ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ୟାରିସ୍ ଅଲିମ୍ପିକ୍ସକୁ ଯାଇଥିବା ପ୍ରତ୍ୟେକ ଖେଳାଳି ଚାମ୍ପିୟନ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିବା ଦଳ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
15 AUG 2024 5:03PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ୟାରିସ ଅଲିମ୍ପିକ୍ସରେ ଆମ ଦେଶର ପ୍ରତିନିଧିତ୍ୱ କରିଥିବା ଭାରତୀୟ ଦଳ ସହ ଆଲୋଚନା କରିଛନ୍ତି । ନୂଆଦିଲ୍ଲୀରେ ସେମାନଙ୍କୁ ଭେଟିବା ସମୟରେ ଶ୍ରୀ ମୋଦୀ ଅଲିମ୍ପିକ୍ସ କ୍ରୀଡ଼ା ବିଷୟରେ ସେମାନଙ୍କ ଅନୁଭୂତି ଶୁଣିବା ସହ କ୍ରୀଡ଼ା କ୍ଷେତ୍ରରେ ସେମାନଙ୍କ ସଫଳତାକୁ ପ୍ରଶଂସା କରିଥିଲେ।
ଶ୍ରୀ ମୋଦୀ କହିଛନ୍ତି ଯେ ପ୍ୟାରିସ୍ ଯାଇଥିବା ପ୍ରତ୍ୟେକ ଖେଳାଳି ଚାମ୍ପିୟନ। ଭାରତ ସରକାର କ୍ରୀଡ଼ାକୁ ସମର୍ଥନ ଜାରି ରଖିବେ ଏବଂ ଏକ ଉନ୍ନତମାନର କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ସୁନିଶ୍ଚିତ କରିବେ।
ଏକାଧିକ ଏକ୍ସ ପୋଷ୍ଟ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି;
‘‘ପ୍ୟାରିସ୍ ଅଲିମ୍ପିକ୍ସରେ ଆମ ଦେଶର ପ୍ରତିନିଧିତ୍ୱ କରିଥିବା ଭାରତୀୟ ଦଳ ସହ କଥାବାର୍ତ୍ତା କରିବା ଆନନ୍ଦଦାୟକ ଥିଲା। ଅଲିମ୍ପିକ୍ସ କ୍ରୀଡ଼ା ବିଷୟରେ ସେମାନଙ୍କ ଅନୁଭୂତି ଶୁଣିବା ସହ କ୍ରୀଡ଼ା ପଡ଼ିଆରେ ସେମାନଙ୍କ ସଫଳତାକୁ ପ୍ରଶଂସା କରିଛି ।
ପ୍ୟାରିସ ଯାଇଥିବା ପ୍ରତ୍ୟେକ ଖେଳାଳି ଚାମ୍ପିୟନ। ଭାରତ ସରକାର କ୍ରୀଡ଼ାକୁ ସମର୍ଥନ ଜାରି ରଖିବେ ଏବଂ ଏକ ଉନ୍ନତମାନର କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ସୁନିଶ୍ଚିତ କରିବେ।’’
*********
P.S.
(रिलीज़ आईडी: 2045733)
आगंतुक पटल : 91
इस विज्ञप्ति को इन भाषाओं में पढ़ें:
Bengali
,
English
,
Urdu
,
Marathi
,
हिन्दी
,
Hindi_MP
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam