ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ
azadi ka amrit mahotsav

ଅବସରପ୍ରାପ୍ତ କ୍ରୀଡ଼ାବିତଙ୍କୁ ରିସେଟ୍ କାର୍ଯ୍ୟକ୍ରମ ପାଇଁ ଆବେଦନ କରିବାକୁ ଆହ୍ୱାନ କଲେ ଡା.ମନସୁଖ୍ ମାଣ୍ଡଭିୟ


ନିଜ ଉପଲବଧି ବଳରେ ଦେଶକୁ ଗୌରବାନ୍ୱିତ କରିଥିବା କ୍ରୀଡ଼ାବିତମାନଙ୍କୁ ପରିଚୟ ପ୍ରଦାନ ଏବଂ ସଶକ୍ତ କରିବାକୁ ରିସେଟ୍ କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ: କେନ୍ଦ୍ରମନ୍ତ୍ରୀ

प्रविष्टि तिथि: 13 SEP 2024 3:55PM by PIB Bhubaneshwar

କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା, ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ ଡା. ମନସୁଖ ମାଣ୍ଡଭିୟ ଆମ ଦେଶର ଅବସରପ୍ରାପ୍ତ କ୍ରୀଡ଼ାବିତମାନଙ୍କୁ ନୂତନ ଭାବେ ଆରମ୍ଭ କରାଯାଇଥିବା ‘ରିଟାୟାର୍ଡ ସ୍ପୋର୍ଟ୍ସପର୍ସନ ଏମପାୱାରମେଣ୍ଟ ଟ୍ରେନିଂ’(ଆରଇଏସଇଟି) ପାଇଁ ଆବେଦନ କରିବାକୁ ଏବଂ ଦେଶର କ୍ରୀଡ଼ା କ୍ଷେତ୍ରକୁ ସକ୍ରିୟ ଯୋଗଦାନ ସକାଶେ ଆହ୍ୱାନ କରିଛନ୍ତି । ଜାତୀୟ କ୍ରୀଡ଼ା ଦିବସ ଅବସରରେ ଡା. ମାଣ୍ଡଭିୟ ଏହି ନୂତନ ପଦକ୍ଷେପର ଶୁଭାରମ୍ଭ କରିଥିଲେ ।

 

ସରକାରଙ୍କ ପ୍ରତିବଦ୍ଧତା ସମ୍ପର୍କରେ ସୂଚନା ଦେଇ ଡା. ମାଣ୍ଡଭିୟ କହିଛନ୍ତି, ନିଜ ନିଜ ଉପଲବଧି ଜରିଆରେ ଦେଶକୁ ଗୌରବାନ୍ୱିତ କରିଥିବା ଆମ ଅବସରପ୍ରାପ୍ତ କ୍ରୀଡ଼ାବିତମାନଙ୍କୁ ପରିଚୟ ଦେବାକୁ ଏବଂ ସଶକ୍ତ କରିବା ଦିଗରେ ରିସେଟ୍ କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ତେଣୁ ସମସ୍ତ ଅବସରପ୍ରାପ୍ତ କ୍ରୀଡ଼ାବିତଙ୍କୁ ଅନୁରୋଧ କରୁଛୁ, ନୂତନ କୌଶଳ ବିକଶିତ କରିବାକୁ ଏହି ସୁବିଧାର ଫାଇଦା ଉଠାନ୍ତୁ ଏବଂ କ୍ରୀଡ଼ା ଜଗତ ସହ ଯୋଡ଼ି ହୋଇ ରହିବା ସହ ଦେଶର କ୍ରୀଡ଼ା କ୍ଷେତ୍ରକୁ ଯୋଗଦାନ ଦିଅନ୍ତୁ ।

 

ଅବସରପ୍ରାପ୍ତ କ୍ରୀଡ଼ାବିତମାନଙ୍କ କ୍ୟାରିଅର ବିକାଶରେ ସହଯୋଗ କରିବାକୁ ରିସେଟ୍ କାର୍ଯ୍ୟକ୍ରମ  ପ୍ରସ୍ତୁତ କରାଯାଇଛି । ଏହାର ଉଦ୍ଦେଶ୍ୟ ବିଭିନ୍ନ ପିଢ଼ି ମଧ୍ୟରେ ଥିବା ଅଭାବ ଓ ତ୍ରୁଟିକୁ ଅବସରପ୍ରାପ୍ତ କ୍ରୀଡ଼ାବିତଙ୍କ ଅଭିଜ୍ଞତା ଓ ଦକ୍ଷତା ଜରିଆରେ ପୂରଣ କରିବା ଏବଂ ଯୁବ ଉତ୍ସାହୀ ଖେଳାଳିଙ୍କୁ ଫାଇଦା ଦେବା । ଅବସରପ୍ରାପ୍ତ ଖେଳାଳିମାନେ ଏହି କାର୍ଯ୍ୟକ୍ରମରେ ପ୍ରସ୍ତୁତ କରାଯାଇଥିବା ସ୍ୱତନ୍ତ୍ର ପୋର୍ଟାଲ ମାଧ୍ୟମରେ ଆବେଦନ କରିବାକୁ ଅନୁରୋଧ କରିବା ସହ ସେମାନଙ୍କୁ ସହାୟତା ନିମନ୍ତେ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ଡା. ମାଣ୍ଡଭିୟ ।

 

ଏହି ପୋର୍ଟାଲରେ ୨୦ ରୁ ୫୦ ବର୍ଷ ବୟସର ଅବସରପ୍ରାପ୍ତ ଖେଳାଳିମାନେ ଆବେଦନ କରିପାରିବେ, ଯେଉଁମାନେ କି ଆନ୍ତର୍ଜାତିକ ପଦକ ଜିତିଥିବେ, ଆନ୍ତର୍ଜାତିକ କାର୍ଯ୍ୟକ୍ରମରେ ଭାଗ ନେଇଥିବେ କିମ୍ବା ଜାତୀୟ କିମ୍ବା ରାଜ୍ୟ ସ୍ତରରେ ସଫଳତା ହାସଲ କରିଥିବେ । ରିସେଟ୍ କାର୍ଯ୍ୟକ୍ରମ ଲକ୍ଷ୍ମୀବାଇ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଫିଜିକାଲ ଏଜୁକେସନ (ଏଲଏନଆଇପିଇ) ସହଯୋଗରେ ଲାଗୁ କରାଯାଇଛି । ଏଥିରେ ସ୍ୱ-ପୁସ୍ତକ ଅନଲାଇନ ଶିକ୍ଷା, ପଡ଼ିଆରେ ପ୍ରଶିକ୍ଷଣ ଏବଂ ଶିକ୍ଷାନବୀଶ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ, ଯେଉଁଥିରେ କି ନିଯୁକ୍ତି ସହାୟତା ଏବଂ ସଫଳତାର ସହ ସମାପନ ପରେ ଉଦ୍ୟମଶୀଳତା ମାର୍ଗଦର୍ଶନ ପ୍ରଦାନ କରାଯିବ । ରିସେଟ୍ କାର୍ଯ୍ୟକ୍ରମ ପାଇଁ ଆବେଦନ ପୋର୍ଟାଲ https://lnipe.edu.in/resetprogram/ ଖୋଲା ଅଛି ଏବଂ ପାଠ୍ୟକ୍ରମ ଉଚିତ ମୂଲ୍ୟାଙ୍କନ ପରେ ଏହା ଆରମ୍ଭ ହେବ ।

 

ଏହି ମହତ୍ୱପୂର୍ଣ୍ଣ ପଦକ୍ଷେପର ଉଦ୍ଦେଶ୍ୟ ଅବସରପ୍ରାପ୍ତ କ୍ରୀଡ଼ାବିତଙ୍କ ଅମୂଲ୍ୟ ଅନୁଭବର ଉପଯୋଗ କରିବା, ଭବିଷ୍ୟତର ଚମ୍ପିଆନଙ୍କୁ ଗଠନ କରିବା ଏବଂ ଭାରତର କ୍ରୀଡ଼ା କ୍ଷେତ୍ର ପ୍ରତି ଅବଦାନ ରଖିବା ।

SR/DD


(रिलीज़ आईडी: 2054850) आगंतुक पटल : 66
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Manipuri , Gujarati , Tamil , Kannada , Malayalam