ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦଯାପନୀ ଭାଷଣ
Posted On:
21 NOV 2024 2:21AM by PIB Bhubaneshwar
ମାନ୍ୟବର,
ଆପଣମାନେ ଦେଇଥିବା ମୂଲ୍ୟବାନ ପରାମର୍ଶ ଏବଂ ବ୍ୟକ୍ତ କରିଥିବା ସକାରାତ୍ମକ ଚିନ୍ତାଧାରା ମୁଁ ସ୍ୱାଗତ କରୁଛି । ଭାରତର ପ୍ରସ୍ତାବ ସହ ମୋର ଟିମ ଆପଣଙ୍କ ସହିତ ସମସ୍ତ ବିବରଣୀ ବାଣ୍ଟିବ ଏବଂ ଆମେ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମସ୍ତ ବିଷୟ ଉପରେ ଆଗକୁ ବଢ଼ିବା ।
ମାନ୍ୟବର,
ଭାରତ ଏବଂ କାରିକମ୍ ଦେଶ ମଧ୍ୟରେ ସମ୍ପର୍କ ଆମର ଅତୀତର ସହଭାଗୀ ଅନୁଭୂତି, ଆମ ବର୍ତ୍ତମାନର ଆବଶ୍ୟକତା ଏବଂ ଭବିଷ୍ୟତ ପାଇଁ ଆମର ସହଭାଗୀ ଆକାଂକ୍ଷା ଉପରେ ଆଧାରିତ ।
ଏହି ସମ୍ପର୍କକୁ ନୂତନ ଉଚ୍ଚତାକୁ ନେବାକୁ ଭାରତ ସମ୍ପୂର୍ଣ୍ଣ ପ୍ରତିବଦ୍ଧ । ଆମର ସମସ୍ତ ପ୍ରୟାସରେ, ଆମେ ଗ୍ଲୋବାଲ୍ ସାଉଥର ଚିନ୍ତା ଏବଂ ଏହାର ପ୍ରାଥମିକତା ଉପରେ ଧ୍ୟାନ କେନ୍ଦ୍ରୀତ କରିଛୁ।
ଭାରତର ଅଧ୍ୟକ୍ଷତାରେ ଗତ ବର୍ଷ ଅନୁଷ୍ଠିତ ଜି-୨୦ ଗ୍ଲୋବାଲ୍ ସାଉଥର ସ୍ୱର ଭାବରେ ଉଭା ହୋଇଥିଲା । ଗତକାଲି, ବ୍ରାଜିଲରେ ମଧ୍ୟ ମୁଁ ବିଶ୍ୱ ସମୁଦାୟକୁ ଗ୍ଲୋବାଲ୍ ସାଉଥର ଦେଶଗୁଡିକୁ ପ୍ରାଥମିକତା ଦେବା ପାଇଁ ଆହ୍ୱାନ ଦେଇଥିଲି ।
ମୁଁ ଖୁସି ଯେ ଭାରତ ଏବଂ ଆମର ସମସ୍ତ କାରିକମ୍ ବନ୍ଧୁମାନେ ସହମତ ଅଛନ୍ତି ଯେ ବିଶ୍ୱ ଅନୁଷ୍ଠାନରେ ସଂସ୍କାର ଆବଶ୍ୟକ ।
ସେମାନେ ଆଜିର ଦୁନିଆ ଏବଂ ଆଜିର ସମାଜ ଅନୁଯାୟୀ ନିଜକୁ ଗଢ଼ିବାର ଆବଶ୍ୟକତା ରହିଛି। ଏହା ହେଉଛି ସମୟର ଆବଶ୍ୟକତା । ଏହାକୁ ଏକ ବାସ୍ତବତାରେ ପରିଣତ କରିବାକୁ, କାରିକମ୍ର ସମର୍ଥନ ସହିତ ଘନିଷ୍ଠ ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ମାନ୍ୟବର,
ଆଜି ଆମର ବୈଠକରେ ନିଆଯାଇଥିବା ନିଷ୍ପତ୍ତି, ପ୍ରତ୍ୟେକ କ୍ଷେତ୍ରରେ ଆମ ସହଯୋଗରେ ନୂତନ ଦିଗ ସଂଯୋଗ କରିବ । ଏହାକୁ କାର୍ଯ୍ୟକାରୀ କରିବାରେ ଭାରତ-କାରିକମ୍ ଯୁଗ୍ମ ଆୟୋଗ ଏବଂ ମିଳିତ କାର୍ଯ୍ୟ ଗୋଷ୍ଠୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ।
ଆମର ସକାରାତ୍ମକ ସହଯୋଗକୁ ଆଗକୁ ନେବାକୁ, ତୃତୀୟ କାରିକମ୍ ସମ୍ମିଳନୀ ଭାରତରେ ଆୟୋଜନ କରିବାକୁ ମୁଁ ପ୍ରସ୍ତାବ ଦେଇଛି ।
ମୁଁ ପୁଣି ଥରେ ରାଷ୍ଟ୍ରପତି ଇରଫାନ୍ ଅଲି, ପ୍ରଧାନମନ୍ତ୍ରୀ ଡିକନ୍ ମିଶେଲ୍, କାରିକମ୍ ସଚିବାଳୟ ଓ ଆପଣ ସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି ।
***********
SR
(Release ID: 2075443)
Visitor Counter : 16
Read this release in:
Assamese
,
Tamil
,
Kannada
,
Manipuri
,
English
,
Urdu
,
Hindi
,
Marathi
,
Bengali
,
Punjabi
,
Gujarati
,
Telugu
,
Malayalam