ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଅକ୍ଟୋବର ୨୯ରେ ରୋଜଗାର ମେଳା ଅଧିନରେ ସରକାରୀ ବିଭାଗ ଓ ସଂସ୍ଥାରେ ନୂଆ ନିଯୁକ୍ତି ପାଇଥିବା ୫୧,୦୦୦ରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Posted On: 28 OCT 2024 1:05PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୯ ଅକ୍ଟୋବର ୨୦୨୪ ଦିନ ୧୦:୩୦ ସମୟରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ୫୧,୦୦୦ରୁ ଅଧିକ ନବ ନିଯୁକ୍ତ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିବେ ଏହି ଅବସରରେ ମଧ୍ୟ ପ୍ରଧାନମନ୍ତ୍ରୀ ରୋଜଗାର ମେଳାକୁ ସମ୍ବୋଧିତ କରିବେ

ରୋଜଗାର ମେଳା ରୋଜଗାର ସୃଷ୍ଟିକୁ ପ୍ରାଥମିକତା ଦେବା ପାଇଁ ପ୍ରଧାମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ଏହା ଯୁବପୀଢ଼ିଙ୍କୁ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ଦେବା ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରିବା ସହ ସେମାନଙ୍କୁ ସଶକ୍ତ କରିବ

ସମଗ୍ର ଦେଶରେ ୪୦ଟି ବିଭିନ୍ନ ସ୍ଥାନରେ ରୋଜଗାର ମେଳାର ଆୟୋଜନ କରାଯିବ, ଯେଉଁଥିରେ ନୂଆ କର୍ମଚାରୀ କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗ, ଯେପରିକି ରାଜସ୍ୱ ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ଗୃହ ମନ୍ତ୍ରଣାଳୟ, ରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଇତ୍ୟାଦି ସହ ସାମିଲ ହେବେ

ନବ ନିଯୁକ୍ତମାନେ ଆଇଜିଓଟି କର୍ମଯୋଗୀ ପୋର୍ଟାଲରେ ଉପଲବ୍ଧ ଅନଲାଇନ୍ ମଡ୍ୟୁଲ୍ ‘କର୍ମଯୋଗୀ ପ୍ରାରମ୍ଭ’ ମାଧ୍ୟମରେ ଭିତ୍ତିଭୂମି ତାଲିମ ଗ୍ରହଣ କରିବାର ସୁଯୋଗ ପାଇବେ କର୍ମଯୋଗୀ ପୋର୍ଟାଲ୍‌ରେ ୧୪୦୦ରୁ ଅଧିକ ଇ-ଲର୍ନିଂ ପାଠ୍ୟକ୍ରମ ଉପଲବ୍ଧ ଯାହାକି ନୂଆ ନିଯୁକ୍ତମାନଙ୍କୁ ସେମାନଙ୍କ ଭୂମିକା ଅଧିକ ପ୍ରଭାବଶାଳୀ କରିବା ଏବଂ ବିକଶିତ ଭାରତ ନିର୍ମାଣ ଦିଗରେ କାର୍ଯ୍ୟ କରିବା ପାଇଁ ଅତ୍ୟାବଶ୍ୟକ କୌଶଳ ସହିତ ଅଧିକ ଦକ୍ଷ କରିବ

 

SR     


(Release ID: 2068959)