ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

Posted On: 19 NOV 2024 6:09AM by PIB Bhubaneshwar

ବ୍ରାଜିଲର ରିଓ ଡି ଜେନେରିଓରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆର ନବ ନିର୍ବାଚିତ ରାଷ୍ଟ୍ରପତି ପ୍ରବୱୋ ସୁବିଆନ୍ତୋଙ୍କୁ ସାକ୍ଷାତ କରିଛନ୍ତି ଦୁଇ ନେତାଙ୍କର ଏହା ପ୍ରଥମ ବୈଠକ ଥିଲା

ପ୍ରଧାନମନ୍ତ୍ରୀ ନବନିର୍ବାଚିତ ହୋଇ ଦାୟିତ୍ୱ ଗ୍ରହଣ କରିଥିବାରୁ ରାଷ୍ଟ୍ରପତି ସୁବିଆନ୍ତୋଙ୍କୁ ଅଭିନନ୍ଦନ ଜଣାଇଥିଲେ ଦୁଇ ନେତା ସେମାନଙ୍କର ବିସ୍ତୃତ ରଣନୀତିକ ଭାଗିଦାରୀ ଢ଼ାଞ୍ଚାରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବାକୁ ସେମାନଙ୍କର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛନ୍ତି ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା ଏବଂ ନିରାପତ୍ତା, ଯୋଗାଯୋଗ, ପର୍ଯ୍ୟଟନ, ସ୍ୱାସ୍ଥ୍ୟ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ କ୍ଷେତ୍ରରେ ସହଯୋଗ ଉପରେ ସେମାନେ ଆଲୋଚନା କରିଥିଲେ ଭାରତ ଇଣ୍ଡୋନେସିଆ କୂଟନୀତିକ ସମ୍ପର୍କ ସ୍ଥାପନର ୭୫ ବର୍ଷ ପୂର୍ତ୍ତୀ ପାଳନ କରୁଛନ୍ତି ବୋଲି ଦୁଇ ନେତା ଉଲ୍ଲେଖ କରିଥିଲେ ଏବଂ ଏହି ଉତ୍ସବକୁ ଉପଯୁକ୍ତ ଢ଼ଙ୍ଗରେ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି

ଏହି ଅବସରରେ ଦୁଇ ନେତା ବିଭିନ୍ନ ବିଶ୍ୱସ୍ତରୀୟ ଏବଂ ଆଞ୍ଚଳିକ ପ୍ରସଙ୍ଗରେ ମତ ବିନିମୟ କରିଥିଲେ ଜି୨୦ ମଧ୍ୟରେ ସେମାନଙ୍କର ଘନିଷ୍ଠ ସଯୋଗ ବିଷୟରେ ଆଲୋଚନା କରି ସେମାନେ ଗ୍ଲୋବାଲ୍ ସାଉଥ୍ ଦୃଷ୍ଟିକୋଣକୁ ପ୍ରାଥମିକତା ଦେବାକୁ ଆହ୍ୱାନ ଦେଇଥିଲେ ଏହାଛଡା ସେମାନେ ମଧ୍ୟ ଏସିଆନ୍ ସମତେ ବହୁପକ୍ଷୀୟ ଏବଂ ବହୁମୁଖୀ ମଞ୍ଚରେ ଚାଲିଥିବା ସହଯୋଗର ସମୀକ୍ଷା କରିଥିଲେ

 

**********

SR 


(Release ID: 2074738)