ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁଏତର ସର୍ବୋଚ୍ଚ ଜାତୀୟ ପୁରସ୍କାରରେ ସମ୍ମାନିତ
प्रविष्टि तिथि:
22 DEC 2024 4:48PM by PIB Bhubaneshwar
କୁଏତର ଅମିର ମହାମହିମ ଶେଖ ମେଶଲ ଅଲ-ଅହମ୍ମଦ ଅଲ-ଜବର ଅଲ-ସବା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ କୁଏତର ସର୍ବୋଚ୍ଚ ଜାତୀୟ ପୁରସ୍କାର ‘ଅର୍ଡର ଅଫ୍ ମୁବାରକ ଅଲ-କବୀର’ ପ୍ରଦାନ କରି ସମ୍ମାନିତ କରିଛନ୍ତି । କୁଏତର ପ୍ରଧାନମନ୍ତ୍ରୀ ମହାମହିମ ଶେଖ ଅହମ୍ମଦ ଅଲ-ଅବଦୁଲ୍ଲା ଅଲ-ଅହମ୍ମଦ ଅଲ-ସବା ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ପୁରସ୍କାରକୁ ଭାରତ ଏବଂ କୁଏତ ମଧ୍ୟରେ ଦୀର୍ଘ ଦିନ ଧରି ରହିଥିବା ବନ୍ଧୁତ୍ୱ, କୁଏତରେ ପ୍ରବାସୀ ଭାରତୀୟ ଏବଂ ଭାରତର ୧୪୦ କୋଟି ଲୋକଙ୍କୁ ଉତ୍ସର୍ଗ କରିଛନ୍ତି।
୪୩ ବର୍ଷ ପରେ କୁଏତକୁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଐତିହାସିକ ଗସ୍ତରେ ଏହି ପୁରସ୍କାର ପ୍ରଦାନ କରାଯିବା ଏହି ଅବସରକୁ ଆହୁରି ସ୍ୱତନ୍ତ୍ର କରିଥାଏ।
ଏହି ପୁରସ୍କାର ୧୯୭୪ରେ ସ୍ଥାପିତ ହୋଇଥିଲା ଏବଂ ସେବେଠାରୁ ବିଶ୍ୱର ହାତଗଣତି କିଛି ନେତାଙ୍କୁ ଏଥିରେ ସମ୍ମାନିତ କରାଯାଇଛି ।
*******
P.S/Swadhin
(रिलीज़ आईडी: 2087116)
आगंतुक पटल : 56
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam