପରେ ସେ ଆଲୋକପାତ କରିଥିଲେ ।

WAVE Summit भारत की creative power को दुनिया में नई पहचान दिलाएगा। - पीएम @narendramodi जी📍At 'Utkarsh Odisha' - Make in Odisha Conclave, Bhubaneswar pic.twitter.com/jv1SUL46B3
— Ashwini Vaishnaw (@AshwiniVaishnaw) January 28, 2025ୱେଭ୍ସ  ୨୦୨୫: ସମସାମୟିକ ସୃଜନଶୀଳତା ସହିତ ଭାରତର କାଳଜୟୀ ପରମ୍ପରାକୁ ଯୋଡ଼ିଥାଏ

ୱେଭ୍ସ ୨୦୨୫ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ଆଧୁନିକ ସୃଜନଶୀଳତାର ଏକ ଅନନ୍ୟ ମିଶ୍ରଣ , ଯାହା ଶାସ୍ତ୍ରୀୟ ଏବଂ ଅର୍ଦ୍ଧ-ଶାସ୍ତ୍ରୀୟ ସଙ୍ଗୀତର ସଙ୍ଗୀତକାରଙ୍କଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ସ ଡ୍ୟାନ୍ସ ମ୍ୟୁଜିକ୍ (ଇଡିଏମ)ର ଆଧୁନିକ ସଙ୍ଗୀତର ସଙ୍ଗୀତକାର ଏବଂ ଖଦି ପାଇଁ ଅଭିନବ ବିଜ୍ଞାପନ ପେସାଦାର, ଡିଜାଇନର ଏବଂ ନିର୍ମାତାସମସ୍ତଙ୍କୁ ଏକ ପ୍ଲାଟଫର୍ମ ପ୍ରଦାନ କରୁଛି ।


ଅତୀତ ଏବଂ ବର୍ତ୍ତମାନର ଏହି ଗତିଶୀଳ ମିଶ୍ରଣକୁ ‘ଓ୍ୱାହ ଉସ୍ତାଦ୍‍’ ଭଳି  ଆହ୍ୱାନ ମାଧ୍ୟମରେ ଦର୍ଶାଯାଇଛି, ଯାହା ଭାରତର ପାରମ୍ପରିକ ସଙ୍ଗୀତ ଐତିହ୍ୟକୁ ନେଇ ଉତ୍ସବ ପାଳନ କରିଥାଏ।  ରେଜୋନେଟ: ଇଡିଏମ ପ୍ରତିଯୋଗୀତା ଆଧୁନିକ ବିଶ୍ୱ ସଙ୍ଗୀତ ଧାରାକୁ ଗ୍ରହଣ କରେ ଏବଂ  ‘ମେକ୍‍ ଦ ଓ୍ୱାର୍ଲଡ ଓ୍ୱିୟର ଖଦୀ’ ଭାରତର ପ୍ରତିଷ୍ଠିତ କପଡ଼ାକୁ ସ୍ଥାୟୀ ଫ୍ୟାସନର ବିଶ୍ୱସ୍ତରୀୟ ଆଇକନ୍ ଭାବରେ ପୁନଃ ପ୍ରତିଷ୍ଠା କରିବାକୁ ପ୍ରୟାସ କରେ।।    ଜାନୁଆରୀ ୨୭, ୨୦୨୫ରେ ୱେଭ୍ସ ବଜାର ଏବଂ ୱେଭ୍ସ ଆୱାର୍ଡରେ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ତିନୋଟି ଆହ୍ୱାନ ବିଷୟରେ କହିଥିଲେ।  ଯେଉଁଠାରେ ସେ ନିର୍ମାତାମାନଙ୍କୁ ଭାରତକୁ କଣ୍ଟେଣ୍ଟ କ୍ରିଏସନ୍‍ର ବିଶ୍ୱ ରାଜଧାନୀରେ ପରିଣତ କରିବାରେ ସହାୟକ ହେବାକୁ ଅନୁରୋଧ କରିଥିଲେ ।


ମିଳିତ ଭାବରେ, ଏହି ପଦକ୍ଷେପଗୁଡ଼ିକ କଣ୍ଟେଣ୍ଟ ନିର୍ମାତାମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ, ପରମ୍ପରା ଏବଂ ଅଭିନବତାକୁ ଯୋଡ଼ିବା ଏବଂ ଭାରତର ସାଂସ୍କୃତିକ ଏବଂ ସୃଜନଶୀଳ ନବଜାଗରଣରେ ଯୋଗଦାନ କରିବା ସହିତ ସ୍ୱୀକୃତି ହାସଲ କରିବାକୁ ଅତୁଳନୀୟ ସୁଯୋଗ ପ୍ରଦାନ କରେ। ଏହି ଚ୍ୟାଲେଞ୍ଜଗୁଡ଼ିକ ସମୁଦାୟ ୩୧ଟି କ୍ରିଏଟ୍ ଇନ୍ ଇଣ୍ଡିଆ ପ୍ରତିଯୋଗୀତାର ବିବିଧ ଶୃଙ୍ଖଳାରେ ସାମିଲ ହୋଇ ବିଭିନ୍ନ ଶୈଳୀର କଣ୍ଟେଣ୍ଟ ନିର୍ମାତାମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିଥାଏ।

ନୂତନ ଚ୍ୟାଲେଞ୍ଜ ଗୁଡିକ ବିଷୟରେ

ଓ୍ଵାହ ଉସ୍ତାଦ: ଭାରତର ଲୁପ୍ତ ପ୍ରତିଭାଙ୍କୁ ଖୋଜିବାର ରିଆଲିଟି ଶୋ'

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ସଂସ୍କୃତି ମନ୍ତ୍ରଣାଳୟ ଏବଂ ଦୂରଦର୍ଶନ ସହଯୋଗରେ, ଭାରତର ସମୃଦ୍ଧ ସଙ୍ଗୀତ ପରମ୍ପରାକୁ ସଂରକ୍ଷଣ ଏବଂ ପ୍ରୋତ୍ସାହନ ଦେବା ସହିତ ହିନ୍ଦୁସ୍ତାନୀ, କର୍ଣ୍ଣାଟକ ଏବଂ ଭାବପ୍ରବଣ ସୁଫି ସଙ୍ଗୀତରେ ଅସାଧାରଣ ପ୍ରତିଭାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୱେଭ୍ସ 2025ର ଏକ ପ୍ରମୁଖ ପଦକ୍ଷେପ କ୍ରିଏଟ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ ଅଧୀନରେ ଏକ ଅସାଧାରଣ ଶାସ୍ତ୍ରୀୟ ଏବଂ ଅର୍ଦ୍ଧ-ଶାସ୍ତ୍ରୀୟ ସଙ୍ଗୀତ ପ୍ରତିଭା ସନ୍ଧାନ ୱାହ ଉସ୍ତାଦ ଆରମ୍ଭ ହୋଇଛି ।
Experience the magic of Indian music 🎶Doordarshan, in collaboration with Dilli Gharana, is bringing a classical & semi-classical music talent hunt reality show Wah Ustad, as a part of #CreateInIndiaChallenge Season-1 under #WAVES2025.Register now & showcase your talent to… pic.twitter.com/TCqDf9nlJp
— Doordarshan National दूरदर्शन नेशनल (@DDNational) January 28, 2025

ପ୍ରତିଷ୍ଠିତ "ଦିଲ୍ଲୀ ଘରାନା"ର ଦକ୍ଷତା ଦ୍ୱାରା ପରିକଳ୍ପିତ ୱାହ ଉସ୍ତାଦ ୧୮ ବର୍ଷ ରୁ ଅଧିକ ବୟସର ଯୁବ, ଶାସ୍ତ୍ରୀୟ ପ୍ରଶିକ୍ଷିତ କଣ୍ଠଶିଳ୍ପୀମାନଙ୍କ ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ । ବିଶ୍ୱସ୍ତରୀୟ ଅଂଶଗ୍ରହଣ ପାଇଁ ଖୋଲା ଥିବା ଏହି କାର୍ଯ୍ୟକ୍ରମରେ ହିନ୍ଦୁସ୍ତାନୀ କିମ୍ବା କର୍ଣ୍ଣାଟକ ସଙ୍ଗୀତ, ସୁଫି ସଙ୍ଗୀତ ଏବଂ ଅର୍ଦ୍ଧ-ଶାସ୍ତ୍ରୀୟ ଶୈଳୀ ପ୍ରତି ଆଗ୍ରହ ରଖୁଥିବା ପ୍ରତିଭାସମ୍ପନ୍ନ ବ୍ୟକ୍ତିବିଶେଷଙ୍କ ଠାରୁ ପ୍ରବେଶ ପାଇଁ ଆମନ୍ତ୍ରଣ କରାଯାଇଛି।

ଅଂଶଗ୍ରହଣକାରୀଙ୍କ ପାଇଁ ଏହି ଯାତ୍ରା ଦିଲ୍ଲୀ ଦରବାର ପୋର୍ଟାଲ ମାଧ୍ୟମରେ ଅନଲାଇନ ରେଜିଷ୍ଟ୍ରେସନ ସହିତ ଆରମ୍ଭ ହୋଇସାରିଛି । ଏହା ଆଞ୍ଚଳିକ ଅଡିସନ୍, ବିଷୟଗତ ଏପିସୋଡ୍ ଏବଂ ଶେଷରେ ମୁମ୍ବାଇରେ ୱେଭ୍ସ ୨୦୨୫ରେ ଏକ ଗ୍ରାଣ୍ଡ ଫିନାଲେରେ ପରିଣତ ହେବ। ଶ୍ରେଷ୍ଠ ୫ ଜଣ ଫାଇନାଲିଷ୍ଟ ଏହି ସମ୍ମାନଜନକ ଟାଇଟଲ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ ଏବଂ ବିଜେତାଙ୍କୁ ନଗଦ ପୁରସ୍କାର, ମେଣ୍ଟରସିପ୍ ସୁଯୋଗ, ରେକର୍ଡିଂ ଚୁକ୍ତି ଏବଂ ଦେଶବ୍ୟାପୀ ସ୍ୱୀକୃତି ପ୍ରଦାନ କରାଯିବ।

ଦୂରଦର୍ଶନରେ ପ୍ରସାରିତ ହେଉଥିବା ୨୬ଟି ଏପିସୋଡ୍ ସହିତ ୱାହ ଉସ୍ତାଦ ଭାରତର ସାଂସ୍କୃତିକ ଐତିହ୍ୟକୁ ପାଳନ କରିବା ସହ ପରବର୍ତ୍ତୀ ପିଢ଼ିର ସଙ୍ଗୀତଜ୍ଞମାନଙ୍କୁ ପ୍ରେରଣା ଦେବ। ଆଧୁନିକ ଜ୍ଞାନକୌଶଳ ସହିତ ପାରମ୍ପରିକ ଦକ୍ଷତାକୁ ମିଶ୍ରଣ କରି ଏହି କାର୍ଯ୍ୟକ୍ରମ ଶାସ୍ତ୍ରୀୟ ସଙ୍ଗୀତର ଆକର୍ଷଣୀୟ ବିଷୟ ଏବଂ ଆଜିର ଦୁନିଆରେ ଏହାର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିବାକୁ ପ୍ରତିଶ୍ରୁତି ଦେଇଛି ।

ରେଜୋନେଟ୍: ଦ ଇଡିଏମ୍ ଚ୍ୟାଲେଞ୍ଜ

 ଇଲେକ୍ଟ୍ରୋନିକ୍ ସଙ୍ଗୀତର ପ୍ରଥମ ବିଶ୍ୱସ୍ତରୀୟ ଉତ୍ସବ ଓ୍ୱର୍ଲଡ ଅଡିଓ ଭିଜୁଆଲ ଆଣ୍ଡ ଏଣ୍ଟରଟେନମେଣ୍ଟ ସମିଟ (ୱେଭ୍ସ)ର ମୁଖ୍ୟ ମଞ୍ଚରେ ରେଜୋନେଟ: ଦ ଇଡିଏମ ଚ୍ୟାଲେଞ୍ଜ ର ଉଦଘାନ ହେବ। ହେବ।  ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସହଯୋଗରେ ଭାରତୀୟ ସଙ୍ଗୀତ ଶିଳ୍ପ (ଆଇଏମ୍ଆଇ) ପକ୍ଷରୁ ଆୟୋଜିତ ଏହି ଚ୍ୟାଲେଞ୍ଜର ଉଦ୍ଦେଶ୍ୟ ହେଉଛି ସଙ୍ଗୀତ ଫ୍ୟୁଜନ, ଇଲେକ୍ଟ୍ରୋନିକ୍ ସଙ୍ଗୀତ ଏବଂ ଡିଜେଇଙ୍ଗର ଜୀବନ୍ତ କଳା ପାଇଁ ଏକ ବିଶ୍ୱସ୍ତରୀୟ ହବ୍ ଭାବରେ ଭାରତର ସ୍ଥିତିକୁ ସୁଦୃଢ଼ କରିବା।

ଯଦି ଆପଣ ଡିଜିଟାଲ କିମ୍ବା ଇଲେକ୍ଟ୍ରୋନିକ୍ ସଙ୍ଗୀତ ପ୍ରସ୍ତୁତ କରିବାରେ ଉତ୍କର୍ଷ ହାସଲ କରିଛନ୍ତି ଏବଂ ଡିଜେଇଂ ପ୍ରତି ଆଗ୍ରହ ରଖନ୍ତି, ତେବେ ୱେଭ୍ସ 2025 ରେ ରିଜୋନେଟ: ଇଡିଏମ ଚ୍ୟାଲେଞ୍ଜ ହେଉଛି ଆପଣଙ୍କ ପାଇଁ ସବୁଠାରୁ ଚମତ୍କାରୀ ପ୍ଲାଟଫର୍ମ ଯୋଗାଇବ। ଏହି ଅନନ୍ୟ ପ୍ରତିଯୋଗିତା ସାରା ବିଶ୍ୱର ପ୍ରତିଭାବାନ ବ୍ୟକ୍ତିମାନଙ୍କୁ ସଙ୍ଗୀତ ପ୍ରଯୋଜନା ଏବଂ ଲାଇଭ୍ ପ୍ରଦର୍ଶନରେ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିବାକୁ ଆମନ୍ତ୍ରଣ କରେ, ଯାହା ଡିଜେ ବାଦକ ହେବାର ଏକ ଅତୁଳନୀୟ ସୁଯୋଗ ପ୍ରଦାନ କରେ। ଆକର୍ଷଣୀୟ ପୁରସ୍କାର, ଶିଳ୍ପ ବିଶେଷଜ୍ଞ ଏବଂ ବିଶ୍ୱସ୍ତରୀୟ ଦର୍ଶକଙ୍କ ସମ୍ମୁଖରେ ପରିବେଷଣ କରିବା ପାଇଁ ଏହା ଏକ ଉତ୍କୃଷ୍ଟ ପ୍ଲାଟଫର୍ମ। ଏହି ଚ୍ୟାଲେଞ୍ଜ ହେଉଛି ଇଲେକ୍ଟ୍ରୋନିକ୍ ସଙ୍ଗୀତ ପ୍ରତି ଆପଣଙ୍କ ଆଗ୍ରହକୁ ଅନ୍ତର୍ଜାତୀୟ ସ୍ୱୀକୃତିରେ ପରିଣତ କରିବାର ସୁଯୋଗ।
ବ୍ୟକ୍ତିଗତ କଳାକାର ଏବଂ ସୃଜନଶୀଳ ଦଳମାନଙ୍କ ପାଇଁ ଉନ୍ମୁକ୍ତ, ରେଜୋନେଟ ଉଭୟ ଉଦୀୟମାନ ଏବଂ ଅଭିଜ୍ଞ ସଙ୍ଗୀତଜ୍ଞମାନଙ୍କୁ ଦୁଇଟି ରୋମାଞ୍ଚକର ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସୁଯୋଗ ପ୍ରଦାନ କରେ:
ପ୍ରାରମ୍ଭିକ ପର୍ଯ୍ୟାୟ: ଅଂଶଗ୍ରହଣକାରୀମାନେ ସେମାନଙ୍କର ମୂଳ ଇଡିଏମ ଟ୍ରାକ୍ ଅନଲାଇନରେ ଦାଖଲ କରିବେ, ଯାହାକୁ ଉଦ୍ୟୋଗ ବିଶେଷଜ୍ଞଙ୍କ ଏକ ପ୍ୟାନେଲ ଦ୍ୱାରା ମୂଲ୍ୟାଙ୍କନ କରାଯାଇ ଶ୍ରେଷ୍ଠ ୧୦ ଟି ଏଣ୍ଟ୍ରି ଚୟନ କରାଯିବ ।
ଗ୍ରାଣ୍ଡ ଫିନାଲେ: ଫାଇନାଲିଷ୍ଟମାନେ ୱେଭ୍ସ ୨୦୨୫ରେ ଲାଇଭ୍ ପରିବେଷଣ କରିବେ, ଯେଉଁଥିରେ ସେମାନେ  ଏକ ପ୍ରତିଷ୍ଠିତ ଜୁରୀ ଏବଂ ବିଶ୍ୱସ୍ତରୀୟ ଦର୍ଶକଙ୍କ ସମ୍ମୁଖରେ ଶୀର୍ଷ ସମ୍ମାନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ।

ବିଜେତାଙ୍କୁ ଯଥେଷ୍ଟ ନଗଦ ପୁରସ୍କାର (ଗ୍ରାଣ୍ଡ ପୁରସ୍କାର ବିଜେତାଙ୍କୁ ୨,୦୦,୦୦୦ ଟଙ୍କା ଏବଂ ଉପବିଜେତାଙ୍କୁ ୫୦,୦୦୦ ଟଙ୍କା) ପ୍ରଦାନ କରାଯିବା ସହିତ ପ୍ରଚାର ସାମଗ୍ରୀରେ ଅଂଶଗ୍ରହଣ କରିବା, ଅନ୍ତର୍ଜାତୀୟ ପରିଚୟ ହାସଲ କରିବା ଏବଂ ବିଶ୍ୱସ୍ତରରେ ପ୍ରଦର୍ଶନ କରିବାର ସୁଯୋଗ ମିଳିବ।

ମେକ୍ ଦି ୱାର୍ଲ୍ଡ ଓ୍ୱିୟର ଖଦୀ: ଭାରତର ଏହି ବିଶିଷ୍ଟ କପଡ଼ାର ପ୍ରୋତ୍ସାହନ ପାଇଁ ବିଶ୍ୱସ୍ତରୀୟ ଆହ୍ୱାନ

ୱେଭ୍ସ ୨୦୨୫ରେ କ୍ରିଏଟ ଇନ୍ ଇଣ୍ଡିଆ ଅଭିଯାନ ଅଧୀନରେ "ମେକ୍ ଦି ୱାର୍ଲ୍ଡ ୱେୟାର ଖଦୀ"  ପ୍ରତିଯୋଗୀତାର ଶୁଭାରମ୍ଭ ସହିତ ଭାରତର କାଳଜୟୀ କପଡ଼ା ଖଦୀ ବିଶ୍ୱସ୍ତରୀୟ ବ୍ରାଣ୍ଡ ଭାବେ ସ୍ଥାପିତ ଦେବାକୁ ଯାଉଛି । ଏହି ଅନନ୍ୟ ପ୍ରତିଯୋଗୀତା ସାରା ବିଶ୍ୱର ବିଜ୍ଞାପନ ପେସାଦାର, ସୃଜନଶୀଳ ଫ୍ରିଲାନ୍ସର ଏବଂ ଡିଜାଇନରମାନଙ୍କୁ ଅଭିନବ ଅଭିଯାନ ପ୍ରସ୍ତୁତ କରିବାକୁ ଆମନ୍ତ୍ରଣ କରେ ଯାହା ଖଦୀକୁ ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ ଭାବରେ ସପରିଚୟ ପ୍ରଦାନ କରିବ। 

ଅନ୍ତର୍ଜାତୀୟ ଅଂଶଗ୍ରହଣ ପାଇଁ ଏହି ପ୍ରତିଯୋଗିତାମୂଳକ ଚ୍ୟାଲେଞ୍ଜ ଅଂଶଗ୍ରହଣକାରୀମାନଙ୍କୁ ଡିଜିଟାଲ, ପ୍ରିଣ୍ଟ, ଭିଡିଓ ଏବଂ ପରୀକ୍ଷାମୂଳକ ଭାବେ ସାହସିକ ଏବଂ କଳ୍ପନାତ୍ମକ ଡିଜାଇନ୍ ସହିତ ପରୀକ୍ଷା କରିବାକୁ ଉତ୍ସାହିତ କରେ। ଖଦୀର ବ୍ରାଣ୍ଡ ଇମେଜକୁ ସର୍ବୋଚ୍ଚ ସ୍ତରକୁ ଆଣିବା, ଉପଭୋକ୍ତାଙ୍କୁ ନିୟୋଜିତ କରିବା ଏବଂ ସମଗ୍ର ବିଶ୍ୱରେ ଦୀର୍ଘଜୀବୀ ଫ୍ୟାଶନ ଏବଂ ସାଂସ୍କୃତିକ ଐତିହ୍ୟର ପ୍ରତୀକ ଭାବରେ ନିଜକୁ ପ୍ରତିଷ୍ଠିତ କରିବା ଏହାର ଲକ୍ଷ୍ୟ । ଅଂଶଗ୍ରହଣକାରୀ ବିଜେତାମାନେ ଏଥିରୁ ସ୍ୱୀକୃତି ପାଇବେ ଏବଂ ସେମାନଙ୍କ ବୃତ୍ତିଗତ ଯାତ୍ରାକୁ ଆଗକୁ ବଢ଼ାଇବାର ସୁଯୋଗ ଲାଭ କରିବେ। ଏହା ସହିତ ଖଦୀକୁ ଏକ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବ୍ରାଣ୍ଡରେ ପରିଣତ କରିବାରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।

ୱେଭ୍ସ ଆୱାର୍ଡ

ବିଶ୍ୱ ସୃଜନଶୀଳ ଉଦ୍ୟୋଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଓ୍ୱେଭ୍ସ ପୁରସ୍କାର ପ୍ରଦାନ କରାଯିବ। ଏଥିପାଇଁ ୨୦୨୫ ଫେବ୍ରୁଆରୀ ୧୫ତାରିଖରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେବ। ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ ପାଇଁ ପୁରସ୍କାରରେ ଦୁଇଟି ପ୍ରମୁଖ ବର୍ଗ ରହିଛି, ଯେଉଁଥିରେ ‘ବର୍ଷର ସର୍ବଶ୍ରେଷ୍ଠ’ ଗ୍ଲୋବାଲ ଆୱାର୍ଡ ଏବଂ ସ୍ପେଶାଲ ସିଲେକ୍ସନ ଆୱାର୍ଡ ସାମିଲ ରହିଛି ।

ଗେମିଂ, ଫିଲ୍ମ, ଆନିମେସନ୍, ୱେବ୍ ସିରିଜ୍, ବିଜ୍ଞାପନ, ଷ୍ଟାର୍ଟଅପ୍ ଏବଂ ଡିଜିଟାଲ୍ ଇଫେକ୍ଟରେ ସୃଜନଶୀଳତା ପାଇଁ 'ବେଷ୍ଟ ଅଫ୍ ଦି ଇୟର' ଗ୍ଲୋବାଲ ଆୱାର୍ଡ ପ୍ରଦାନ କରାଯିବ। ଏଥିରେ ଗେମ୍ ଅଫ୍ ଦି ଇୟର, ଫିଲ୍ମ ଅଫ୍ ଦି ଇୟର, ଇନଫ୍ଲୁଏନ୍ସର ଅଫ୍ ଦି ଇୟର, ପୋଡକାଷ୍ଟର ଅଫ୍ ଦି ଇୟର ଏବଂ ସଙ୍ଗ ଅଫ୍ ଦି ଇୟର ଇତ୍ୟାଦି ବର୍ଗ ରହିଛି।

ସୃଜନଶୀଳତା ମାଧ୍ୟମରେ ଉଲ୍ଲେଖନୀୟ ପ୍ରଭାବ ପକାଇଥିବା ବ୍ୟକ୍ତି ବିଶେଷ ଓ ପଦକ୍ଷେପଗୁଡ଼ିକୁ ସ୍ୱତନ୍ତ୍ର ଚୟନ ପୁରସ୍କାରରେ ସମ୍ମାନିତ କରାଯିବ। ଏଥିରେ ସମ୍ମାନଜନକ ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ, ବିଜନେସ୍ ପରସନ୍ ଅଫ୍ ଦି ଇୟର, ସୋସିଆଲ ଇମ୍ପାକ୍ଟ ଆୱାର୍ଡ ଏବଂ ଟେକ୍ ଆଇକନ୍ ଆୱାର୍ଡ ଅନ୍ତର୍ଭୁକ୍ତ। ଷ୍ଟୋରିଜ୍ ଅଫ୍ ଚେଞ୍ଜ ବର୍ଗରେ ପ୍ରସାରଣ, ପ୍ରିଣ୍ଟ ଏବଂ ଡିଜିଟାଲ୍ ମିଡିଆରେ ପରିବର୍ତନକାରୀ ଅବଦାନକୁ ସ୍ୱୀକୃତି ଦିଆଯିବ।

***
HP


(Release ID: 2097185) Visitor Counter : 15