ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କିମ୍ବଦନ୍ତୀ ଗାୟକ ମହମ୍ମଦ ରଫିଙ୍କୁ ତାଙ୍କ ୧୦୦ ତମ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ସ୍ମରଣ କଲେ
Posted On:
24 DEC 2024 7:12PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କିମ୍ବଦନ୍ତୀ ଗାୟକ ମହମ୍ମଦ ରଫିଙ୍କୁ ତାଙ୍କ ୧୦୦ ତମ ଜୟନ୍ତୀରେ ସ୍ମରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି, ମହମ୍ମଦ ରଫି ସାହେବ ସଙ୍ଗୀତ ଜଗତର ପ୍ରତିଭାଶାଳୀ ବ୍ୟକ୍ତି ଥିଲେ ଏବଂ ଏହା ସାଂସ୍କୃତିକ ପ୍ରଭାବ ପିଢ଼ି ପରେ ପିଢ଼ି ରହିଥିବ ।
ପ୍ରଧାନମନ୍ତ୍ରୀ ଏକ୍ସ ର ଏକ ପୋଷ୍ଟରେ ଲେଖିଛନ୍ତି:
“ମହାନ ଗାୟକ ମହମ୍ମଦ ରଫିଙ୍କୁ ତାଙ୍କ ୧୦୦ତମ ଜୟନ୍ତୀରେ ସ୍ମରଣ କରୁଛି । ସେ ଜଣେ ସଙ୍ଗୀତ ପ୍ରତିଭା ଥିଲେ ଯାହାର ସାଂସ୍କୃତିକ ପ୍ରଭାବ ପିଢ଼ି ପରେ ପିଢ଼ି ପର୍ଯ୍ୟନ୍ତ ରହିଛି । ରଫି ସାହେବ ଗୀତର ଅଲଗା ଅଲଗା ଭାବନା ଓ ସମ୍ବେଦନାକୁ ଧରିବାର କ୍ଷମତା ପାଇଁ ପ୍ରଶଂସାର ପାତ୍ର ଥିଲେ । ତାଙ୍କ ସଙ୍ଗୀତ ଲୋକଙ୍କ ମନରେ ଖୁସି ଆଣିଥାଏ ।”
SR
(Release ID: 2088016)
Visitor Counter : 6
Read this release in:
Assamese
,
English
,
Urdu
,
Marathi
,
Hindi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam