ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଡିସେମ୍ବର ୨୩ରେ ରୋଜଗାର ମେଳା ଅବସରରେ ୭୧ ହଜାରରୁ ଊର୍ଦ୍ଧ୍ବ ନିଯୁକ୍ତି ପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 22 DEC 2024 9:48AM by PIB Bhubaneshwar

 

ଭିଡିଓ କନଫରେନ୍ସିଂ ଯୋଗେ ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବାହ୍ନ ପ୍ରାୟ ସାଢେ ୧୦ଟା ବେଳକୁ ୭୧ ହଜାରରୁ ଊର୍ଦ୍ଧ୍ଵ ନିଯୁକ୍ତି ପତ୍ର ବଂଟନ କରିବେ ରୋଜଗାର ମେଳା ଅବସରରେ ତାଙ୍କର ଉଦବୋଧନ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି

ନିଯୁକ୍ତି ସୃଷ୍ଟି କରିବା କ୍ଷେତ୍ରରେ ରୋଜଗାର ମେଳା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ବଳିଷ୍ଠ ପଦକ୍ଷେପ ଏହି ମେଳା ଯୁବ ସମାଜକୁ ରାଷ୍ଟ୍ର ନିର୍ମାଣ ସହ ନିଜକୁ ସଶକ୍ତ କରିବାରେ ବିଶେଷ ସହାୟକ ହେବ

ଦେଶର ୪୫ଟି ସ୍ଥାନରେ ଏହି ନିଯୁକ୍ତି ମେଳା ଅନୁଷ୍ଠିତ ହେବ କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରଣାଳୟ ବିଭାଗ ଲାଗି ଏହି ମେଳା ଅନୁଷ୍ଠିତ ହେଉଛି ନବ ନିଯୁକ୍ତମାନେ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ, ଡାକ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଅର୍ଥ ବିଭାଗ ସହ ଅନ୍ୟାନ୍ୟ ବିଭାଗ ଲାଗି କାମ କରିବେ

PIB Bhubaneswar|PBD/Swadhin


(ରିଲିଜ ଆଡି: 2086987) ପରିଦର୍ଶକ କାଉଣ୍ଟର : 73