ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଲକ୍ଷ୍ନୌ ଦୁର୍ଘଟଣାରେ ପ୍ରାଣ ହାନି ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଃଖ ପ୍ରକାଶ, ପୀଡ଼ିତଙ୍କ ପାଇଁ ସହାୟତା ଘୋଷଣା

Posted On: 08 SEP 2024 1:13PM by PIB Bhubaneshwar

ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଆଜି ଏକ କୋଠା ଭୁଶୁଡ଼ି ଲୋକଙ୍କ ପ୍ରାଣହାନି ଘଟଣାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି ।

ଶ୍ରୀ ମୋଦୀ ମଧ୍ୟ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ଫଣ୍ଡରୁ ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତ ମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି:

“ଉତ୍ତର ପ୍ରଦେଶର ଲକ୍ଷ୍ନୌରେ କୋଠା ଭୁଶୁଡ଼ି ପ୍ରାଣ ହାନି ଘଟଣା ଦୁଃଖଦାୟକ । ନିକଟ ସମ୍ପର୍କୀୟଙ୍କୁ ହରାଇଥିବା ଲୋକଙ୍କ ପାଇଁ ସମବେଦନା । ଆହତମାନଙ୍କ ଆଶୁ ଅରୋଗ୍ୟ କାମନା କରୁଛି । ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯିବ । ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ: ପ୍ରଧାନମନ୍ତ୍ରୀ @narendramodi”

SR



(Release ID: 2053041) Visitor Counter : 9