ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବର୍ତ୍ତମାନ ରଣ୍ ଉତ୍ସବ ଜାରି ଥିବାରୁ କଛର ପ୍ରାଚୀନ ଧଳା ରଣର ଅନୁଭବ ନେବାକୁ ଏବଂ ଏହାର ସମୃଦ୍ଧ ସଂସ୍କୃତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆତିଥ୍ୟର ଆନନ୍ଦ ଉଠାଇବାକୁ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ
Posted On:
21 DEC 2024 10:08AM by PIB Bhubaneshwar
୨୦୨୫ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବାକୁ ଥିବା ରଣ୍ ଉତ୍ସବକୁ ସମସ୍ତଙ୍କୁ ନିମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଏହି ଉତ୍ସବରେ ଅଭୁଲା ଅନୁଭୂତି ମିଳିବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।
ଏକ୍ସର ଏକ ପୋଷ୍ଟରେ ସେ ଲେଖିଛନ୍ତି:
“କଛ୍ ଆପଣ ସମସ୍ତଙ୍କୁ ଅପେକ୍ଷା କରିଛି!!
ଆସନ୍ତୁ,ବର୍ତ୍ତମାନ ଜାରି ଥିବା ରଣ ଉତ୍ସବରେ ପ୍ରାଚୀନ ଧଳା ରଣର ଅନୁଭବ ନିଅନ୍ତୁ ଏବଂ ସମୃଦ୍ଧ ସଂସ୍କୃତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆତିଥ୍ୟର ଆନନ୍ଦ ଉଠାନ୍ତୁ ।
୨୦୨୫ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ରଣ୍ ଉତ୍ସବ ଆପଣମାନଙ୍କୁ ଓ ଆପଣଙ୍କ ପରିବାରକୁ ଏକ ଅବିଶ୍ୱସନୀୟ ଅନୁଭବର ପ୍ରତିଶ୍ରୁତି ଦେଉଛି ।”
“କଛର ପରମ୍ପରା, ସଂସ୍କୃତି ଓ ଐତିହ୍ୟର ପ୍ରତୀକ ରଣ୍ ଉତ୍ସବ ସମସ୍ତଙ୍କ ମନ ମୋହିନେବ । ଅଦ୍ଭୁତ ହସ୍ତକଳାର ବଜାର, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଖାଇବା ପିଇବାର ପରମ୍ପରା, ଏଠାକାର ସମସ୍ତ ଅନୁଭବ ଅବିସ୍ମରଣୀୟ ରହିବ । ଆପଣ ସମସ୍ତଙ୍କୁ ମୋର ଅନୁରୋଧ କି ଥରେ ସପରିବାର ରଣ୍ ଉତ୍ସବ ନିଶ୍ଚିତ ଆସନ୍ତୁ ।”
SR
(Release ID: 2087139)
Visitor Counter : 32
Read this release in:
English
,
Urdu
,
Hindi
,
Marathi
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam