ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବ୍ରିକ୍ସ ସମ୍ମିଳନୀ ପାଇଁ ରୁଷ ପ୍ରସ୍ଥାନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି
प्रविष्टि तिथि:
22 OCT 2024 7:32AM by PIB Bhubaneswar
ରୁଷ୍ ରାଷ୍ଟ୍ରପତି ଶ୍ରୀ ଭ୍ଲାଦିମିର ପୁତିନଙ୍କ ନିମନ୍ତ୍ରଣ କ୍ରମେ ୧୬ ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ମୁଁ ଆଜି ଦୁଇ ଦିନିଆ କାଜାନ ଗସ୍ତରେ ପ୍ରସ୍ଥାନ କରୁଛି ।
ଭାରତ ବ୍ରିକ୍ସ ରାଷ୍ଟ୍ର ଗୁଡ଼ିକ ମଧ୍ୟରେ ଘନିଷ୍ଠ ସହଯୋଗକୁ ଗୁରୁତ୍ୱ ଦିଏ । ବୈଶ୍ୱିକ ବିକାଶ କାର୍ଯ୍ୟସୂଚୀ, ବହୁପକ୍ଷବାଦ ସୁଧାର, ଜଳବାୟୁ ପରିବର୍ତ୍ତନ, ଆର୍ଥିକ ସହଯୋଗ, ନମନୀୟ ଯୋଗାଣ ଶୃଙ୍ଖଳ ଗଠନ, ସଂସ୍କୃତିକୁ ପ୍ରୋତ୍ସାହନ ଏବଂ ଲୋକଙ୍କ ମଧ୍ୟରେ ଯୋଗାଯୋଗ ରକ୍ଷା ଆଦି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ବ୍ରିକ୍ସ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ଭାବେ ଉଭା ହୋଇଛି । ଗତ ବର୍ଷ ବ୍ରିକ୍ସରେ ନୂତନ ସଦସ୍ୟ ରାଷ୍ଟ୍ର ସାମିଲ ହୋଇଥିବାରୁ ବୈଶ୍ୱିକ ଉତ୍ତମତାର କାର୍ଯ୍ୟସୂଚୀ ପାଇଁ ଏହା ସମାବେଶୀତାକୁ ବୃଦ୍ଧି କରିଛି ।
୨୦୨୪ ଜୁଲାଇ ମାସରେ ମସ୍କୋଠାରେ ହୋଇଥିବା ବାର୍ଷିକ ଶିଖର ସମ୍ମିଳନୀରେ ମୋର ଯୋଗଦାନ ପରେ ଏବେ କାଜାନ ଗସ୍ତ ଭାରତ ଓ ରୁଷ୍ ମଧ୍ୟରେ ସ୍ୱତନ୍ତ୍ର ଓ ରଣନୀତିକ ସହଭାଗିତାକୁ ସୁଦୃଢ଼ କରିବ ।
ବ୍ରିକ୍ସରେ ଅନ୍ୟ ନେତୃବୃନ୍ଦଙ୍କୁ ଭେଟିବାକୁ ମଧ୍ୟ ମୁଁ ବ୍ୟଗ୍ର ଅଛି ।
SR
(रिलीज़ आईडी: 2066969)
आगंतुक पटल : 143
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam