ରେଳ ମନ୍ତ୍ରଣାଳୟ
azadi ka amrit mahotsav

ମହାକୁମ୍ଭ ମେଳା ଅବସରରେ ରେଳବାଇରେ ମାଗଣା ଯାତ୍ରା ସମ୍ବନ୍ଧରେ ସ୍ପଷ୍ଟିକରଣ

प्रविष्टि तिथि: 18 DEC 2024 1:14PM by PIB Bhubaneshwar

ବିଶ୍ୱପ୍ରସିଦ୍ଧ ମହାକୁମ୍ଭ ମେଳା ଲାଗି ଯାତ୍ରୀମାନେ ରେଳପଥରେ ମାଗଣା ଯାତ୍ରା କରିପାରିବେ ବୋଲି କିଛି ଗଣମାଧ୍ୟମ ଦ୍ୱାରା ପ୍ରକାଶିତ ଖବରକୁ ରେଳ ମନ୍ତ୍ରଣାଳୟ ଖଣ୍ଡନ କରିଛି ଏପ୍ରକାର ଖବର ମିଥ୍ୟା ବିଭ୍ରାନ୍ତିକର ବୋଲି ରେଳବାଇ ପକ୍ଷରୁ କୁହାଯାଇଛି

ବିନା ଟିକେଟରେ ରେଳପଥରେ ଯାତ୍ରା କରିବା ଦଣ୍ଡନୀୟ ଅପରାଧ ବୋଲି ରେଳବାଇ ସୂଚାଇ ଦେଇଛି ମହାକୁମ୍ଭ ମେଳା କିମ୍ବା ଅନ୍ୟ କୌଣସି ପର୍ବରେ ରେଳପଥରେ ମାଗଣା ଯାତ୍ରା କରିବା ଲାଗି କୌଣସି ବ୍ୟବସ୍ଥା ନାହିଁ ବୋଲି ରେଳବାଇ ପକ୍ଷରୁ ପୁଣିଥରେ କୁହାଯାଇଛି

ମହାକୁମ୍ଭ ମେଳା ଅବସରରେ ରେଳପଥରେ ସୁବିଧାରେ ଯାତ୍ରା କରିବା ଲାଗି ରେଳବାଇ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା କୁହାଯାଇଛି ଯାତ୍ରୀମାନଙ୍କ ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ଅଧିକା ଟିକେଟ କାଉଂଟର ସହ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି

PBD


(रिलीज़ आईडी: 2085655) आगंतुक पटल : 74
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Punjabi , Gujarati , Tamil , Telugu , Malayalam