ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ
ସଭ୍ୟ ସେବା ସହ ଜଡ଼ିତ ପ୍ରମୁଖ ସଂସ୍କାର ଉପରେ ୧୧୧ତମ ଇପିଏଫ କାର୍ଯ୍ୟକାରିଣୀର ଗୁରୁତ୍ୱ
Posted On:
19 JAN 2025 1:13PM by PIB Bhubaneshwar
ପେନସନ ପ୍ରକ୍ରିୟାର ଅଗ୍ରଗତି ଓ ବିବାଦ ହ୍ରାସ ବିକଳ୍ପ ପଦ୍ଧତିର ବିକାଶ ଅଭିଯାନ ଉପରେ ପ୍ରମୁଖ ନିଷ୍ପତି
୧୮ ଜାନୁୟାରୀରେ ଇପିଏଫଓ ମୁଖ୍ୟାଳୟ ନୂଆଦିଲ୍ଲୀରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ସଚିବ ସୁମିତା ଦାବାରାଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ବୋର୍ଡ ଟ୍ରଷ୍ଟିଙ୍କର ୧୧୧ତମ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଛି । ଏଥିରେ ଇପିଏଫଓର ସିପିଏଫସି ଶ୍ରୀରମେଶ କ୍ରିଷ୍ଣମୂର୍ତି, ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ବରିଷ୍ଠ ପଦାଧିକାରୀ, କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ପ୍ରତିନିଧିମାନେ ଯୋଗ ଦେଇଥିଲେ ।
ବିଭିନ୍ନ ଏଜେଣ୍ଡା ଉପରେ ଏହି କାର୍ଯ୍ୟକାରିଣୀରେ ଆଲୋଚନା ହୋଇଥିଲା । କେନ୍ଦ୍ରୀୟ ଆଇଟି ସେବାଯୁକ୍ତ ପଦ୍ଧତି (ସିଆଇଟିଇଏସ)ରେ ୨.୦୧ ପ୍ରୟୋଗ, ଅଧିକା ମଜୁରୀର ପେନସନ ଷ୍ଟାଟସ, ବିବାଦ ସମାଧାନର ବିକଳ୍ପ (ଏଡିଆର) ପ୍ରଣାଳୀ, ଇପିଏଫଓର ଫିଲ୍ଡ ଅଫିସରଙ୍କୁ ପ୍ରଶାସନିକ ଓ ଆର୍ଥିକ ଭାରାର୍ପଣ, ବିବାଦ ପ୍ରଶମନ ପ୍ରଣାଳୀ, କମିଶନର କ୍ୟାଡରରେ ପୁର୍ନବଂଟନ ଓ ଅନ୍ୟ ମାନବସମ୍ବଳ ପ୍ରସଙ୍ଗ ପରି ବିଭିନ୍ନ କ୍ଷେତ୍ରରେ ଆଲୋଚନା ହୋଇଥିଲା ।
ସିଆଇଟିଇଏସ ୨.୦୧ ପ୍ରୟୋଗ
ସିଆଇଟିଇଏସ ୨.୦୧ ପ୍ରୟୋଗର କାର୍ଯ୍ୟାନ୍ୱୟର ଅଗ୍ରଗତି ନେଇ କମିଟି ସୂଚିତ ହୋଇଥିଲା । କରେଂଟ ଡାଟାବେସ, ୟୁଏଏନ ଆଧାରିତ ଲେଜରରେ ରହିଥିବା ସମସ୍ତ ସଭ୍ୟଙ୍କ ଆକାଉଂଟସ ଅପଡେଟ କରି ଅର୍ଥ ମଞ୍ଜୁର ଓ ବିଭିନ୍ନ ଦାବି ନେଇ ମଧ୍ୟ ଆଲୋକପାତ କରାଯାଇଥିଲା । ସିପିପିଏସ (ସେଂଟ୍ରାଲାଇଜଡ ପେନସନ ପେମେଂଟ ପଦ୍ଧତି) ଦ୍ୱାରା ପେନସନ ପ୍ରକ୍ରିୟାକୁ ବାଟକୁ ଆଣିବା, ୬୮ ଲକ୍ଷ ପେନସନଧାରୀଙ୍କୁ ସଠିକ ସମୟରେ ଠିକ ପେନସନ ଦେବା ପରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରାଯାଇଥିଲା ।
ଅଲଟ୍ରନେଟିଭ ଡିସପ୍ୟୁଟ ରିସୋଲ୍ୟୁସନ (ଏଡିଆର)
ପ୍ରସ୍ତାବିତ ଏଡିଆର ପ୍ରଣାଳୀ ବିଳମ୍ବ ଓ ବିବାଦ ହ୍ରାସ ଉପରେ କମିଟି ଆଲୋଚନା କରିଥିଲା । ଶିଳ୍ପ ଟ୍ରିବ୍ୟୁନାଲରେ ପଡି ରହିଥିବା ବିଭିନ୍ନ ବିବାଦ ବିଶେଷକରି ୧୯୫୨ ଇପିଏଫ ଆଣ୍ଡ ଏମପି ଆକ୍ଟ ଅନୁସାରେ କ୍ଷତିଗ୍ରସ୍ତ ସମ୍ପର୍କିତ ବିବାଦର ସମାଧାନ ଉପରେ ବି ଆଲୋଚନା କରାଯାଇଥିଲା ।
ଅଧିକା ମଜୁରୀର ପେନସନ ଷ୍ଟାଟସ
ଗତ ମାସରେ ପଡିରହିଥିବା ଏକ ଲକ୍ଷ ମାମଲାରୁ ଊର୍ଦ୍ଧ୍ୱ ବିବାଦର ଦ୍ରୁତ ସମାଧାନ ଦିଗରେ କମିଟି ଅବଗତ ହୋଇଥିଲା । ଫିଲ୍ଡ ଅଫିସରମାନଙ୍କୁ ନିରବଧି ନୀରିକ୍ଷଣ କରି ୨୧ ହଜାର ଡିମାଣ୍ଡ ଲେଟର ପ୍ରେରଣ ସମ୍ପର୍କରେ କମିଟି ରିପୋର୍ଟ ନେଇଥିଲା । ପ୍ରାୟ ୫୮ ହଜାର ବିବାଦ ସମାଧାନ ହୋଇଥିବା ସୂଚନା ଦିଆଯାଇଥିଲା । ନିଯୁକ୍ତିଦାତାଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ୩୧ ଜାନୁୟାରୀ ସୁଦ୍ଧା ଆବଶ୍ୟକୀୟ ସଂଶୋଧନ କରି ଜଏଂଟ ଅପସନ ଦାଖଲ କରିବା ପାଇଁ କମିଟି ଅନୁମୋଦନ କରିଥିଲା । ଚଳିତ ଆର୍ଥିକ ବର୍ଷ ଭିତରେ ଏସବୁ ମାମଲାର ଫଇସଲା କରିବାକୁ କୁହାଯାଇଥିଲା । ପିଏସୟୁ ସମ୍ପର୍କିତ ଅଧିକା ଆକାଉଂଟ ଥିବା ମାମଲା ଗୁଡିକର ତ୍ୱରିତ ସମାଧାନ କରିବାକୁ ବି କୁହାଯାଇଥିଲା ।
ବିବାଦ ସମାଧାନ ପ୍ରକ୍ରିୟା ସମ୍ବନ୍ଧରେ ପ୍ରଚଳିତ ପଦ୍ଧତି ଉପରେ ରହିଥିବା ଯୋଜନା ସମ୍ପର୍କରେ କାର୍ଯ୍ୟକାରିଣୀରେ ସମୀକ୍ଷା କରାଯାଇଥିଲା । ସଭ୍ୟ ପ୍ରୋଫାଇଲ ଅପଡେସନର ଅନଲାଇନ ପ୍ରକ୍ରିୟାର ସରଳୀକରଣ, ପିଏଫ ଟ୍ରାନ୍ସଫର ପ୍ରକ୍ରିୟାର ଇପିଏଫଓ ଗତ ସପ୍ତାହରେ ଦୁଇଟି ନିର୍ଦ୍ଦେଶନାମା ଜାରି କରିଛି ।
ସଭ୍ୟ ଓ ପେନସନଧାରୀଙ୍କ ପାଇଁ ଇପିଏଫଓ ଶୀଘ୍ର କାର୍ଯ୍ୟ କରିବା ଓ ପଡି ରହିଥିବା ବିବାଦ ତୁଟାଇବା ଲାଗି ଏହି ଆଲୋଚନା ଓ ନିଷ୍ପତିର ରୂପାନ୍ତରିତ ପ୍ରଭାବର ସୁପ୍ରତିଫଳନ ବୋଲି ବିବେଚନା କରାଯାଏ ।
PBD
(Release ID: 2094414)
Visitor Counter : 4