ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଡ. ନବୀନଚନ୍ଦ୍ର ରାମଗୁଲାମଙ୍କ ସହ କଥା ହୋଇ ନିର୍ବାଚନରେ ଐତିହାସିକ ବିଜୟ ପାଇଁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ


ଭାରତ ଗସ୍ତରେ ଆସିବାକୁ ଡ. ରାମଗୁଲାମଙ୍କୁ ନିମନ୍ତ୍ରଣ ଦେଲେ ପ୍ରଧାନମନ୍ତ୍ରୀ

ଭାରତ ଓ ମରିସସ୍ ମଧ୍ୟରେ ସ୍ୱତନ୍ତ୍ର ଏବଂ ଅନନ୍ୟ ଭାଗିଦାରୀକୁ ଅଧିକ ଗଭୀର କରିବା ସହ ଆଗକୁ ବଢ଼ାଇବା ପାଇଁ ଦୁଇ ନେତା ପ୍ରତିବଦ୍ଧତା ନିଶ୍ଚିତ କଲେ

Posted On: 11 NOV 2024 9:00PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡ. ନବୀନଚନ୍ଦ୍ର ରାମଗୁଲାମଙ୍କ ସହ କଥା ହୋଇ ସାଧାରଣ ନିର୍ବାଚନରେ ଐତିହାସିକ ବିଜୟ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ତାଙ୍କର ନୂଆ କାର୍ଯ୍ୟକାଳର ସଫଳତା କାମନା କରିଛନ୍ତି ଏବଂ ମରିସସ୍‌ର ବନ୍ଧୁତ୍ୱପୂର୍ଣ୍ଣ ଲୋକମାନଙ୍କ ଉନ୍ନତି ତଥା ସମୃଦ୍ଧି ପାଇଁ ସମର୍ଥନ କରିବାକୁ ଭାରତ ପ୍ରତିବଦ୍ଧ ବୋଲି କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଭାରତ ଓ ମରିସସ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ପାଇଁ ବର୍ଷ ବର୍ଷ ଧରି ଡ. ରାମଗୁଲାମ ତଥା ଜାତିର ପିତା ସାର୍ ସିଉସାଗର ରାମଗୁଲାମଙ୍କ ଦ୍ୱାରା କରାଯାଇଥିବା ଯୋଗଦାନକୁ ମନେ ପକାଇଛନ୍ତି ।

ଯଥାଶୀଘ୍ର ଭାରତ ଗସ୍ତରେ ଆସିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଦିଆଯାଇଥିବା ନିମନ୍ତ୍ରଣକୁ ନବନିର୍ବାଚିତ ପ୍ରଧାନମନ୍ତ୍ରୀ ରାମଗୁଲାମ ଗ୍ରହଣ କରିଛନ୍ତି ।

ସ୍ୱତନ୍ତ୍ର ଏବଂ ଅନନ୍ୟ ଭାଗିଦାରୀକୁ ଅଧିକ ଗଭୀର କରିବା ସହ ଏହା ଆଗକୁ ବଢ଼ାଇବା ପାଇଁ ମିଳିତ ଭବେ କାର୍ଯ୍ୟ କରିବାକୁ ଉଭୟ ନେତା ସେମାନଙ୍କର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛନ୍ତି ।

ଦୁଇ ନେତା ଯୋଗାଯୋଗରେ ରହିବାକୁ ସହମତ ହୋଇଥିଲେ ।

 

 

SR    


(Release ID: 2072696) Visitor Counter : 18