ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜୟନ୍ତୀ ଅବସରରେ ଆଚାର୍ଯ୍ୟ କ୍ରିପଲାନୀଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
11 NOV 2024 9:27AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଚାର୍ଯ୍ୟ କ୍ରିପଲାନୀଙ୍କ ଜୟନ୍ତୀ ଅବସରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଭାରତର ସ୍ୱାଧୀନତା ସଂଗ୍ରାମର ଏକ ପ୍ରମୁଖ ବ୍ୟକ୍ତିତ୍ୱ ତଥା ବୁଦ୍ଧି, ଅଖଣ୍ଡତା ଏବଂ ସାହାସର ପ୍ରତୀକ ଭାବରେ ତାଙ୍କୁ ମନେ ପକାଇ ଶ୍ରୀ ମୋଦୀ ଭାରତର ସମୃଦ୍ଧ, ସୁଦୃଢ଼ ଏବଂ ଯେଉଁଠାରେ ଗରିବ ତଥା ଦଳିତମାନେ ସଶକ୍ତ ହେଉଛନ୍ତି ସେହି ଭାରତ ପ୍ରତି ତାଙ୍କର ମହାନ ଦୃଷ୍ଟିକୋଣ ପୂରଣ କରିବାକୁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି :
“ଆଚାର୍ଯ୍ୟ କ୍ରିପଲାନୀଙ୍କୁ ତାଙ୍କ ଜୟନ୍ତୀରେ ସ୍ମରଣ କରୁଛି । ସେ ଭାରତର ସ୍ୱାଧୀନତା ସଂଗ୍ରାମରେ ଜଣେ ଅଗ୍ରଣୀ ନେତା ଏବଂ ବୁଦ୍ଧି, ଅଖଣ୍ଡତା ଓ ସାହସର ପରିଚୟ ଥିଲେ । ସେ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସାମାଜିକ ନ୍ୟାୟର ନୀତି ପ୍ରତି ଗଭୀର ଭାବରେ ପ୍ରତିବଦ୍ଧ ଥିଲେ ।
ଅନ୍ୟାୟ ସହ ଲଢ଼ିବାକୁ ଆଚାର୍ଯ୍ୟ କ୍ରିପଲାନି ଭୟଭୀତ ହେଉ ନଥିଲେ । ସମୃଦ୍ଧ, ଶକ୍ତିଶାଳୀ ଏବଂ ଯେଉଁଠାରେ ଗରିବ ତଥା ଦଳିତମାନେ ସଶକ୍ତ ହେଉଛନ୍ତି ସେପରି ଭାରତର ତାଙ୍କର ମହାନ ଦୃଷ୍ଟିକୋଣକୁ ସାକାର କରିବାକୁ ଆମେ ଆମର ପ୍ରତିବଦ୍ଧତାକୁ ଦୋହରାଉଛୁ ।”
SR
(रिलीज़ आईडी: 2078243)
आगंतुक पटल : 47
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam