ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତାଙ୍କଠାରୁ ଟେଲିଫୋନ୍ କଲ୍ ପାଇଲେ ପ୍ରଧାନମନ୍ତ୍ରୀ



ଗଣତାନ୍ତ୍ରିକ, ସ୍ଥିର, ଶାନ୍ତିପୂର୍ଣ୍ଣ ତଥା ପ୍ରଗତିଶୀଳ ବାଂଲାଦେଶ ପାଇଁ ଭାରତର ସମର୍ଥନକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ

ହିନ୍ଦୁ ତଥା ଅନ୍ୟ ସମସ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ନିଶ୍ଚିତ କରିବାକୁ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀ

ପ୍ରଫେସର ୟୁନୁସ୍ ବାଂଲାଦେଶର ହିନ୍ଦୁ ତଥା ସମସ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି

प्रविष्टि तिथि: 16 AUG 2024 4:31PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ପ୍ରଫେସର ମହମ୍ମଦ ୟୁନୁସଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି ।

ଏହି ଆହ୍ବାନ ସମୟରେ ପ୍ରଧାନମନ୍ତ୍ରୀ ଗଣତାନ୍ତ୍ରିକ, ସ୍ଥିର, ଶାନ୍ତିପୂର୍ଣ୍ଣ ତଥା ପ୍ରଗତିଶୀଳ ବାଂଲାଦେଶ ପାଇଁ ଭାରତର ସମର୍ଥନକୁ ନିଶ୍ଚିତ କରିଛନ୍ତି। ବିଭିନ୍ନ ବିକାଶମୂଳକ ପଦକ୍ଷେପ ମାଧ୍ୟମରେ ବାଂଲାଦେଶବାସୀଙ୍କୁ ସମର୍ଥନ କରିବାକୁ ସେ ଭାରତର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ବାଂଲାଦେଶର ହିନ୍ଦୁ ତଥା ଅନ୍ୟ ସମସ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ପ୍ରଫେସର ୟୁନୁସ ଏହା ମଧ୍ୟ କହିଛନ୍ତି ଯେ ବାଂଲାଦେଶର ହିନ୍ଦୁ ତଥା ସମସ୍ତ ସଂଖ୍ୟାଲଘୁ ଗୋଷ୍ଠୀର ସୁରକ୍ଷା ଏବଂ ନିରାପତ୍ତାକୁ ମଧ୍ୟବର୍ତ୍ତୀକାଳୀନ ସରକାର ପ୍ରାଥମିକତା ଦେବେ।

ଜାତୀୟ ପ୍ରାଥମିକତା ଅନୁଯାୟୀ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗକୁ ନେବା ପାଇଁ ଦୁଇ ନେତା ମଧ୍ୟ ଆଲୋଚନା କରିଥିଲେ।

HS/Swadhin


(रिलीज़ आईडी: 2046012) आगंतुक पटल : 108
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam