ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ
azadi ka amrit mahotsav

ବର୍ଜ୍ୟବସ୍ତୁ ନୁହେଁ, ଅଧିକ ଉତ୍ସବ ପାଳନ କର : ୨୫ତମ ହର୍ନବିଲ୍ ମହୋତ୍ସବ ସ୍ଥିରତା ପାଇଁ ପଥ ପରିସ୍କାର କରିଛି !

Posted On: 11 DEC 2024 5:26PM by PIB Bhubaneshwar

“ଫେଷ୍ଟିଭାଲ ଅଫ୍ ଫେଷ୍ଟିଭାଲ୍ସ” ଭାବରେ ପାଳନ କରାଯାଉଥିବା ୨୫ତମ ହର୍ନବିଲ୍ ମହୋତ୍ସବ ଚଳିତ ବର୍ଷ ଶୂନ-ଆବର୍ଜନା ଏବଂ ଏକକ-ବ୍ୟବହାର ପ୍ଲାଷ୍ଟିକ (ଏସ୍‌ୟୁପି) ମୁକ୍ତ ହୋଇ ସ୍ଥିରତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । ନାଗାଲାଣ୍ଡର ସମୃଦ୍ଧ ସଂସ୍କୃତି, ସଂଗୀତ ଏବଂ ପରମ୍ପରାର ପ୍ରଦର୍ଶନ ପାଇଁ ବେଶ୍ ଜଣାଶୁଣା ଏହି ଉତ୍ସବ ପରିବେଶ ଅନୁକୂଳ କାର୍ଯ୍ୟକ୍ରମ ପରିଚାଳନାରେ ଏକ ଶକ୍ତିଶାଳୀ ଉଦାହରଣ ସୃଷ୍ଟି କରୁଛି । ଦୈନିକ ୨ ଲକ୍ଷରୁ ଅଧିକ ପରିଦର୍ଶକ ସହିତ, ଏହି ପଦକ୍ଷେପ ପରିବେଶ ସଂରକ୍ଷଣ ଏବଂ ନିରନ୍ତର ଅଭ୍ୟାସକୁ ପ୍ରୋତ୍ସାହିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅଟେ।

ଚଳିତ ବର୍ଷ, ହର୍ନବିଲ୍ ମହୋତ୍ସବ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିଓଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା । ବିଶ୍ୱସ୍ତରୀୟ ସ୍ଥିରତା ଲକ୍ଷ୍ୟ ସହିତ ଏହି ମହୋତ୍ସବ ଭାରତରେ ପରିବେଶ ଅନୁକୂଳ ଇଭେଣ୍ଟ ପାଇଁ ଏକ ମାନଦଣ୍ଡ ହେବାକୁ ଲକ୍ଷ୍ୟ ରଖିଥିଲା । କଠିନ ବର୍ଜ୍ୟବସ୍ତୁ ପରିଚାଳନା ଅଭ୍ୟାସକୁ କାର୍ଯ୍ୟକାରୀ କରିବା ଏବଂ ସମ୍ପ୍ରଦାୟକୁ ଜଡିତ କରି ଏହା ସାଂସ୍କୃତିକ ଉତ୍ସବକୁ ପରିବେଶ ସଂରକ୍ଷଣ ସହିତ କିପରି ସମନ୍ୱିତ କରାଯାଇପାରିବ ସେ ଦିଗରେ ମାର୍ଗ ପ୍ରଶସ୍ତ କରିଥିଲା ।

ଏହି ମହୋତ୍ସବକୁ ଏକ ଶୂନ-ଆବର୍ଜନା ଏବଂ ଏକକ-ବ୍ୟବହାର ପ୍ଲାଷ୍ଟିକ (ଏସ୍‌ୟୁପି) ମୁକ୍ତ କାର୍ଯ୍ୟକ୍ରମରେ ପରିଣତ କରିବା ପାଇଁ ଅନେକ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରାଯାଇଥିଲା ।

ପରିବେଶ ଉପରେ ପ୍ରଭାବ ହ୍ରାସ କରିବା ପାଇଁ ଏହି ମହୋତ୍ସବରେ ଷ୍ଟ୍ର, ଡିସ୍‌ପୋଜେବଲ୍ ପ୍ଲେଟ୍‌, କପ୍ ଏବଂ ପ୍ଲାଷ୍ଟିକ୍ ବ୍ୟାଗ୍ ସମେତ ସମସ୍ତ ଏକକ ବ୍ୟବହାର ପ୍ଲାଷ୍ଟିକ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଏହି ପଦକ୍ଷେପକୁ ସମର୍ଥନ କରିବା ପାଇଁ ବିକ୍ରେତାମାନେ ବାଉଁଶ ପାଇପ୍‌, ବାୟୋଡିଗ୍ରେବଲ୍ କଟ୍‌ଲେରି, ପତ୍ରରେ ତିଆରି ପ୍ଲେଟ୍ ଏବଂ କାଗଜ ବ୍ୟାଗ୍ ପରି ସ୍ଥାୟୀ ବିକଳ୍ପ ବ୍ୟବହାର କରିଥିଲେ, ଯାହା ଉଭୟ ପରିବେଶ ଅନୁକୂଳ ଏବଂ ବର୍ଜ୍ୟକ୍ଷମ ଉପଯୋଗୀ । ଏହି ବିକଳ୍ପଗୁଡିକ ବର୍ଜ୍ୟବସ୍ତୁକୁ କମ କରିବାରେ ଏବଂ ଏକ ସବୁଜ, ପରିଷ୍କାର ପରିବେଶକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିଥିଲା । ଏହି ପଦକ୍ଷେପର ସଫଳତା ନିଶ୍ଚିତ କରିବାକୁ ଉତ୍ସର୍ଗୀକୃତ କାର୍ଯ୍ୟକାରୀ ଦଳ ଏବଂ ସ୍ୱେଚ୍ଛାସେବୀମାନେ ଅନୁପାଳନ ପାଇଁ ସ୍ଥାନ ଉପରେ ସକ୍ରିୟ ଭାବରେ ନଜର ରଖିଥିଲେ । ସେମାନେ ବିକ୍ରେତାମାନଙ୍କ ସହିତ ଜଡିତ ରହି, ମାର୍ଗଦର୍ଶନ ପ୍ରଦାନ କରିଥିଲେ ଏବଂ କେବଳ ଅନୁମୋଦିତ ସାମାଗ୍ରୀ ବ୍ୟବହାର ନେଇ ନିୟମିତ ଯାଞ୍ଚ କରିଥିଲେ । ପରିଦର୍ଶକମାନଙ୍କୁ ପରିବେଶ ପ୍ରତି ସଚେତନର ବିକଳ୍ପ ଚୟନ କରିବା ପାଇଁ ପ୍ରୋତ୍ସାହିତ କରିବାକୁ ଶିକ୍ଷାଗତ ସଂକେତ ଏବଂ ସଚେତନତା ଅଭିଯାନ ମଧ୍ୟ ରହିଥିଲା, ଯାହା ଦ୍ୱାରା ସ୍ଥିରତା ଦିଗରେ ପ୍ରତିବଦ୍ଧତା ଆହୁରି ସୁଦୃଢ଼ ହୋଇଥିଲା ।

ଏହି ମହୋତ୍ସବରେ ବର୍ଜ୍ୟବସ୍ତୁ ପୃଥକୀକରଣଠାରୁ ଆରମ୍ଭ କରି ଏକ ବିସ୍ତୃତ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ପ୍ରତିଷ୍ଠା କରାଯାଇଥିଲା । ଓଦା, ଶୁଖିଲା ଏବଂ ପୁନଃ ବ୍ୟବହାର ଯୋଗ୍ୟ ବର୍ଜ୍ୟବସ୍ତୁ ପାଇଁ ଲେବଲ୍ ହୋଇଥିବା ପାତ୍ରଗୁଡିକ ସବୁ ଯାଗାରେ ରଖାଯାଇଥିଲା, ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀମାନେ ଉପଯୁକ୍ତ ନିଷ୍କାସନ ନିଶ୍ଚିତ କରିବା ଏବଂ ଆଚରଣଗତ ପରିବର୍ତ୍ତନକୁ ଉତ୍ସାହିତ କରିବା ପାଇଁ ପରିଦର୍ଶକମାନଙ୍କୁ ସାହାଯ୍ୟ କରିଥିଲେ । ଏକ ଉତ୍ସର୍ଗୀକୃତ ଶୁଖିଲା ବର୍ଜ୍ୟବସ୍ତୁ ସର୍ଟିଂ ଷ୍ଟେସନ୍ ଜରିଆରେ ସଂଗୃହୀତ ପ୍ଲାଷ୍ଟିକ, କାଗଜ, କାଚ ଏବଂ ଧାତୁ ଇତ୍ୟାଦି ବର୍ଗରେ ଅଲଗା କରିବା ସହ ପୁନଃ ବ୍ୟବହାର ଯୋଗ୍ୟ ସାମଗ୍ରୀଗୁଡିକୁ ପ୍ରାଧିକୃତ କେନ୍ଦ୍ରକୁ ପଠାଯାଉଥିଲା । ବର୍ଜ୍ୟ ପ୍ରକ୍ରିୟାକରଣ ୟୁନିଟ୍ ବ୍ୟବହାର କରି ସେହି ସ୍ଥାନରେ ଓଦା ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କରାଯାଇ ବର୍ଜ୍ୟବସ୍ତୁ ଉତ୍ପାଦନ କରାଯାଇଥିଲା, ଯାହା ସ୍ଥାନୀୟ କୃଷି କ୍ଷେତ୍ର ଏବଂ ସମ୍ପ୍ରଦାୟ ଉଦ୍ୟାନଗୁଡିକ ପାଇଁ ଲାଭଦାୟକ ହେବ ଏବଂ ଏହା ଏକ ବୃତ୍ତାକାର ବର୍ଜ୍ୟବସ୍ତୁ ପରିଚାଳନା ମଡେଲ୍ ସୃଷ୍ଟି କରିବ ।

ବର୍ଜ୍ୟବସ୍ତୁକୁ ଆହୁରି ହ୍ରାସ କରିବା ପାଇଁ, ଖାଦ୍ୟ ଷ୍ଟଲ୍‌ଗୁଡିକ ପୁନଃ ବ୍ୟବହାର ଯୋଗ୍ୟ କିମ୍ବା ବର୍ଜ୍ୟକ୍ଷମ ବାସନ ଯେପରିକି କଦଳୀ ପତ୍ର ଏବଂ ଆଖୁର ବର୍ଜ୍ୟରୁ ତିଆରି ହେଉଥିବା ପ୍ଲେଟ୍ ବ୍ୟବହାର କରାଯାଉଥିବା ବେଳେ ପରିଦର୍ଶକମାନଙ୍କୁ ନିଜସ୍ୱ ବାସନ ଆଣିବାକୁ କିମ୍ବା ସେଠାରେ ପୁନଃ ବ୍ୟବହାର ଯୋଗ୍ୟ ସାମଗ୍ରୀ କିଣିବାକୁ ଉତ୍ସାହିତ କରାଯାଉଥିଲା । ପ୍ଲାଷ୍ଟିକ ବୋତଲ ବ୍ୟବହାର ଜନିତ ଉତ୍ସାହକୁ କମାଇବା ପାଇଁ ମହୋତ୍ସବରେ ବିଭିନ୍ନ ସ୍ଥାନରେ ୱାଟର ରିଫିଲିଂ ଷ୍ଟେସନ୍ ସ୍ଥାପନ କରାଯାଇଛି ଏବଂ କିଣିବା ପାଇଁ ରିଫିଲ ଯୋଗ୍ୟ ବିକଳ୍ପ ସହ ପରିଦର୍ଶକମାନଙ୍କୁ ନିଜସ୍ୱ ପୁନଃ ବ୍ୟବହାର ଯୋଗ୍ୟ ବୋତଲ ଆଣିବାକୁ ଉତ୍ସାହିତ କରାଯାଉଥିଲା । ଏଥିସହ ହର୍ନବିଲ୍ ମହୋତ୍ସବରେ ୩୬ଟି ମୋରୁଙ୍ଗ (ଫୁଡ୍ ଏରିଆ) ଏବଂ ୬ଟି ସର୍ବସାଧାରଣ ସ୍ଥାନ ସମେତ ମୋଟ୍ ୪୨ଟି ଶୌଚାଳୟ ସ୍ଥାପନ କରାଯାଇଥିଲା । ଏହି ଶୌଚାଳୟଗୁଡିକ ନିୟମିତ ଭାବରେ ସଫା କରାଯିବା ସହ ସମସ୍ତ ସ୍ଥାନରେ ଉପଯୁକ୍ତ ଭାବରେ ରକ୍ଷଣାବେକ୍ଷଣ କରାଯାଉଥିଲା ।

ମହୋତ୍ସବରେ ସ୍ଥାୟୀ ଆଚରଣକୁ ପ୍ରୋତ୍ସାହିତ କରିବାରେ ଆଇଇସି ଅଭିଯାନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ସମଗ୍ର ମହୋତ୍ସବ ସ୍ଥାନରେ ସୂଚନାଯୋଗ୍ୟ ପ୍ରଦର୍ଶନଗୁଡିକ ସ୍ଥାନିତ କରାଯାଇଥିଲା, ଯାହା ପରିଦର୍ଶକମାନଙ୍କୁ ପ୍ରକୃତ ସମୟ ମାର୍ଗଦର୍ଶକ ଏବଂ ପରିବେଶ ଅନୁକୂଳ ଅଭ୍ୟାସ ଆପଣେଇବା ପାଇଁ ବ୍ୟବହାରିକ ଟିପ୍ସ ପ୍ରଦାନ କରୁଥିଲା । ଅତିରିକ୍ତ ଭାବରେ ସ୍ୱେଚ୍ଛାସେବୀମାନେ ଶୂନ-ଆବର୍ଜନା ପ୍ରୋଟୋକଲ୍‌ଗୁଡିକୁ ବୁଝିବା ଏବଂ ପାଳନ କରିବା ନିଶ୍ଚିତ କରିବାକୁ ଘଟଣା ସ୍ଥଳରେ ସଚେତନତା କାର୍ଯ୍ୟକ୍ରମ କରିଥିଲେ ।

ହର୍ନବିଲ୍ ମହୋତ୍ସବର ଶୂନ୍ୟ-ଆବର୍ଜନା ପଦ୍ଧତି ଦ୍ୱାରା ପରିବେଶ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପଡିଛି, ବିଶେଷତଃ ଏକକ ବ୍ୟବହାର ପ୍ଲାଷ୍ଟିକ (ଏସ୍‌ୟୁପି) ବର୍ଜ୍ୟବସ୍ତୁ ହ୍ରାସ ଉପରେ । ପ୍ରତିଦିନ ପ୍ରାୟ ୧ ଲକ୍ଷ ଏସ୍‌ୟୁପି ବ୍ୟବହାର କରିବାକୁ ରୋକାଯାଇଥିଲା । ଏଥିସହ ୧୦ ଦିନର ଏହି ମହୋତ୍ସବରେ ମୋଟ୍ ୧୦ ଲକ୍ଷ ଏସ୍‌ୟୁପି ବ୍ୟବହାର ହ୍ରାସ କରାଯାଇଥିଲା, ଯାହା ଦ୍ୱାରା ଏହି ଅଞ୍ଚଳରେ ପ୍ଲାଷ୍ଟିକ ପ୍ରଦୂଷଣ ଯଥେଷ୍ଟ ହ୍ରାସ ପାଇଥିଲା । ଅତିରିକ୍ତ ଭାବରେ, ଏସ୍‌ୟୁପି ବ୍ୟବହାରକୁ ହଟାଇ, ମହୋତ୍ସବ ପ୍ରାୟ ୫୦ମେଟ୍ରିକ ଟନ୍ ଅଙ୍ଗାରକାମ୍ଳ ନିର୍ଗମନକୁ ଏଡାଇ ଦେଇ ଏହାର କାର୍ବନ ପ୍ରଭାବ ହ୍ରାସ କରିବାରେ ସହାୟକ ହୋଇଥିଲା । ପରିବେଶ ଉପଯୋଗୀ ସାମଗ୍ରୀର ସ୍ଥାନୀୟ ସୋର୍ସିଂ ପରିବହନ ସମ୍ବନ୍ଧୀୟ ନିର୍ଗମନକୁ ଆହୁରି ହ୍ରାସ କରିଦେଇଥିଲା । ଅଧିକନ୍ତୁ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ରୋକିବା ଦ୍ୱାରା ଏହି ଉତ୍ସବ ମିଥେନ ଏବଂ ଇଥିଲିନ, ଶକ୍ତିଶାଳୀ ଗୀନ୍‌ହାଉସ୍ ଗ୍ୟାସ୍ ରିଲିଜ୍‌କୁ ହ୍ରାସ କରିବାରେ ସାହାଯ୍ୟ କଲା, ଯାହା ଦ୍ୱାରା ବିଶ୍ୱ ଜଳବାୟୁ ଲକ୍ଷ୍ୟ ସହିତ ସମାନ୍ତରାଳ ହୋଇ ନାଗାଲାଣ୍ଡାରେ ବାୟୁମଣ୍ଡଳର ଗୁଣବତ୍ତା ଉନ୍ନତ ହେଲା । ପୁନଃ ବ୍ୟବହାର ଯୋଗ୍ୟ ସାମଗ୍ରୀ ଯଥା କାଗଜ, କାଚ ଏବଂ ଧାତୁଗୁଡିକୁ ପ୍ରାଧିକୃତ କେନ୍ଦ୍ରକୁ ପଠାଯାଇ ସମ୍ବଳ ସଂରକ୍ଷଣ ତଥା ଶକ୍ତି ବ୍ୟବହାର ହ୍ରାସ କରାଯିବା ସହ ଏହି ମହୋତ୍ସବରେ ସର୍ଟିଂ ଷ୍ଟେସନ୍ କାର୍ଯ୍ୟକାରୀ କରିବା ଏବଂ ପୁନଃ ବ୍ୟବହାରକୁ ଉତ୍ସାହିତ କରି ଏକ ବୃତ୍ତାକାର ଅର୍ଥନୀତିକୁ ପ୍ରୋତ୍ସାହିତ କରାଯାଇଥିଲା ।

ନାଗାଲାଣ୍ଡରେ ହର୍ନବିଲ୍ ମହୋତ୍ସବର ଶୂନ-ଆବର୍ଜନା ପଦକ୍ଷେପର ସଫଳତା ବିଶ୍ୱବ୍ୟାପୀ ବଡ ଧରଣର କାର୍ଯ୍ୟକ୍ରମ ପାଇଁ ଏକ ମଡେଲ୍ ଭାବରେ କାର୍ଯ୍ୟ କରିପାରିବ । ପର୍ବପର୍ବାଣୀ, ସଂଗୀତ ସମାରୋହ ଏବଂ ସାଧାରଣ ସଭାରେ ସମାନ ପଦକ୍ଷେପ ଗ୍ରହଣ କରି ଆମେ ପାରିବେଶୀୟ ଛାପକୁ ଯଥେଷ୍ଟ ହ୍ରାସ କରିବା ସହ ଇକୋସଷ୍ଟିମ୍‌କୁ ସୁରକ୍ଷା ଦେଇପାରିବା ଏବଂ ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିପାରିବା । ଏହି ପଦକ୍ଷେପ କେବଳ ନାଗାଲାଣ୍ଡ ପାଇଁ ଏକ ବଡ ସଫଳତା ନୁହେଁ ବରଂ ଜଳବାୟୁ ପରିବର୍ତ୍ତନ ଏବଂ ପ୍ଲାଷ୍ଟିକ ପ୍ରଦୂଷଣ ବିରୋଧରେ ଲଢ଼େଇରେ ବିଶ୍ୱ ସମୁଦାୟ ପାଇଁ ମଧ୍ୟ ଏକ ଉଜ୍ଜ୍ୱଳ ଉଦାହରଣ ।

 

SR


(Release ID: 2083545) Visitor Counter : 23