ରାଷ୍ଟ୍ରପତିଙ୍କ ସଚିବାଳୟ
azadi ka amrit mahotsav

ରାଷ୍ଟ୍ରପତି ଭବନରେ କୋଣାର୍କ ଚକର ପ୍ରତିକୃତି

प्रविष्टि तिथि: 29 OCT 2024 7:45PM by PIB Bhubaneshwar

 

ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ର ଓ ଅମୃତ ଉଦ୍ୟାନରେ ବାଲୁକା ପଥରରେ ନିର୍ମିତ କୋଣାର୍କ ଚକର ୪ଟି ପ୍ରତିକୃତି ସ୍ଥାପନ କରାଯାଇଛି। ପର୍ଯ୍ୟଟକଙ୍କ ମଧ୍ୟରେ ଦେଶର ସମୃଦ୍ଧ ଐତିହ୍ୟକୁ ପ୍ରଦର୍ଶିତ ଓ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ କୋଣାର୍କ ଚକ ସ୍ଥାପନ ରଖାଯାଇଛି। ରାଷ୍ଟ୍ରପତି ଭବନରେ ପାରମ୍ପରିକ ସାଂସ୍କୃତିକ ଓ ଐତିହାସିକ ଉପାଦାନକୁ ସାମିଲ କରିବା ପାଇଁ ନିଆଯାଥିବା ବିଭିନ୍ନ ପଦକ୍ଷେପର ଏହା ହେଉଛି ଗୋଟିଏ ଅଂଶବିଶେଷ।

ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ମାନ୍ୟତା ପାଇଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର ଓଡ଼ିଶାର ମନ୍ଦିର ସ୍ଥାପତ୍ୟର ଏକ ଉତ୍କୃଷ୍ଟ ନମୁନା। ସୂର୍ଯ୍ୟ ଦେବତାଙ୍କୁ ନେଇ ଯାଉଥିବା ଏକ ବିରାଟ ରଥ ଆକାରରେ ଏହା ନିର୍ମିତ ହୋଇଥିଲା କୋଣାର୍କ ଚକ ଭାରତର ସାଂସ୍କୃତିକ ଐତିହ୍ୟର ପ୍ରତୀକ ।

 

*********

 

PS


(रिलीज़ आईडी: 2069417) आगंतुक पटल : 89
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Punjabi , Tamil , Malayalam