ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav

ଏଚଏମପିଭି ଅପଡେଟ


ଶ୍ୱାସଜନିତ ସଂକ୍ରମଣ ଓ ପ୍ରତିକାରର ଷ୍ଟାଟସ ରିପୋର୍ଟ ନେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

ଶ୍ୱାସଜନିତ ସମସ୍ୟା ବୃଦ୍ଧିର ନଜିର ନାହିଁ, ତୀକ୍ଷ୍ଣ ସର୍ଭେଲାନ୍ସ ଲାଗି ନିର୍ଦ୍ଦେଶ

ପ୍ରତିଷେଧକ ବ୍ୟବସ୍ଥା ଆପଣେଇବା ଲାଗି ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ

ଆଇଏଲଆଇ ଓ ଏସ ଏଆରଆଇ ସର୍ଭେଲାନ୍ସ ମଜଭୂତ କରିବାକୁ ରାଜ୍ୟକୁ ପରାମର୍ଶ

Posted On: 07 JAN 2025 10:26AM by PIB Bhubaneshwar

ଚୀନରେ ବ୍ୟାପୁଥିବା ଏଚଏମପିଭି ରୋଗର ଷ୍ଟାଟସ ତଥା ଆମ ଦେଶରେ ଶ୍ୱାସ ଜନିତ ରୋଗ ସମ୍ପର୍କରେ ସବିଶେଷ ତଥ୍ୟ ନେବା ଲାଗି ବିଭିନ୍ନ ରାଜ୍ୟ କେନ୍ଦ୍ର ଶାସିତ ଅଂଚଳ ସହ ଭର୍ଚୁଆଲ ମୋଡରେ ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ ଆଲୋଚନା କରିଛନ୍ତି ଡିଏଚଆର ସଚିବ . ରାଜୀବ ବହଲ, ଡିଜିଏଚଏସ .ପ୍ରଫେସର ଅତୁଲ ଗୋଏଲ, ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ସଚିବ ପଦାଧିକାରୀ, ଏନସିଡିସି, ଆଇଡିଏସପି, ଆଇସିଏମଆର, ଏନଆଇଭି ଆଇଡିଏସପି ରାଜ୍ୟ ୟୁନିଟର ବିଶେଷଜ୍ଞମାନେ ଏହି ବୈଠକରେ ଯୋଗ ଦେଇଥିଲେ

ମିଳିଥିବା ଆଇଡିଏସପି ଡାଟା ଅନୁସାରେ ଦେଶ ଭିତରେ ଆଇ ଏଲ ଆଇ କିମ୍ବା ଏସ ଏ ଆର ଆଇ ମାମଲାର ସେମିତି କିଛି ପରିବର୍ତନ ଦେଖାଯାଇ ନଥିବା ରିପୋର୍ଟ ପ୍ରକାଶ ପାଇଛି ଏହି ରିପୋର୍ଟକୁ ଆଇସିଏମଆର ସର୍ଭେଲାନ୍ସ ଡାଟା ବି ପରିପୁଷ୍ଟ କରିଛି

୨୦୦୧ ମସିହାରୁ ସମଗ୍ର ବିଶ୍ୱରେ ରହିଥିବା ଏହି ଭୂତାଣୁ ନେଇ ଆମ ଦେଶର ନାଗରିକମାନେ ଅଯଥା ବ୍ୟତିବ୍ୟସ୍ତ ହେବାର ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଆଇ ଏଲ ଆଇ ଏସ ଏ ଆର ଆଇ ସର୍ଭେଲାନ୍ସକୁ କଡାକଡି କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି ସାଧାରଣତଃ ଶୀତ ଦିନରେ ଆମ ଦେଶରେ ଏଭଳି ଶ୍ୱାସଜନିତ ସଂକ୍ରମଣ ଦେଖିବାକୁ ମିଳିଥାଏ ତେବେ ଏପ୍ରକାର ଅସୁସ୍ଥତାକୁ ପ୍ରତିହତ କରିବା ଲାଗି ଆମ ଦେଶ ଯଥେଷ୍ଟ ପ୍ରସ୍ତୁତ ରହିଥିବା ବିଭାଗୀୟ ସଚିବ କହିଛନ୍ତି

ସାଧାରଣତଃ ଶୀତ ଦିନ ବସନ୍ତ ଋତୁର ପ୍ରାରମ୍ଭରେ ଆମ ଦେଶରେ ବିଭିନ୍ନ ବର୍ଗର ଲୋକଙ୍କ ପାଖରେ ଏଚଏମପିଭି ଭୂତାଣୁ ପରି ରୋଗର ଶ୍ୱାସଜନିତ ପ୍ରଭାବ ଦେଖିବାକୁ ମିଳିଥାଏ ଅନେକ କ୍ଷେତ୍ରରେ ଏପ୍ରକାର ଭୂତାଣୁ ମନକୁ ମନ ଭଲ ହୋଇଯାଇଥାଏ ବୋଲି ବି ସୂଚନା ଦିଆଯାଇଛି ଆଇସିଏମଆର-ଭିଆରଡିଏଲ ପରୀକ୍ଷାଗାରରେ ପର୍ଯ୍ୟାପ୍ତ ଡାଇଗ୍ନୋଷ୍ଟିକ ସୁବିଧା ରହିଥିବା ବି କୁହାଯାଇଛି

ଏପ୍ରକାର ଭୂତାଣୁ ସଂକ୍ରମିତ ନହେବା ଲାଗି ଲୋକମାନଙ୍କ ଭିତରେ ସଚେତନତା ତଥା ଆଇଇସି ବୃଦ୍ଧି ଉପରେ ନଜର ରଖିବାକୁ ରାଜ୍ୟଗୁଡିକୁ ପରାମର୍ଶ ଦିଆଯାଇଛି ହାତକୁ ସାବୁନ ପାଣିରେ ଧୋଇବା, ଆଖି, ନାକ ପାଟିକୁ ଖାଲି ହାତରେ ନଛୁଇଁବା, ଲକ୍ଷଣ ଦେଖାଯାଉଥିବା ଲୋକଙ୍କ ପାଖକୁ ନଯିବା, କାଶିବା ବା ଛିଙ୍କିବା ବେଳେ ନାକ ପାଟିକୁ ଘୋଡାଇ ରଖିବା ପରି ବିଭିନ୍ନ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି

PBD


(Release ID: 2090951) Visitor Counter : 101