ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜନ୍ମ ଦିନରେ ଏଲ କେ ଆଡଭାନୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
Posted On:
08 NOV 2024 8:50PM by PIB Bhubaneshwar
ଶ୍ରୀ ଏଲ କେ ଆଡଭାନୀଙ୍କୁ ଆଜି ତାଙ୍କ ଜନ୍ମ ଦିନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ଏଲ କେ ଆଡଭାନୀଙ୍କୁ ପ୍ରଧାନମନ୍ତ୍ରୀ ଦେଶର ସର୍ବାଧିକ ପ୍ରଶଂସନୀୟ ରାଷ୍ଟ୍ରନେତା ଭାବେ ଦର୍ଶାଇବା ସହ ସେ ଭାରତର ବିକାଶକୁ ଆଗେଇ ନେବା ପାଇଁ ନିଜକୁ ଉତ୍ସର୍ଗ କରିଥିବା କହିଛନ୍ତି ।
ପ୍ରଧାନମନ୍ତ୍ରୀ ମଧ୍ୟ ଶ୍ରୀ ଏଲ କେ ଆଡଭାନୀଙ୍କ ବାସଭବନକୁ ଯାଇ ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ଜନ୍ମ ଦିନରେ ଶ୍ରୀ ଏଲ କେ ଆଡଭାନୀଙ୍କୁ ବହୁତ ବହୁତ ଶୁଭେଚ୍ଛା । ଚଳିତ ବର୍ଷ ଅଧିକ ସ୍ୱତନ୍ତ୍ର, କାରଣ ତାଙ୍କୁ ଅସାଧାରଣ ଦେଶସେବା ପାଇଁ ଭାରତରତ୍ନରେ ସମ୍ମାନିତ କରାଯାଇଛି । ସେ ଦେଶର ସର୍ବାଧିକ ପ୍ରଶଂସନୀୟ ରାଷ୍ଟ୍ରନେତାଙ୍କ ମଧ୍ୟରୁ ଜଣେ ଏବଂ ଦେଶର ବିକାଶକୁ ଆଗେଇ ନେବା କ୍ଷେତ୍ରରେ ନିଜକୁ ଉତ୍ସର୍ଗ କରିଛନ୍ତି । ତାଙ୍କର ବୁଦ୍ଧି ଓ ସମୃଦ୍ଧ ଅନ୍ତଃଦୃଷ୍ଟି ପାଇଁ ସେ ସର୍ବଦା ସମ୍ମାନର ପାତ୍ର ଥିଲେ । ବହୁ ବର୍ଷ ଧରି ମୋତେ ତାଙ୍କର ଦିଗଦର୍ଶନ ମିଳିଥିବାରୁ ମୁଁ ଧନ୍ୟ । ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରୁଛି । ଆଡଭାନୀ ଜୀଙ୍କ ବାସଭବନକୁ ଯାଇ ତାଙ୍କୁ ଜନ୍ମ ଦିନରୁ ଶୁଭେଚ୍ଛା ଜଣାଇଲି ।”
SR
(Release ID: 2071929)
Visitor Counter : 29
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam