ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

‘ସହକାର ସେ ସମୃଦ୍ଧି’ ଦୃଷ୍ଟିକୋଣ ସମବାୟ ସଂସ୍ଥାଗୁଡ଼ିକୁ ଆତ୍ମନିର୍ଭର କରୁଛି: ପ୍ରଧାନମନ୍ତ୍ରୀ

प्रविष्टि तिथि: 25 NOV 2024 2:55PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କି, ସହକାର ସେ ସମୃଦ୍ଧି ଦୃଷ୍ଟିକୋଣର ଲକ୍ଷ୍ୟ ସମବାୟ ସଂସ୍ଥା ଗୁଡ଼ିକୁ ଆତ୍ମନିର୍ଭର ଏବଂ ମଜବୁତ୍ କରିବା । ଶ୍ରୀ ମୋଦୀ କହିଛନ୍ତି, ଶ୍ରୀ ଅମିତ ଶାହଙ୍କ ଦ୍ୱାରା ଲିଖିତ ଲେଖ ଏହା ସୂଚିତ କରୁଛି କି ପ୍ରଶାସନିକ ଏବଂ ନୀତିଗତ ସଂସ୍କାର ଦ୍ୱାରା କିପରି ସମବାୟ ସଂସ୍ଥା ଗୁଡ଼ିକର ନୂତନ କାୟାକଳ୍ପ ହୋଇପାରିଛି ।

କେନ୍ଦ୍ର ଗୃହ ଏବଂ ସହକାର ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଦ୍ୱାରା ଏକ୍ସ ରେ କରାଯାଇଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ଶ୍ରୀ ମୋଦୀ କହିଛନ୍ତି:

“କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଏବଂ ସହକାର ମନ୍ତ୍ରୀ ଶ୍ରୀ ଅମିତ ଶାହ .. ଏହା ସୂଚିତ କରିଛନ୍ତି କି କିପରି ପ୍ରଶାସନିକ ଏବଂ ନୀତିଗତ ସଂସ୍କାର ଦ୍ୱାରା ସମବାୟ କ୍ଷେତ୍ରର ନୂତନ କାୟାକଳ୍ପ ହୋଇପାରିଛି । ସେ ଜୋର ଦେଇ କହିଛନ୍ତି, ‘ସହକାର ସେ ସମୃଦ୍ଧି’ ଦୃଷ୍ଟିକୋଣର ଉଦ୍ଦେଶ୍ୟ ସମବାୟ ସଂସ୍ଥା ଗୁଡ଼ିକୁ ଆତ୍ମନିର୍ଭର ଏବଂ ମଜବୁତ୍ କରିବା ।”

SR


(रिलीज़ आईडी: 2077766) आगंतुक पटल : 55
इस विज्ञप्ति को इन भाषाओं में पढ़ें: Urdu , Marathi , Manipuri , English , हिन्दी , Bengali , Assamese , Punjabi , Gujarati , Tamil , Telugu , Kannada , Malayalam