ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 25 SEP 2024 9:08AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦି କହିଛନ୍ତି ଯେ ବିକଶିତ ଭାରତର ସଂକଳ୍ପ ହାସଲ କରିବାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଅନ୍ତୋଦୟ ଅବଧାରଣା ଏକ ଅମୂଲ୍ୟ ଭୂମିକା ଗ୍ରହଣ କରିବ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ ମହାନ ଜାତୀୟବାଦୀ ଚିନ୍ତକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କୁ ତାଙ୍କର ଜୟନ୍ତୀ ଅବସରରେ ଅଶେଷ ଶ୍ରଦ୍ଧାଞ୍ଜଳି । ଏକ ବିକଶିତ ଭାରତର ସଙ୍କଳ୍ପ ହାସଲ କରିବାରେ ଅନ୍ତୋଦୟ ଅବଧାରଣା ଏକ ଅମୂଲ୍ୟ ଭୂମିକା ଗ୍ରହଣ କରିବାକୁ ଯାଉଛି । ଦେଶ ପ୍ରତି ତାଙ୍କର ଉତ୍ସର୍ଗୀକୃତ ସେବା ସ୍ମରଣୀୟ ହେବ ।”

 

SR


(ରିଲିଜ ଆଡି: 2058815) ପରିଦର୍ଶକ କାଉଣ୍ଟର : 97