ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଅକ୍ଟୋବର ୧୭ରେ ଆନ୍ତର୍ଜାତିକ ଅଭିଧାମ ଦିବସ ଏବଂ ପାଲିକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ଉତ୍ସବରେ ଯୋଗ ଦେବେ

प्रविष्टि तिथि: 15 OCT 2024 9:13PM by PIB Bhubaneshwar

ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅକ୍ଟୋବର ୧୭ ତାରିଖ ପୂର୍ବାହ୍ନ ୧୦ଟାରେ ଆନ୍ତର୍ଜାତିକ ଅଭିଧାମ ଦିବସ ଏବଂ ପାଲିକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ ପାଇଁ ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ । ଉପସ୍ଥିତ ଜନସାଧାରଣଙ୍କୁ ମଧ୍ୟ ସେ ଉଦବୋଧନ ଦେବେ ।

ଭଗବାନ ବୁଦ୍ଧଙ୍କ ଅଭିଧାମ ଶିକ୍ଷା ସ୍ମୃତିରେ ଅଭିଧାମ ଦିବସ ପାଳନ କରାଯାଇଥାଏ । ନିକଟରେ ଅନ୍ୟ ଚାରୋଟି ଭାଷା ସହିତ ପାଲିକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ମିଳିବା ଚଳିତ ବର୍ଷର ଅଭିଧାନ ଦିବସର ଗୁରୁତ୍ୱ ବୃଦ୍ଧି କରିଛି । କାରଣ ଅଭିଧାମରେ ଥିବା ଭଗବାନ ବୁଦ୍ଧଙ୍କ ଶିକ୍ଷା କେବଳ ପାଲି ଭାଷାରେ ଉପଲବ୍ଧ ।

ଆନ୍ତର୍ଜାତିକ ଅଭିଧାମ ଦିବସର ଉତ୍ସବ ଭାରତ ସରକାର ଏବଂ ଆନ୍ତର୍ଜାତିକ ବୌଦ୍ଧ ମହାସଂଘ ଦ୍ୱାରା ଆୟୋଜିତ ହେଉଛି । ଉତ୍ସବରେ ୧୪ଟି ଦେଶରୁ ଶିକ୍ଷାବିତ୍ ଏବଂ ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟର ବୁଦ୍ଧ ଧାମ ଯୁବ ବିଶେଷଜ୍ଞମାନେ ଯୋଗ ଦେବେ ।

SR


(रिलीज़ आईडी: 2065198) आगंतुक पटल : 78
इस विज्ञप्ति को इन भाषाओं में पढ़ें: Marathi , Bengali , Assamese , English , Urdu , हिन्दी , Manipuri , Punjabi , Gujarati , Tamil , Telugu , Kannada , Malayalam