ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଦେଶରେ ଏକତା ଓ ଭାଇଚାରା ବନ୍ଧନକୁ ସର୍ବଦା ରକ୍ଷା କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଉଛୁ : ପ୍ରଧାନମନ୍ତ୍ରୀ

Posted On: 14 AUG 2024 9:51AM by PIB Bhubaneshwar

ଦେଶର ବିଭାଜନ ସମୟରେ ପ୍ରଭାବିତ ହୋଇଥିବା ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବିଭାଜନର ଭୟାବହ ସ୍ମୃତି ଦିବସକୁ ଚିହ୍ନଟ କରି ଶ୍ରୀ ମୋଦୀ ଏକ୍ସର ଏକ ପୋଷ୍ଟରେ ଅନେକ ଲୋକଙ୍କ ପାଇଁ ବିଭାଜନର ଭୟଙ୍କର ପ୍ରଭାବ ଏବଂ ଯନ୍ତ୍ରଣାକୁ ମନେ ପକାଇଛନ୍ତି ।

ମାନବିକ ସହନଶୀଳତାର ପ୍ରଶଂସା କରି ଶ୍ରୀ ମୋଦୀ ଦେଶରେ ଏକତା ଏବଂ ଭାଇଚାରା ବନ୍ଧନର ସୁରକ୍ଷା ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ;

“#PartitionHorrorsRemembranceDay ରେ, ଆମେ ଅଗଣିତ ଲୋକଙ୍କୁ ମନେ ପକାଉଛୁ, ଯେଉଁମାନେ ବିଭାଜନର ଭୟାବହତା ହେତୁ ପ୍ରଭାବିତ ହୋଇଥିଲେ ଏବଂ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହା ମଧ୍ୟ ସେମାନଙ୍କର ସାହସକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ଦିନ ଅଟେ, ଯାହା ମାନବ ସହନଶୀଳତାର ଶକ୍ତି ବର୍ଣ୍ଣନା କରିଥାଏ । ବିଭାଜନରେ ପ୍ରଭାବିତ ବହୁ ଲୋକ ସେମାନଙ୍କ ଜୀବନକୁ ପୁନଃ ନିର୍ମାଣ କରିଛନ୍ତି ଏବଂ ଅପାର ସଫଳତା ହାସଲ କରିଛନ୍ତି । ଆଜି ଆମେ ମଧ୍ୟ ଆମ ଦେଶରେ ଏକତା ଓ ଭାଇଚାରା ବନ୍ଧନକୁ ରକ୍ଷା କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଉଛୁ ।”

 

SR      



(Release ID: 2045097) Visitor Counter : 23