ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବାଲାସାହେବ ଠାକ୍‌ରେଙ୍କୁ ତାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ



ଶ୍ରୀ ଠାକ୍‌ରେ, ମହାରାଷ୍ଟ୍ରର ବିକାଶ ଏବଂ ମରାଠୀ ଲୋକଙ୍କର ସଶକ୍ତିକରଣର ସମର୍ଥନ କରୁଥିବା ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଥିଲେ

ପୋଷ୍ଟ କରାଯିବା ଦିନାଙ୍କ: 17 NOV 2024 1:22PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ବାଲାସାହେବ ଠାକରେଙ୍କୁ ତାଙ୍କର ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମହାରାଷ୍ଟ୍ରର ବିକାଶ ଏବଂ ମରାଠୀ ଲୋକମାନଙ୍କର ସଶକ୍ତିକରଣର ସମର୍ଥନ କରୁଥିବା ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ବୋଲି ଶ୍ରୀ ମୋଦୀ କହିଥିଲେ ।

ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି :

“ମୁଁ ମହାନ ବାଲାସାହେବ ଠାକ୍‌ରେଙ୍କୁ ତାଙ୍କର ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ସେ ଏକମାତ୍ର ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଥିଲେ, ଯିଏ ମହାରାଷ୍ଟ୍ରର ବିକାଶ ଏବଂ ମରାଠୀ ଲୋକଙ୍କ ସଶକ୍ତିକରଣକୁ ସମର୍ଥନ କରୁଥିଲେ । ସେ ଭାରତୀୟ ସଂସ୍କୃତି ଏବଂ ନୈତିକତାର ଗୌରବକୁ ଆଗକୁ ବଢ଼ାଇବାରେ ଦୃଢ଼ ବିଶ୍ୱାସ ରଖୁଥିଲେ । ତାଙ୍କର ନିର୍ଭିକ ସ୍ୱର ଏବଂ ଅଦମ୍ୟ ଚିନ୍ତାଧାରା ପ୍ରତ୍ୟେକ ପୀଢ଼ିକୁ ପ୍ରେରଣା ଯୋଗାଇବ ।”

 

SR


(ରିଲିଜ ଆଡି: 2074059) ପରିଦର୍ଶକ କାଉଣ୍ଟର : 75