ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
ସ୍ୱଚ୍ଛତା ହିଁ ସେବା ଅବସରରେ 'ଏକ ପେଡ୍ ମା କେ ନାମ' ବୃକ୍ଷରୋପଣ ଅଭିଯାନକୁ ଆଗକୁ ନେବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପ୍ରସ୍ତୁତ
Posted On:
18 SEP 2024 9:21AM by PIB Bhubaneshwar
ବିଶ୍ୱ ପରିବେଶ ଦିବସ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 'ଏକ ପେଡ୍ ମା କେ ନାମ' ଅଭିଯାନର ଶୁଭାରମ୍ଭ କରିଛନ୍ତି । ଆମ ପୃଥିବୀକୁ ଉନ୍ନତ କରିବାରେ ଯୋଗଦାନ କରିବା ପାଇଁ ଏବଂ ପ୍ରକୃତି ମା’ଙ୍କ ସୁରକ୍ଷା ଏବଂ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବା ନିମନ୍ତେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଗଷ୍ଟ ଦ୍ୱିତୀୟ ସପ୍ତାହରୁ ବୃକ୍ଷରୋପଣ ଅଭିଯାନ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ମନ୍ତ୍ରଣାଳୟ ଦ୍ୱାରା ଦେଶର ଉଭୟ ସହରାଞ୍ଚଳ ଏବଂ ଗ୍ରାମୀଣ ସ୍ଥାନରେ ଏହାର କ୍ଷେତ୍ରୀୟ କାର୍ଯ୍ୟାଳୟ ସହିତ ପ୍ରାୟ ୭୦୦୦ ବୃକ୍ଷରୋପଣ କରାଯାଇଛି । ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିଥିବା ସ୍ୱଚ୍ଛତା ହିଁ ସେବା ଅଭିଯାନରେ ମା'ଙ୍କ ପ୍ରତି ସ୍ନେହ ଓ ସମ୍ମାନ ଏବଂ ପୃଥିବୀ ମାତାଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ବୃକ୍ଷରୋପଣ ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରୟାସ କରାଯାଉଛି ।
ନୂଆଦିଲ୍ଲୀସ୍ଥିତ ଆକାଶବାଣୀ ପରିସରରେ ବୃକ୍ଷରୋପଣ
ଆଇଜୱାଲ୍ସ୍ଥିତ ଦୂରଦର୍ଶନ କେନ୍ଦ୍ରରେ ବୃକ୍ଷରୋପଣ
ଦୂରଦର୍ଶନ କେନ୍ଦ୍ର, ବେଙ୍ଗାଲୁରୁରେ ବୃକ୍ଷରୋପଣ ଅଭିଯାନ
ତିରୁବନନ୍ତପୁରମସ୍ଥିତ ଦୂରଦର୍ଶନ କେନ୍ଦ୍ରରେ ବୃକ୍ଷରୋପଣ ଅଭିଯାନ
ଦୂରଦର୍ଶନ କେନ୍ଦ୍ର, ଚଣ୍ଡିଗଡ଼ରେ ବୃକ୍ଷରୋପଣ ଅଭିଯାନ
ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱରରେ ବୃକ୍ଷରୋପଣ ଅଭିଯାନ
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ସଞ୍ଜୟ ଜାଜୁ ଫଟୋରେ ତାଙ୍କ ମା'ଙ୍କ ନିକଟରେ ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଏକ ବୃକ୍ଷରୋପଣ କରୁଛନ୍ତି।
BS
(Release ID: 2055916)
Visitor Counter : 66