ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶ୍ରୀ ଓସାମୁ ସୁଜୁକୀଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ ବ୍ୟକ୍ତ
Posted On:
27 DEC 2024 5:58PM by PIB Bhubaneshwar
ବୈଶ୍ୱିକ ମୋଟର ବାହନ ଉଦ୍ୟୋଗର ବିଶିଷ୍ଟ ବ୍ୟକ୍ତିତ୍ୱ ଶ୍ରୀ ଓସାମୁ ସୁଜୁକୀଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି କି, ଶ୍ରୀ ଓସାମୁ ସୁଜୁକୀଙ୍କ ଦୂରଦର୍ଶୀ କାର୍ଯ୍ୟ ବୈଶ୍ୱିକ ଗତିଶୀଳତାକୁ ନୂତନ ସ୍ୱରୂପ ପ୍ରଦାନ କରିଛି । ତାଙ୍କ ନେତୃତ୍ୱରେ ସୁଜୁକୀ ମୋଟର କର୍ପୋରେସନ ଆହ୍ୱାନର ସଫଳତାପୂର୍ବକ ସମ୍ମୁଖୀନ ହେବା ସହ ନବାଚାର ଏବଂ ବିସ୍ତାରକୁ ଆଗକୁ ବଢ଼ାଇବା ସହ ଏକ ବୈଶ୍ୱିକ କମ୍ପାନୀରେ ପରିଣତ ହୋଇପାରିଛି ।
ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ବାର୍ତ୍ତାରେ କହିଛନ୍ତି:
“ବୈଶ୍ୱିକ ମୋଟର ପରିବହନ ଉଦ୍ୟୋଗର ବିଶିଷ୍ଟ ବ୍ୟକ୍ତି ଶ୍ରୀ ଓସାମୁ ସୁଜୁକୀଙ୍କ ପରଲୋକରେ ଗଭୀର ଦୁଃଖିତ । ତାଙ୍କ ଦୂରଦର୍ଶୀ କାର୍ଯ୍ୟ ବୈଶ୍ୱିକ ଗତିଶୀଳତାକୁ ନୂତନ ରୂପ ପ୍ରଦାନ କରିଛି । ତାଙ୍କ ନେତୃତ୍ୱରେ ସୁଜୁକୀ ମୋଟର କର୍ପୋରେସନ ଏକ ଏକ ବୈଶ୍ୱିକ ମୋଟର ପରିବହନ କମ୍ପାନିରେ ପରିଣତ ହୋଇପାରିଛି ଏବଂ ବିଭିନ୍ନ ଆହ୍ୱାନର ସଫଳତାର ସହ ସମ୍ମୁଖୀନ ହୋଇ ନବାଚାର ଓ ବିସ୍ତାରକୁ ଆଗକୁ ବଢ଼ାଇପାରିଛି । ତାଙ୍କର ଭାରତ ସହ ଗଭୀର ସମ୍ପର୍କ ଥିଲା ଏବଂ ମାରୁତି ସହ ତାଙ୍କର ସହଯୋଗ ଭାରତର ବାହନ ଉଦ୍ୟୋଗ ବଜାରରେ କ୍ରାନ୍ତି ଆଣିପାରିଥିଲା ।”
“ଶ୍ରୀ ସୁଜୁକୀଙ୍କ ସହ ହୋଇଥିବା ଅନେକ ସାକ୍ଷାତ ଅନୁଭୂତି ମୋର ସ୍ମରଣରେ ଅଛି । ତାଙ୍କର ବ୍ୟାବହାରିକ ଏବଂ ବିନମ୍ର ଦୃଷ୍ଟିକୋଣକୁ ହୃଦୟରୁ ପ୍ରଶଂସା କରୁଛି । ସେ କଠୋର ପରିଶ୍ରମ, ସମ୍ପୂର୍ଣ୍ଣତା ପ୍ରତି ସାବଧାନତାର ନଜର ଏବଂ ଗୁଣବତ୍ତା ପ୍ରତି ପ୍ରତିବଦ୍ଧତାର ଅପୂର୍ବ ଉଦାହରଣ ସୃଷ୍ଟି କରିଛନ୍ତି । ତାଙ୍କ ପରିବାର, ସହକର୍ମୀ ଏବଂ ଅଗଣିତ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା ।”
SR
(Release ID: 2088793)
Visitor Counter : 30
Read this release in:
English
,
Urdu
,
Marathi
,
Hindi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam