ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଅଗଷ୍ଟ ୩ ରେ ୩୨ତମ ଅନ୍ତର୍ଜାତୀୟ କୃଷି ଅର୍ଥନୀତିଜ୍ଞ ସମ୍ମିଳନୀ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ


ସମ୍ମିଳନୀର ବିଷୟବସ୍ତୁ : ‘ସ୍ଥାୟୀ କୃଷି-ଖାଦ୍ୟ ପ୍ରଣାଳୀରେ ପରିବର୍ତ୍ତନ’

ଡିଜିଟାଲ୍ କୃଷି ଏବଂ ସ୍ଥାୟୀ କୃଷି-ଖାଦ୍ୟ ପ୍ରଣାଳୀ ସହିତ ଭାରତୀୟ କୃଷି କ୍ଷେତ୍ରର ଅଗ୍ରଗତି ପ୍ରଦର୍ଶନ କରାଯିବ

ପ୍ରାୟ ୭୫ ଦେଶର ପ୍ରତିନିଧି ଯୋଗଦେବେ

Posted On: 02 AUG 2024 12:17PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩ ଅଗଷ୍ଟ ୨୦୨୪ରେ ସକାଳ ପ୍ରାୟ ୯:୩୦ ସମୟରେ ନୂଆଦିଲ୍ଲୀର ଜାତୀୟ କୃଷି ବିଜ୍ଞାନ କେନ୍ଦ୍ର (ଏନ୍‌ଏଏସ୍‌ସି) ପରିସରରେ ହେବାକୁ ଥିବା ୩୨ତମ ଅନ୍ତର୍ଜାତୀୟ କୃଷି ଅର୍ଥନୀତିଜ୍ଞ ସମ୍ମିଳନୀ (ଆଇସିଏଇ)ର ଉଦ୍‌ଘାଟନ କରିବେ । ଏହି ଅବସରରେ ଆୟୋଜିତ ସମାରୋହକୁ ମଧ୍ୟ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ ।

ଅନ୍ତର୍ଜାତୀୟ କୃଷି ଅର୍ଥନୀତିଜ୍ଞ ସଂଘ ଦ୍ୱାରା ଆୟୋଜିତ ଏହି ତ୍ରିକୋଣୀୟ ସମ୍ମିଳନୀ ୨ରୁ ୭ ଅଗଷ୍ଟ ୨୦୨୪ ମଧ୍ୟରେ ଅନୁଷ୍ଠିତ ହେବ । ୬୫ ବର୍ଷ ପରେ ଭାରତରେ ଆଇସିଏଇ ଅନୁଷ୍ଠିତ ହେଉଛି ।

ଚଳିତ ବର୍ଷ ଏହି ସମ୍ମିଳନୀ ପାଇଁ ବିଷୟବସ୍ତୁ ହେଉଛି ‘ସ୍ଥାୟୀ କୃଷି-ଖାଦ୍ୟ ପ୍ରଣାଳୀରେ ପରିବର୍ତ୍ତନ’ । ଏହାର ଉଦ୍ଦେଶ୍ୟ ହେଉଛି ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ସମ୍ପଦର ଅବନତି, ଉତ୍ପାଦନ ମୂଲ୍ୟ ବୃଦ୍ଧି ଏବଂ ଦ୍ୱନ୍ଦ ଭଳି ବିଶ୍ୱସ୍ତରୀୟ ଆହ୍ୱାନର ସମ୍ମୁଖୀନ ହୋଇ ନିରନ୍ତର କୃଷି ପାଇଁ ଏହାର ଆବଶ୍ୟକତାକୁ ମୁକାବିଲା କରିବା । ଏହି ସମ୍ମିଳନୀରେ ବିଶ୍ୱ କୃଷି ଆହ୍ୱାନ ପାଇଁ ଭାରତର ସକ୍ରିୟ ଆଭିମୁଖ୍ୟ ଉପରେ ଆଲୋକପାତ କରାଯିବା ସହ କୃଷି, ଅନୁସନ୍ଧାନ ଏବଂ ନୀତିରେ ଦେଶର ଅଗ୍ରଗତିର ପ୍ରଦର୍ଶନ କରାଯିବ ।

ଆଇସିଏଇ ୨୦୨୪ ଯୁବ ଅନୁସନ୍ଧାନକାରୀ ଏବଂ ଅଗ୍ରଣୀ ବୃତ୍ତିଗତମାନଙ୍କ ପାଇଁ ସେମାନଙ୍କର କାର୍ଯ୍ୟ ଓ ନେଟୱାର୍କକୁ ବିଶ୍ୱସ୍ତରୀୟ ସାଥୀମାନଙ୍କ ସହିତ ଉପସ୍ଥାପନ କରିବା ନିମନ୍ତେ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ । ଏହାର ଲକ୍ଷ୍ୟ ହେଉଛି, ଗବେଷଣା ପ୍ରତିଷ୍ଠାନ ଓ ବିଶ୍ୱବିଦ୍ୟାଳୟଗୁଡିକ ମଧ୍ୟରେ ସହଭାଗିତାକୁ ମଜବୁତ କରିବା, ଉଭୟ ଜାତୀୟ ଏବଂ ବିଶ୍ୱସ୍ତରରେ ନିତି ନିର୍ଦ୍ଧାରଣକୁ ପ୍ରଭାବିତ କରିବା ତଥା ଡିଜିଟାଲ୍ କୃଷି ଏବଂ ସ୍ଥାୟୀ କୃଷି-ଖାଦ୍ୟ ପ୍ରଣାଳୀରେ ଅଗ୍ରଗତି ସହିତ ଭାରତୀୟ କୃଷି କ୍ଷେତ୍ରର ଅଗ୍ରଗତି ମଧ୍ୟ ପ୍ରଦର୍ଶନ କରିବା । ଏହି ସମ୍ମିଳନୀରେ ୭୫ଟି ଦେଶର ପ୍ରାୟ ୧୦୦୦ ପ୍ରତିନିଧି ଅଂଶଗ୍ରହଣ କରିବେ ।

 

SR      



(Release ID: 2040805) Visitor Counter : 23