ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରେକର୍ଡ ଗ୍ୟାସ ଉତ୍ପାଦନ ପାଇଁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 04 AUG 2024 9:27PM by PIB Bhubaneshwar

ଗ୍ୟାସ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରତାରେ ରେକର୍ଡ ଯୋଗୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ପାଇଁ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରତା ଜରୁରୀ ।

କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ ଏକ ଏକ୍ସ ପୋଷ୍ଟରେ କହିଛନ୍ତି, ଗ୍ୟାସ ଉତ୍ପାଦନ କ୍ଷେତ୍ରରେ ଦେଶ ଏକ ନୂଆ ରେକର୍ଡ ହାସଲ କରିଛି । ୨୦୨୦-୨୧ରେ ଗ୍ୟାସ ଉତ୍ପାଦନ ୨୮.୭ ବିସିଏମ୍ ଥିଲା । ୨୦୨୩-୨୪ରେ ଏହା ୩୬.୪୩ ବିସିଏମକୁ ବୃଦ୍ଧି ପାଇଛି । କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ଏହି ତଥ୍ୟରୁ ଅନୁମାନ କରାଯାଉଛି ୨୦୨୬ ବେଳକୁ ଗ୍ୟାସ ଉତ୍ପାଦନ ୪୫.୩ ବିସିଏମରେ ପହଞ୍ଚିଥିବ ।

କେନ୍ଦ୍ରମନ୍ତ୍ରୀଙ୍କ ଏକ୍ସ ପୋଷ୍ଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଏହି ଉପଲବ୍ଧି ପାଇଁ ଦେଶବାସୀଙ୍କୁ ବହୁତ ବହୁତ ଅଭିନନ୍ଦନ । ବିକଶିତ ଭାରତ ସଂକଳ୍ପକୁ ହାସଲ କରିବା ପାଇଁ ଶକ୍ତି କ୍ଷେତ୍ରରେ ଆମର ଆତ୍ମନିର୍ଭରତା ବହୁତ ମହତ୍ୱପୂର୍ଣ୍ଣ । ଗ୍ୟାସ ଉତ୍ପାଦନରେ ଏହି ରେକର୍ଡ ଏହି ଦିଗରେ ଆମର ପ୍ରତିବଦ୍ଧତାର ପ୍ରତ୍ୟକ୍ଷ ପ୍ରମାଣ ଅଟେ ।”

SR



(Release ID: 2041387) Visitor Counter : 13