ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କୁଏତର କ୍ରାଉନ୍ ପ୍ରିନ୍ସଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 22 DEC 2024 5:32PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୁଏତର କ୍ରାଉନ୍ ପ୍ରିନ୍ସ  ଶେଖ୍ ସବା ଲ୍‌-ଖାଲିଦ୍ ଅଲ୍‌-ହମଦ୍ ଅଲ୍‌-ମୁବାରକ ଅଲ୍‌-ସବାଙ୍କ ସହ ସାକ୍ଷାତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୨୦୨୪ ରେ ୟୁଏନ୍‌ଜିଏ ଅଧିବେଶନ ଅବସରରେ କ୍ରାଉନ୍ ପ୍ରିନ୍ସଙ୍କ ସହ ହୋଇଥିବା ତାଙ୍କର ସାକ୍ଷାତକୁ ମନେ ପକାଇଥିଲେ ।

କୁଏତ୍ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଭାରତ ସର୍ବାଧିକ ଗୁରୁତ୍ୱ ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଉଭୟ ନେତା ସ୍ୱୀକାର କରିଛନ୍ତି ଯେ ଦ୍ୱିପାକ୍ଷିକ ସମ୍ପର୍କ ଭଲ ଭାବରେ ଅଗ୍ରଗତି କରୁଛି ଏବଂ ଏହି ସମ୍ପର୍କକୁ ରଣନୀତିକ ଭାଗିଦାରୀ ସ୍ତର ପର୍ଯ୍ୟନ୍ତ ନେବାକୁ ସ୍ୱାଗତ କରିଛନ୍ତି । ଜାତିସଂଘ ଏବଂ ଅନ୍ୟାନ୍ୟ ବହୁପକ୍ଷୀୟ ମଞ୍ଚରେ ଉଭୟ ପକ୍ଷର ଘନିଷ୍ଠ ସମନ୍ୱୟ ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ । କୁଏତର ରାଷ୍ଟ୍ରପତିଙ୍କ ଅଧୀନରେ ଭାରତ-ଜିସିସି ସମ୍ପର୍କ ଆହୁରି ଅଧିକ ମଜବୁତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କୁଏତର କ୍ରାଉନ୍ ପ୍ରିନ୍ସଙ୍କୁ ପାରସ୍ପରିକ ସୁବିଧାଜନକ ଦିନରେ ଭାରତ ଗସ୍ତରେ ଆସିବାକୁ ଆମନ୍ତ୍ରଣ କରିଥିଲେ ।

କୁଏତର କ୍ରାଉନ ପ୍ରିନ୍ସ ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ଏକ ଭୋଜି ଆୟୋଜନ କରିଥିଲେ ।

 

 

SR


(रिलीज़ आईडी: 2087135) आगंतुक पटल : 45
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam