ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଫକ୍ସକନ୍‌ର ଅଧ୍ୟକ୍ଷ ୟଙ୍ଗ୍ ଲିୟୁଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପୋଷ୍ଟ କରାଯିବା ଦିନାଙ୍କ: 14 AUG 2024 5:51PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହନ୍ ହାଇ ଟେକ୍ନୋଲୋଜି ଗ୍ରୁପ୍ (ଫକ୍ସକନ୍) ଅଧ୍ୟକ୍ଷ ଶ୍ରୀ ୟଙ୍ଗ ଲିୟୁଙ୍କୁ ଭେଟିଛନ୍ତି। ବିଭିନ୍ନ ଭବିଷ୍ୟ କ୍ଷେତ୍ରରେ ଭାରତ ପ୍ରଦାନ କରୁଥିବା ଚମତ୍କାର ସୁଯୋଗକୁ ଆଲୋକିତ କରିବା ସହ ଶ୍ରୀ ମୋଦୀ ଭାରତରେ ଫକ୍ସକନ୍ ବିନିଯୋଗ ଯୋଜନା ଉପେରେ ମଧ୍ୟ ଆଲୋଚନା କରିଥିଲେ

ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି କହିଛନ୍ତି ;

ହନ୍ ହାଇ ଟେକ୍ନୋଲୋଜି ଗ୍ରୁପ୍ (ଫକ୍ସକନ୍) ଅଧ୍ୟକ୍ଷ ଶ୍ରୀ ୟଙ୍ଗ୍ ଲିୟୁଙ୍କୁ ଭେଟି ଖୁବ୍ ଆନନ୍ଦିତ। ଭବିଷ୍ୟତରେ ବିଭିନ୍ନ କ୍ଷେତ୍ରରେ ଭାରତର ପ୍ରଦାନ କରିବାକୁ ଥିବା ଚମତ୍କାର ସୁଯୋଗା ଉପରେ ମୁଁ ଆଲୋକପାତ କଲି କର୍ଣ୍ଣାଟକ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ ସେମାନଙ୍କର ନିବେଶ ଯୋଜନା ଉପରେ ମଧ୍ୟ ଆମର ଭଲ ଆଲୋଚନା ହୋଇଥିଲା।

 

SR


(ରିଲିଜ ଆଡି: 2045444) ପରିଦର୍ଶକ କାଉଣ୍ଟର : 72