ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆମେରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି

प्रविष्टि तिथि: 21 SEP 2024 6:12AM by PIB Bhubaneshwar

 

ରାଷ୍ଟ୍ରପତି ବାଇଡେନ୍ଙ୍କ ଦ୍ୱାରା ତାଙ୍କ ନିଜ ସହର ୱିଲମିଙ୍ଗଟନ୍ରେ ଆୟୋଜିତ ହେବାକୁ ଯାଉଥିବା କ୍ୱାଡ୍ ସମ୍ମିଳନୀରେ ଅଂଶଗ୍ରହଣ କରିବା ଏବଂ ନ୍ୟୁୟର୍କରେ ମିଳିତ ଜାତିସଂଘ ସାଧାରଣ ସଭାରେ ଭବିଷ୍ୟତ ସମ୍ମିଳନୀକୁ ସମ୍ବୋଧିତ କରିବା ପାଇଁ ଆଜି ମୁଁ ଏକ ତିନି ଦିନିଆ ଗସ୍ତରେ ଯୁକ୍ତରାଷ୍ଟ୍ର ଆମେରିକା ଯାଉଛି

କ୍ୱାଡ୍ ସମ୍ମିଳନୀରେ ମୋର ସହଯୋଗୀ ରାଷ୍ଟ୍ରପତି ବାଇଡେନ୍‌, ପ୍ରଧାନମନ୍ତ୍ରୀଲ୍ବନିଜ୍ ଏବଂ ପ୍ରଧାନମନ୍ତ୍ରୀ କିଶିଦାଙ୍କ ସହ ଯୋଗଦେବାକୁ ମୁଁ ଉତ୍ସୁକ ଅଛି ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧି ପାଇଁ କାର୍ଯ୍ୟ କରୁଥିବା ସମାନ ବିଚାରଧାରାର ଦେଶମାନଙ୍କର ଏକ ଗୋଷ୍ଠୀ ଭାବରେ ଏହି ଫୋରମ୍ ଉଭା ହୋଇଛି

ରାଷ୍ଟ୍ରପତି ବାଇଡେନ୍ଙ୍କ ସହ ମୋର ସାକ୍ଷାତ ଆମକୁ ଆମ ଲୋକମାନଙ୍କର ଲାଭ ତଥା ବିଶ୍ୱର ମଙ୍ଗଳ ପାଇଁ ଭାରତ-ଆମେରିକାର ବ୍ୟାପକ ବିଶ୍ୱସ୍ତରୀୟ ରଣନୀତିକ ଭାଗିଦାରିତାକୁ ଅଧିକ ସୁଦୃଢ଼ କରିବାକୁ ନୂତନ ପଥ ସମୀକ୍ଷା ଏବଂ ଚିହ୍ନଟ କରିବାକୁ ସୁଯୋଗ ପ୍ରଦାନ କରିବ

ପ୍ରବାସୀ ଭାରତୀୟ ଏବଂ ଗୁରୁତ୍ୱପୂର୍ଣ୍ଣ ଆମେରିକୀୟ ବ୍ୟବସାୟୀ ମୁଖ୍ୟମାନଙ୍କ ସହ ଜଡିତ ହେବାକୁ ମୁଁ ଉତ୍ସାହର ସହ ଅପେକ୍ଷା କରିଛି, ଯେଉଁମାନେ ପ୍ରମୁଖ ଅଂଶୀଦାର ଅଟନ୍ତି ଏବଂ ବିଶ୍ୱର ସର୍ବବୃହତ ତଥା ସର୍ବପୁରାତନ ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରେ ଅନନ୍ୟ ଭାଗିଦାରୀକୁ ସୁଦୃଢ଼ କରିଥାନ୍ତି।

ଭବିଷ୍ୟତ ସମ୍ମିଳନୀ ବିଶ୍ୱ ସମୁଦାୟ ପାଇଁ ମାନବତାର ଉନ୍ନତି ନିମନ୍ତେ ଆଗାମୀ ପଥ ନିର୍ଦ୍ଧାରଣ କରିବାର ଏକ ସୁଯୋଗ ଅଟେ ମୁଁ ମାନବତାର ଏକ ଷଷ୍ଠାଂଶ ବିଷୟରେ ମୋର ମତାମତ ବାଣ୍ଟିବି, କାରଣ ଶାନ୍ତିପୂର୍ଣ୍ଣ ଏବଂ ନିରାପଦ ଭବିଷ୍ୟତରେ ସେମାନଙ୍କର ଅଂଶ ବିଶ୍ୱରେ ସର୍ବାଧିକ

 

 

SR


(रिलीज़ आईडी: 2057282) आगंतुक पटल : 320
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam