ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଜାପାନ ବାଚସ୍ପତି ଓ ପ୍ରତିନିଧିଦଳ


ଭାରତ ଜାପାନ ସ୍ୱତନ୍ତ୍ର ରଣନୀତିକ ଓ ବୈଶ୍ୱିକ ସହଯୋଗର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ କଲେ ଆଲୋଚନା

ସେମି କଣ୍ଡକ୍ଟର, ଇଭି, ଗ୍ରୀନ୍ ଓ କ୍ଲିନ୍ ଏନର୍ଜି ଏବଂ ପାରମ୍ପରିକ ନିର୍ମାଣ କ୍ଷେତ୍ରରେ ସହଯୋଗ ବୃଦ୍ଧି ସକାଶେ ଆଲୋଚନା

ଭାରତୀୟ ଯୁବପିଢ଼ିଙ୍କୁ ଜାପାନୀ ଭାଷାରେ ପ୍ରଶିକ୍ଷଣ ଓ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ପାଇଁ ମଧ୍ୟ ଆଲୋଚନା

Posted On: 01 AUG 2024 9:25PM by PIB Bhubaneshwar

ଜାପାନ ପ୍ରତିନିଧି ସଭାର ବାଚସ୍ପତି ଶ୍ରୀ ନୁକାଗା ଫୁକୁଶିରୋ, ଜାପାନ ସଂସଦର ସଦସ୍ୟଙ୍କ ସହ ପ୍ରତିନିଧି ଦଳ, ଜାପାନୀ କମ୍ପାନୀର ବ୍ୟାବସାୟିକ ପ୍ରତିନିଧିମାନଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି । ଏହି ସାକ୍ଷାତକାରରେ ଭାରତ-ଜାପାନ ଗୁରୁତ୍ୱପୂର୍ଣ୍ଣ ରଣନୀତିକ ଏବଂ ବୈଶ୍ୱିକ ସହଯୋଗକୁ ଗୁରୁତ୍ୱ ଦିଆଯାଇଛି । ଦୁଇ ଦେଶର ଜନସାଧାରଣଙ୍କ ପାରସ୍ପରିକ ସ୍ୱାର୍ଥ ଥିବା କ୍ଷେତ୍ର ଏବଂ ମତବିନିମୟ, ଏଥିସହ ସଂସଦୀୟ ମତବିନିମୟର ଗୁରୁତ୍ୱକୁ ଏଥିରେ ଉଲ୍ଲେଖ କରାଯାଇଛି ।

୨୦୨୨-୨୭ ମଧ୍ୟରେ ଭାରତ ଓ ଜାପାନ ମଧ୍ୟରେ ୫ ଟ୍ରିଲିଅନ ଜାପାନୀଜ୍ ୟେନ୍ କାରବାରର ଲକ୍ଷ୍ୟ ହାସ ଦିଗରେ ହୋଇଥିବା ଅଗ୍ରଗତିରେ ସେମାନେ ସନ୍ତୋଷ ପ୍ରକାଶ କରିଥିଲେ । ୨୦୨୭ ପରେ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ଓ ଆର୍ଥିକ ବନ୍ଧୁତ୍ୱକୁ ଅଧିକ ସୁଦୃଢ଼ କରିବା ପାଇଁ ରାସ୍ତା 

ବାହାର କରିବାକୁ ମଧ୍ୟ ଆଲୋଚନା ହୋଇଥିଲା । ସେମି କଣ୍ଡକ୍ଟର, ଇଭି, ଗ୍ରୀନ୍ ଏବଂ କ୍ଲିକ ଏନର୍ଜି ଭଳି ଆଧୁନିକ କ୍ଷେତ୍ର ଏବଂ ପାରମ୍ପରିକ ନିର୍ମାଣ କ୍ଷେତ୍ର (ମଞ୍ଜୁକୁରି)ରେ କିପରି ସହଯୋଗ ବୃଦ୍ଧି ହେବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା । ମୁମ୍ବାଇ-ଅହମ୍ମଦାବାଦ ହାଇସ୍ପିଡ୍ ରେଳ ପ୍ରକଳ୍ପକୁ ସଫଳତାର ସହ ଠିକ୍ ସମୟରେ ଶେଷ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା ।

ଭାରତ ଓ ଜାପାନର ପରବର୍ତ୍ତୀ ପିଢ଼ିଙ୍କୁ ବିଭିନ୍ନ କ୍ଷେତ୍ରରେ ପ୍ରଶିକ୍ଷଣ ସକାଶେ ମଧ୍ୟ ଶ୍ରୀ ନୁକାଗା ପ୍ରସ୍ତାବ ଦେଇଥିଲେ । ଜାପାନୀ ଭାଷା, ସଂସ୍କୃତି, କାର୍ଯ୍ୟପ୍ରଣାଳୀ ସହ ବିଭିନ୍ନ ପ୍ରକାର ବ୍ୟବସାୟ କ୍ଷେତ୍ରରେ ପ୍ରଶିକ୍ଷଣ ପାଇଁ ମତ ପ୍ରକାଶ ପାଇଥିଲା । ଏହି କାର୍ଯ୍ୟରେ ବେସରକାରୀ କ୍ଷେତ୍ରର ଭୂମିକାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । ଆଗାମୀ ଦିନରେ ଏହି ରିସୋର୍ସ ପର୍ସନ ମାନେ ଦୁଇ ଦେଶ ସମ୍ପର୍କରେ ସେତୁ ସଦୃଶ କାମ କରିବେ ।

ଭାରତକୁ ଜାପାନରୁ ଅଧିକରୁ ଅଧିକ ନିବେଶ ଏବଂ ପ୍ରଯୁକ୍ତି ବିଦ୍ୟା ଆସିବା ଦିଗରେ ବ୍ୟବସାୟିକ ଅନୁକୂଳ ପରିବେଶ ସୃଷ୍ଟି ନେଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଏହି କ୍ଷେତ୍ରରେ ଭାରତ ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ରୂପେ ସହଯୋଗ ମିଳିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।

SR


(Release ID: 2040569) Visitor Counter : 49