ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav g20-india-2023

କୁୱେତର କ୍ରାଉନ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

Posted On: 22 SEP 2024 11:36PM by PIB Bhubaneshwar

ନ୍ୟୁୟର୍କରେ ଆଜି ଜାତିସଂଘ ସାଧାରଣ ପରିଷଦର ୭୯ତମ ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୁୱେତର କ୍ରାଉନ ପ୍ରିନ୍ସ ବା ଯୁବରାଜ ଶେଖ ସବାହ ଖାଲେଦ ଅଲ-ହମାଦ ଅଲ-ମୁବାରକ ଅଲ-ସବାହଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ଓ କୁୱେତର କ୍ରାଉନ ପ୍ରିନ୍ସଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ ।

କୁୱେତ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଭାରତ କେତେ ଗୁରୁତ୍ୱ ଦିଏ ତାହା ପ୍ରଧାନମନ୍ତ୍ରୀ ଅବଗତ କରାଇଥିଲେ । ଦୁଇ ନେତା ଦୁଇ ଦେଶର ଜନସାଧାରଣଙ୍କ ମଧ୍ୟରେ ଥିବା ଦୃଢ଼ ଐତିହାସିକ ଓ ଭାବଗତ ସମ୍ପର୍କକୁ ମନେପକାଇଥିଲେ । ଶକ୍ତି ଓ ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ଉଭୟ ଦେଶ ପରସ୍ପରକୁ ସହାୟତା କରୁଥିବାରୁ ଦୁଇ ନେତା ସନ୍ତୋଷ ପ୍ରକାଶ କରିଥିଲେ । ସେମାନେ ଦୁଇ ଦେଶର ପାରସ୍ପରିକ ଲାଭ ପାଇଁ ବିବିଧ ଦ୍ୱିପାକ୍ଷିକ ସମ୍ପର୍କକୁ ଗଭୀର କରିବା ଉପରେ ସେମାନଙ୍କୁ ପ୍ରତିବଦ୍ଧତାକୁ ଦୋହରାଇଥିଲେ । କୁୱେତରେ ଥିବା ପ୍ରବାସୀ ଭାରତୀୟ, ଯେଉଁମାନେ କି ଦେଶର ସବୁଠାରୁ ବଡ଼ ପ୍ରବାସୀ ଗୋଷ୍ଠୀ ସେମାନଙ୍କର କଲ୍ୟାଣ କଥା ଚିନ୍ତା କରୁଥିବାରୁ କ୍ରାଉନ ପ୍ରିନ୍ସଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।

ଦୁଇ ଦେଶର ନେତୃବୃନ୍ଦଙ୍କ ଏହି ଭେଟ ଭାରତ ଓ କୁୱେତ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ଗତିଶୀଳ କରିବ ବୋଲି ଆଶା କରାଯାଏ ।

SR



(Release ID: 2057743) Visitor Counter : 8