ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପୋଲାଣ୍ଡର ପ୍ରମୁଖ ଭାରତବିଦ ମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

Posted On: 22 AUG 2024 9:18PM by PIB Bhubaneshwar

ପୋଲାଣ୍ଡର ପ୍ରମୁଖ ଭାରତବିଦ୍ ମାନଙ୍କ ଏକ ଗ୍ରୁପକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭେଟିଛନ୍ତି ।

ଏହି ଗ୍ରୁପରେ ଅଛନ୍ତି:

ପୋଲାଣ୍ଡର ପ୍ରମୁଖ ସଂସ୍କୃତ ବିଦ୍ୱାନ ପ୍ରଫେସର ମାରିଆ ଖ୍ରୀଷ୍ଟୋଫର ବ୍ୟରସ୍କି ଏବଂ ୱାର୍ସ ବିଶ୍ୱବିଦ୍ୟାଳୟର ପ୍ରଫେସର ଏମେରିଟସ । ପ୍ରଫେସର ବ୍ୟରସ୍କି ଭାରତରେ ୧୯୯୩ରୁ ୧୯୯୬ ପର୍ଯ୍ୟନ୍ତ ପୋଲାଣ୍ଡର ରାଷ୍ଟ୍ରଦୂତ ଭାବେ କାମ କରିଥିଲେ ଏବଂ ୨୦୨୨ ମାର୍ଚ୍ଚରେ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

ପ୍ରଫେସର ମୋନିକା ବ୍ରୋୱାରଜିକ୍‌, ପୋଲାଣ୍ଡର ପ୍ରସିଦ୍ଧ ହିନ୍ଦୀ ବିଦ୍ୱାନ ଏବଂ ପୋଜନାନସ୍ଥିତ  ଆଦାମ ମିକିୱିଜ୍ ବିଶ୍ୱବିଦ୍ୟାଳୟର ଡିପାର୍ଟମେଣ୍ଟ ଅଫ ଏସିଆନ ଷ୍ଟଡିଜର ମୁଖ୍ୟ ଅଛନ୍ତି । ୨୦୨୩ ମସିହାରେ ଫିଜିରେ ଅନୁଷ୍ଠିତ ଦ୍ୱାଦଶ ବିଶ୍ୱ ହିନ୍ଦୀ ସମ୍ମେଳନରେ ତାଙ୍କୁ ବିଶ୍ୱ ହିନ୍ଦୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ପ୍ରଫେସର ହାଲିନା ମାର୍ଲେୱଜ୍‌, ପୋଲାଣ୍ଡରେ ଭାରତୀୟ ଫିଲୋସୋପିର ପ୍ରମୁଖ ବିଦ୍ୱାନ ଏବଂ କ୍ରାକୋ ସ୍ଥିତ ଜାଗିଲୋନିଆନ ବିଶ୍ୱବିଦ୍ୟାଳୟରେ ଇନଷଟିଚ୍ୟୁଟ ଅଫ ଓରିଏଣ୍ଟାଲ ଷ୍ଟଡିଜ୍‌ର ମୁଖ୍ୟ ଅଛନ୍ତି ।

ପ୍ରଫେସର ଡାନୁଟା ଷ୍ଟାସିକ୍‌, ପୋଲାଣ୍ଡର ପ୍ରସିଦ୍ଧ ଭାରତବିଦ୍ ଏବଂ ୱାର୍ସ ବିଶ୍ୱବିଦ୍ୟାଳୟର ସାଉଥ୍ ଏସିଆ ଷ୍ଟଡିଜ୍ ବିଭାଗର ପୂର୍ବତନ ମୁଖ୍ୟ ।

ପ୍ରଫେସର ପ୍ରେଜମାଇସ୍ଲ, ପୋଲାଣ୍ଡର ଜଣାଶୁଣା ଭାରତବିଦ୍ ଏବଂ ରୋକ୍ଲା ବିଶ୍ୱବିଦ୍ୟାଳୟର ଇଣ୍ଡିଆନ ଷ୍ଟଡିଜ୍ ବିଭାଗର ମୁଖ୍ୟ ।

ଭାରତୀୟ ବିଷୟ ଉପରେ ସେମାନଙ୍କର ଗଭୀର ଉତ୍ସାହକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସେମାନଙ୍କ କାର୍ଯ୍ୟ ଏବଂ ଶିକ୍ଷାଗତ ଅନସ୍ନ୍‌ାନ ଭାରତ -ପୋଲାଣ୍ଡ ମଧ୍ୟରେ ସଂସ୍କୃତିଗତ ବନ୍ଧୁତ୍ୱକୁ ଦୃଢ଼ କରିବା ସହ ପାରସ୍ପରିକ ବୁଝାମଣାକୁ ପ୍ରୋତ୍ସାହିତ କରୁଛି । ପୋଲାଣ୍ଡରେ ବିଗତ ଦିନରୁ ଅର୍ଥାତ ଉନବିଂଶ ଶତାବ୍ଦୀରୁ ଭାରତବିଦ ମାନଙ୍କ କାର୍ଯ୍ୟ ଜାରି ରହିଛି ।

SR



(Release ID: 2047921) Visitor Counter : 9