ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଦେଶର କୃଷକମାନଙ୍କୁ ସଶକ୍ତ କରିବାକୁ ସରକାର ପ୍ରତିବଦ୍ଧ : ପ୍ରଧାନମନ୍ତ୍ରୀ
Posted On:
11 AUG 2024 4:50PM by PIB Bhubaneshwar
ସରକାର ଦେଶର କୃଷକମାନଙ୍କୁ ସଶକ୍ତ କରିବା ପାଇଁ ପ୍ରତିବଦ୍ଧ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ୧୦୯ କିସମର ନୂଆ ଫସଲ ଜାରି କରି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପରିବେଶ ଅନୁକୂଳ ଏବଂ ଉଚ୍ଚ ଅମଳକ୍ଷମ କିସମର ଫସଲ ଚାଷୀମାନଙ୍କର ଆୟ ବୃଦ୍ଧି କରିବ ।
ପ୍ରାକୃତିକ ଚାଷ ପ୍ରତି କୃଷକମାନଙ୍କର ଆଗ୍ରହ ବୃଦ୍ଧି ପାଉଥିବାରୁ ଶ୍ରୀ ମୋଦୀ ଖୁସି ପ୍ରକାଶ କରିଛନ୍ତି। ଏହି ଅବସରରେ ଚାଷୀମାନଙ୍କର ଅନୁଭୂତି ଶୁଣିବା ସହ ପ୍ରାକୃତିକ ଚାଷର ଉପକାର ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ଆମେ କୃଷକ ଭାଇ ଓ ଭଉଣୀମାନଙ୍କୁ ସଶକ୍ତ କରିବାକୁ ପ୍ରତିଶ୍ରୁତିବଦ୍ଧ । ଏ ଦିଗରେ ଆଜି ଆମେ ଦିଲ୍ଲୀରେ ୧୦୯ଟି ନୂତନ କିସମର ଫସଲ ଜାରି କରିବାର ସୁଯୋଗ ପାଇଲୁ । ଏହି ଜଳବାୟୁ ଅନୁକୂଳ ଏବଂ ଅଧିକ ଅମଳକ୍ଷମ କିସମରୁ ଉତ୍ପାଦନରେ ବୃଦ୍ଧି ସହିତ ଆମର କୃଷକମାନଙ୍କର ଆୟ ମଧ୍ୟ ବୃଦ୍ଧି ପାଇବ ।”
“ମୁଁ ସନ୍ତୁଷ୍ଟ ଯେ ଆମର କୃଷକ ଭାଇ ଓ ଭଉଣୀମାନେ ମଧ୍ୟ ଶୀଘ୍ର ପ୍ରାକୃତି ଚାଷ ଆଡକୁ ଅଗ୍ରସର ହେଉଛନ୍ତି । ଆଜି ମୁଁ ତାଙ୍କ ଅନୁଭୂତି ବିଷୟରେ ଅତି ନିକଟରୁ ଜାଣିବାର ସୁଯୋଗ ପାଇଲି । ଏହି ସମୟ ମଧ୍ୟରେ ଆମେ ପ୍ରାକୃତିକ ଚାଷର ଉପକାର ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲୁ ।”
SR
(Release ID: 2044336)
Visitor Counter : 47
Read this release in:
English
,
Urdu
,
Marathi
,
Hindi
,
Hindi_MP
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam