ଅର୍ଥ ମନ୍ତ୍ରଣାଳୟ

୨୦୨୪-୨୫ ଆର୍ଥିକ ବର୍ଷରେ ଦେଶର ବାସ୍ତବ ଜିଡିପି ଅଭିବୃଦ୍ଧି ୬.୫-୭ ପ୍ରତିଶତ ରହିବା ନେଇ ଆର୍ଥିକ ସର୍ବେକ୍ଷଣରେ ଆକଳନ


ଆର୍ଥିକ ବର୍ଷ ୨୦୨୩-୨୪ରେ ବାସ୍ତବ ଜିଡିପି ୮.୨ ପ୍ରତିଶତ ବୃଦ୍ଧି ପାଇଛି; ୪ ଟି ତ୍ରୟମାସ ମଧ୍ୟରୁ ୩ଟିରେ ୮ ପ୍ରତିଶତରୁ ଅଧିକ

କଠୋର ପ୍ରଶାସନିକ ଓ ମୌଦ୍ରିକ ନୀତି ଯୋଗୁଁ ଆର୍ଥିକ ବର୍ଷ ୨୦୨୩-୨୪ରେ ଖୁଚୁରା ମୁଦ୍ରାସ୍ଫୀତି ୫.୪ ପ୍ରତିଶତକୁ ଖସି ଆସିଛି

୯.୫ ପ୍ରତିଶତ ଶିଳ୍ପ ଅଭିବୃଦ୍ଧି ହାର ସହ ୮.୨ ପ୍ରତିଶତ ଆର୍ଥିକ ଅଭିବୃଦ୍ଧି

୨୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମୁଦ୍ରାସ୍ଫୀତି ହାର ୬ ପ୍ରତିଶତରୁ କମ୍

ଭାରତର ବ୍ୟାଙ୍କିଙ୍ଗ୍ ଏବଂ ଆର୍ଥିକ କ୍ଷେତ୍ରରେ ଚମତ୍କାର ପ୍ରଦର୍ଶନ; ସ୍ଥିର ନୀତି ହାର ବଜାୟ ରଖିଛି ଆରବିଆଇ

ବ୍ୟାଙ୍କ ଋଣ ବ୍ୟାପକ ଅଭିବୃଦ୍ଧି ସହ ଦୁଇ ଅଙ୍କରେ ପହଞ୍ଚିଛି

କୃଷି ଓ ଆନୁସଙ୍ଗିକ କାର୍ଯ୍ୟକଳାପ ଋଣରେ ଦୁଇ ଅଙ୍କ ବୃଦ୍ଧି ଘଟିଛି

ଆର୍ଥିକ ବର୍ଷ ୨୦୨୪-୨୫ରେ ମୁଦ୍ରାସ୍ଫୀତି ୪.୫ ପ୍ରତିଶତକୁ ଖସି ଆସିବା ନେଇ ଆରବିଆଇର ଆକଳନ

୨୦୨୩ରେ ୧୨୦ ବିଲିୟନ ଡଲାର ସହ ଭାରତ ବିଶ୍ୱର ଶୀର୍ଷ ଅର୍ଥ ପ୍ରାପ୍ତକାରୀ ଦେଶ

ଅମୃତ କାଳରେ ୬ଟି ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର - ଘରୋଇ ପୁଞ୍ଜିନିବେଶକୁ ପ୍ରୋତ୍ସାହନ, ଏମଏସଏମଇର ସମ୍ପ୍ରସାରଣ, କୃଷିକୁ ଅଭିବୃଦ୍ଧି ଇଞ୍ଜିନ ଭାବରେ ପରିଣତ କରିବା, ସବୁଜ ରୂପାନ୍ତରଣ, ଶିକ୍ଷା-ନିଯୁକ୍ତି ବ୍ୟବଧାନକୁ ଦୂର କରିବା ଏବଂ ରାଜ୍ୟଗୁଡ଼ିକର ଦକ୍ଷତା ବିକାଶ ପାଇଁ ଅର୍ଥ ଯୋଗାଣ

ଜଳବାୟୁ କାର୍ଯ୍ୟ ଓ ଶକ୍ତି ଦକ୍ଷତା କ୍ଷେତ୍ରରେ ଭାରତ ଅଗ୍ରଗତି କରୁଛି; ୪୫.୪ ପ୍ରତିଶତ ଅଣ-ଜୀବାଶ୍ମ ଉତ୍ସରୁ ବିଦ୍ୟୁତ ଉତ୍ପାଦନ ହୋଇଛି

ସବୁଜ ଗୃହ ବାଷ୍ପ ନିର୍ଗମନରୁ ଅର୍ଥନୈତିକ ଅଭିବୃଦ୍ଧିକୁ ଅଲଗା କଲା ଭାରତ; ୨୦୦୫-୧୯ ମଧ୍ୟରେ ଜିଡିପି ୭% ଥିବା ବେଳେ ନିର୍ଗମନ ୪% ରହିଥିଲା

ଗିନି କୋଇଫିସିଏଣ୍ଟ ହ୍ରାସ, ସାମାଜିକ କ୍ଷେତ୍ରର ସମ୍ବନ୍ଧୀୟ ଅସମାନତା ହ୍ରାସ ପାଉଛି

୩୪.୭ କୋଟିରୁ ଅଧିକ ଆୟୁଷ୍ମାନ ଭାରତ କାର୍ଡ ପ୍ରସ୍ତୁତ, ୭.୩୭ କୋଟି ହସ୍ପିଟାଲରେ ଭର୍ତ୍ତି

ଆୟୁଷ୍ମାନ ଭାରତ ଅଧୀନରେ ଅନ୍ତର୍ଭୁକ୍ତ ହେଲା ୨୨ଟି ମାନସିକ ରୋଗ

Posted On: 22 JUL 2024 3:28PM by PIB Bhubaneshwar

ଆର୍ଥିକର୍ବେକ୍ଷଣ ୨୦୨୩-୨୪: ମୁଖ୍ୟ ଆକର୍ଷଣ

 

କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେଆର୍ଥିକର୍ବେକ୍ଷଣ ରିପୋର୍ଟ ୨୦୨୩-୨୪ଉପସ୍ଥାପନ କରିଛନ୍ତିଆର୍ଥିକ ସର୍ବେକ୍ଷଣର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ହେଲା:

ପ୍ରଥମ ଅଧ୍ୟାୟ : ଆର୍ଥିକ ସ୍ଥିତି - ସ୍ଥିରତା ଜାରି ରହିଛି

 

  • ଆର୍ଥିକ ସର୍ବେକ୍ଷଣରେ ୨୦୨୪-୨୫ ଆର୍ଥିକ ବର୍ଷରେ ବାସ୍ତବ ଜିଡିପି ଅଭିବୃଦ୍ଧି ୬.୫-୭ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ବିପତ୍ତି ଯଥେଷ୍ଟ ସନ୍ତୁଳିତ ରହିବା ସତ୍ତ୍ୱେ, ବଜାର ପ୍ରତ୍ୟାଶା ଉଚ୍ଚ ରହିବା ମଧ୍ୟ ଏକ ବାସ୍ତବତା।
  • ଅନେକ ବାହ୍ୟ ଆହ୍ୱାନ ସତ୍ତ୍ୱେ ଭାରତର ଅର୍ଥବ୍ୟବସ୍ଥା ଆର୍ଥିକ ବର୍ଷ ୨୦୨୩ରେ ସୃଷ୍ଟି ହୋଇଥିବା ଗତିକୁ ୨୦୨୪ ଆର୍ଥିକ ବର୍ଷରେ ଆଗକୁ ବଢ଼ାଇଥିଲା। ବ୍ୟାପଆର୍ଥିକ ସ୍ଥିରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦେବା ଦ୍ୱାରା ବାହ୍ୟ ଆହ୍ୱାନଗୁଡିକ ଭାରତର ଅର୍ଥବ୍ୟବସ୍ଥା ଉପରେ ସର୍ବନିମ୍ନ ପ୍ରଭାବ ପକାଇଥିଲା ।
  • ୨୦୨୪ ଆର୍ଥିକ ବର୍ଷରେ ଭାରତର ବାସ୍ତବ ଜିଡିପି ୮.୨ ପ୍ରତିଶତ ହାରରେ ବୃଦ୍ଧି ପାଇଛି, ଯାହା ଆର୍ଥିକ ବର୍ଷ ୨୪ର ୪ଟି ତ୍ରୟମାସରୁ ୩ଟିରେ ୮ ପ୍ରତିଶତରୁ ଅଧିକ ଥିଲା
  • ଯୋଗାଣ କ୍ଷେତ୍ରରେ ୨୦୨୪ ଆର୍ଥିକ ବର୍ଷରେ (୨୦୧୧-୧୨ ମୂଲ୍ୟରେ) ମୋଟ ମୂଲ୍ୟ ବୃଦ୍ଧି (ଜିଭିଏ) ୭.୨ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ୨୦୨୪ ଆର୍ଥିକ ବର୍ଷରେ ସ୍ଥିର ମୂଲ୍ୟରେ ଶୁଦ୍ଧ ଟିକସ ସଂଗ୍ରହ ୧୯.୧ ପ୍ରତିଶତ ବୃଦ୍ଧି ପାଇଛି।
  • ପ୍ରଶାସନିକ ଏବଂ ମୁଦ୍ରା ନୀତିର ଦକ୍ଷ ପରିଚାଳନା ଯୋଗୁଁ ଖୁଚୁରା ମୁଦ୍ରାସ୍ଫୀତି ଆର୍ଥିକ ବର୍ଷ ୨୩ରେ ୬.୭ ପ୍ରତିଶତ ଥିବା ବେଳେ ୨୦୨୪ ଆର୍ଥିକ ବର୍ଷରେ ଏହା ୫.୪ ପ୍ରତିଶତକୁ ହ୍ରାସ ପାଇଛି।
  • ୨୦୨୪ ଆର୍ଥିକ ବର୍ଷରେ ଚଳନ୍ତି ଖାତା ନିଅଣ୍ଟ (ସିଏଡି) ଜିଡିପିର ୦.୭ ପ୍ରତିଶତ ରହିଥିଲା, ଯାହା ଆର୍ଥିକ ବର୍ଷ ୨୩ରେ ଜିଡିପିର ୨.୦ ପ୍ରତିଶତ ନିଅଣ୍ଟ ତୁଳନାରେ ଏକ ଉନ୍ନତି।
  • ମହାମାରୀ ପରେ ଭାରତୀୟ ଅର୍ଥବ୍ୟବସ୍ଥା ଶୃଙ୍ଖଳିତ ଢଙ୍ଗରେ ପୁନରୁଦ୍ଧାର ଓ ବିସ୍ତାର କରିଛି। ଆର୍ଥିକ ବର୍ଷ ୨୦୨୪ରେ ବାସ୍ତବ ଜିଡିପି ଆର୍ଥିକ ବର୍ଷ ୨୦୨୦ ତୁଳନାରେ ୨୦ ପ୍ରତିଶତ ଅଧିକ ଥିଲା, ମାତ୍ର ଅଳ୍ପ କିଛି ପ୍ରମୁଖ ଅର୍ଥବ୍ୟବସ୍ଥା ଏହା ହାସଲ କରିଥିଲା ।
  • ଆଦାୟ ହେଉଥିବା ଟିକସର ୫୫% ପ୍ରତ୍ୟକ୍ଷ ଟିକସରୁ ଏବଂ ଅବଶିଷ୍ଟ ୪୫% ପରୋକ୍ଷ ଟିକସରୁ ଆଦାୟ ହୋଇଛି।
  • ସରକାର ୮୧.୪ କୋଟି ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ସୁନିଶ୍ଚିତ କରିବାରେ ସକ୍ଷମ ହୋଇଛନ୍ତି। ପୁଞ୍ଜି ବ୍ୟୟ ବରାଦ ପାଇଁ ଆବଣ୍ଟିତ ମୋଟ ବ୍ୟୟ କ୍ରମଶଃ ବୃଦ୍ଧି ପାଇଛି।

 

ଅଧ୍ୟାୟ ୨: ମୁଦ୍ରା ପରିଚାଳନା ଏବଂ ଆର୍ଥିକ ମଧ୍ୟସ୍ଥତା- ସ୍ଥିରତା ଉପରେ ଗୁରୁତ୍ୱ

  • ଆର୍ଥିକ ବର୍ଷ ୨୪ରେ ଭାରତର ବ୍ୟାଙ୍କିଙ୍ଗ୍ ଏବଂ ଆର୍ଥିକ କ୍ଷେତ୍ର ଚମତ୍କାର ପ୍ରଦର୍ଶନ କରିଛି।
  • ସାମଗ୍ରିକ ମୁଦ୍ରାସ୍ଫୀତି ହାର ନିୟନ୍ତ୍ରଣରେ ଥିବାରୁ ଆରବିଆଇ ସାରା ବର୍ଷ ଏକ ସ୍ଥିର ନୀତି ହାର ବଜାୟ ରଖିଥିଲା ।
  • ମୁଦ୍ରାନୀତି କମିଟି (ଏମପିସି) ଆର୍ଥିକ ବର୍ଷ ୨୪ରେ ପଲିସି ରେପୋ ରେଟ୍ ଉପରେ ସ୍ଥିତାବସ୍ଥା ୬.୫ ପ୍ରତିଶତରେ ବଜାୟ ରଖିଛି। ଅଭିବୃଦ୍ଧିକୁ ସମର୍ଥନ କରୁଥିବା ବେଳେ ମୁଦ୍ରାସ୍ଫୀତି ଧୀରେ ଧୀରେ ଏହାର ଲକ୍ଷ୍ୟ ସହ ସମନ୍ୱିତ ହୋଇଛି।
  • ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କଗୁଡିକ ଦ୍ୱାରା ଋଣ ବିତରଣ ମାର୍ଚ୍ଚ ୨୦୨୪ ଶେଷ ସୁଦ୍ଧା ୨୦.୨ ପ୍ରତିଶତ ବୃଦ୍ଧି ପାଇ୧୬୪.୩ ଲକ୍ଷ କୋଟି ଟଙ୍କା ରହିଛି ।
  • ଏଚଡିଏଫସି ବ୍ୟାଙ୍କ ସହିତ ଏଚଡିଏଫସିର ମିଶ୍ରଣର ପ୍ରଭାବକୁ ବାଦ୍ ଦେଲେ ବ୍ରଡ ମନି (ଏମ)ରେ ଅଭିବୃଦ୍ଧି ୨୨ ମାର୍ଚ୍ଚ ୨୦୨୪ ସୁଦ୍ଧା ୧୧.୨ ପ୍ରତିଶତ (ବାର୍ଷିକ) ଥିଲା, ଯାହା ଏକ ବର୍ଷ ପୂର୍ବେ ୯ ପ୍ରତିଶତ ଥିଲା ।
  • ବ୍ୟାଙ୍କ ଋଣରେ ଦୁଇ ଅଙ୍କ ବିଶିଷ୍ଟ ଏବଂ ବ୍ୟାପକ ଭିତ୍ତିକ ଅଭିବୃଦ୍ଧି, ବହୁବର୍ଷର ସର୍ବନିମ୍ନ ସ୍ତରରେ ମୋଟ ଏବଂ ନିଟ୍ ଅଚଳ ସମ୍ପତ୍ତି ଏବଂ ବ୍ୟାଙ୍କ ସମ୍ପତ୍ତିର ଗୁଣବତ୍ତାରେ ଉନ୍ନତି ଏକ ସୁସ୍ଥ ଏବଂ ସ୍ଥିର ବ୍ୟାଙ୍କିଙ୍ଗ କ୍ଷେତ୍ର ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି।
  • ଋଣ ବୃଦ୍ଧି ବର୍ତ୍ତମାନ ସୁଦ୍ଧା ଦମଦାର୍‌ ରହିଛି; ମୁଖ୍ୟତଃ ସେବା ଏବଂ ବ୍ୟକ୍ତିଗତ ଋଣକୁ ଋଣ ଦେବା ଦ୍ୱାରା ଋଣ ଅଭିବୃଦ୍ଧି ସୁଦୃଢ଼ ରହିଛି
  • ଆର୍ଥିକ ବର୍ଷ ୨୦୨୩-୨୪ରେ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟକଳାପରେ ଋଣ ପରିମାଣ ଦୁଇ ଅଙ୍କରେ ବୃଦ୍ଧି ପାଇଛି।
  • ଶିଳ୍ପ ଋଣ ଅଭିବୃଦ୍ଧି ୮.୫ ପ୍ରତିଶତ ଥିବା ବେଳେ ଗତବର୍ଷ ଏହା ୫.୨ ପ୍ରତିଶତ ଥିଲା।
  • ଟ୍ୱିନ୍ ବାଲାନ୍ସ ସିଟ୍ ସମସ୍ୟାର ଏକ ପ୍ରଭାବଶାଳୀ ସମାଧାନ ଭାବରେ ଆଇବିସିକୁ ସ୍ୱୀକୃତି ମିଳିଛି୨୦୨୪ ମାର୍ଚ୍ଚ ସୁଦ୍ଧା ଗତ ୮ ବର୍ଷ ମଧ୍ୟରେ ୧୩.୯ ଲକ୍ଷ କୋଟି ଟଙ୍କା ମୂଲ୍ୟର ୩୧,୩୯୪ କର୍ପୋରେଟ୍ ଋଣଦାତାଙ୍କୁ ସମାଧାନ କରାଯାଇଛି ।
  • ପ୍ରାଥମିକ ପୁଞ୍ଜି ବଜାର ଆର୍ଥିକ ବର୍ଷ ୨୦୨୪ରେ ୧୦.୯ ଲକ୍ଷ କୋଟି ଟଙ୍କାର ପୁଞ୍ଜି ସୃଷ୍ଟିରେ ସହାୟକ ହୋଇଥିଲା (ଆର୍ଥିକ ବର୍ଷ ୨୦୨୨-୨୩ ରେ ଘରୋଇ ଏବଂ ସରକାରୀ କର୍ପୋରେଟ୍ ଗୁଡ଼ିକର ମୋଟ ସ୍ଥିର ପୁଞ୍ଜି ସୃଷ୍ଟିର ପ୍ରାୟ ୨୯ ପ୍ରତିଶତ)।
  • ଭାରତୀୟ ଷ୍ଟକ ବଜାରର ପୁଞ୍ଜିକରଣରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି ଏବଂ ଜିଡିପି ତୁଳନାରେ ବଜାର ପୁଞ୍ଜି ଅନୁପାତ ବିଶ୍ୱର ପଞ୍ଚମ ବୃହତ୍ତମ ଅଟେ ।
  • ଆର୍ଥିକ ଅନ୍ତର୍ଭୁକ୍ତୀକରଣ କେବଳ ଏକ ଲକ୍ଷ୍ୟ ନୁହେଁ ବରଂ ସ୍ଥାୟୀ ଆର୍ଥିକ ଅଭିବୃଦ୍ଧି, ଅସମାନତା ହ୍ରାସ ଦାରିଦ୍ର୍ୟ ଦୂରୀକରଣ ପାଇଁ ଏକ ସକ୍ଷମ । ପରବର୍ତ୍ତୀ ବଡ଼ ଆହ୍ୱାନ ହେଉଛି ଡିଜିଟାଲ ଆର୍ଥିକ ଅନ୍ତର୍ଭୁକ୍ତୀକରଣ (ଡିଏଫଆଇ)।
  • ଋଣ ପ୍ରତି ବ୍ୟାଙ୍କିଙ୍ଗ୍ ସମର୍ଥନ କ୍ରମାଗତ ଭାବରେ ହ୍ରାସ ପାଉଛି ଏବଂ ପୁଞ୍ଜି ବଜାରର ଭୂମିକା ବୃଦ୍ଧି ପାଉଛି । ଯେହେତୁ ଭାରତର ଆର୍ଥିକ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ଆସୁଛି, ତେଣୁ ସମ୍ଭାବ୍ୟ ଦୁର୍ବଳତାକୁ ଦୃଷ୍ଟିରେ ରଖି ଏହାର ମୁକାବିଲା କରିବାକୁ ପଡ଼ିବ।
  • ଆଗାମୀ ଦଶନ୍ଧିରେ ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ବୀମା ବଜାର ଭାବେ ଉଭା ହେବାକୁ ଯାଉଛି।
  • ଭାରତୀୟ ମାଇକ୍ରୋଫାଇନାନ୍ସ କ୍ଷେତ୍ର ଚୀନ୍ ପରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ କ୍ଷେତ୍ର ଭାବେ ଉଭା ହୋଇଛି।

 

ଅଧ୍ୟାୟ ୩: ମୂଲ୍ୟ ଏବଂ ମୁଦ୍ରାସ୍ଫୀତି- ନିୟନ୍ତ୍ରଣରେ

  • କେନ୍ଦ୍ର ସରକାରଙ୍କ ସମୟୋଚିତ ନୀତିଗତ ହସ୍ତକ୍ଷେପ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର ମୂଲ୍ୟ ସ୍ଥିରତା ପଦକ୍ଷେପ ଖୁଚୁରା ମୁଦ୍ରାସ୍ଫୀତିକୁ ମହାମାରୀ ପରଠାରୁ ସର୍ବନିମ୍ନ ସ୍ତର ୫.୪ ପ୍ରତିଶତରେ ବଜାୟ ରଖିବାରେ ସାହାଯ୍ୟ କରିଥିଲା ।
  • ଏଲପିଜି, ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଫଳରେ ଆର୍ଥିକ ବର୍ଷ ୨୪ରେ ଖୁଚୁରା ଇନ୍ଧନ ମୁଦ୍ରାସ୍ଫୀତି ନିମ୍ନ ସ୍ତରରେ ରହିଥିଲା।
  • ଅଗଷ୍ଟ ୨୦୨୩ରେ ଭାରତର ସମସ୍ତ ବଜାରରେ ଘରୋଇ ଏଲପିଜି ସିଲିଣ୍ଡର ର ମୂଲ୍ୟ ସିଲିଣ୍ଡର ପିଛା ୨୦୦ ଟଙ୍କା ହ୍ରାସ କରାଯାଇଥିଲା । ସେବେଠାରୁ ଏଲପିଜି ମୁଦ୍ରାସ୍ଫୀତି ଅବସ୍ଫିତୀ ସ୍ତରକୁ ହ୍ରାସ ପାଇଛି
  • ସେହିପରି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୨ ଟଙ୍କା ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଫଳରେ ଗାଡ଼ିରେ ବ୍ୟବହୃତ ପେଟ୍ରୋଲ ଓ ଡିଜେଲର ଖୁଚୁରା ମୁଦ୍ରାସ୍ଫୀତି ମଧ୍ୟ ଅବସ୍ଫୀତି ସ୍ତରକୁ ଚାଲିଯାଇଛି।
  • ଭାରତର ନୀତି ଅନେକ ଆହ୍ୱାନର ସଫଳତା ପୂର୍ବକ ମୁକାବିଲ କରିଛି ଫଳରେ ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ତ୍ୱେ ମୂଲ୍ୟ ସ୍ଥିରତା ସୁନିଶ୍ଚିତ ହୋଇଛି।
  • ଆର୍ଥିକ ବର୍ଷ ୨୪ରେ କୋର ସର୍ଭିସ ମୁଦ୍ରାସ୍ଫୀତି ୯ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଆସିଛି। ସେହିପରି ମୁଖ୍ୟ ସାମଗ୍ରୀ ମୁଦ୍ରାସ୍ଫୀତି ମଧ୍ୟ ୪ ବର୍ଷର ସର୍ବନିମ୍ନ ସ୍ତରକୁ ଖସି ଆସିଛି।
  • ଆର୍ଥିକ ବର୍ଷ ୨୪ରେ ଶିଳ୍ପଗୁଡ଼ିକୁ ମୁଖ୍ୟ ଇପୁଟ୍ ସାମଗ୍ରୀର ଉନ୍ନତ ଯୋଗାଣ ଯୋଗୁଁ ମୁଖ୍ୟ ଉପଭୋକ୍ତା ସାମଗ୍ରୀ ମୁଦ୍ରାସ୍ଫୀତି ହ୍ରାସ ପାଇଛି।
  • ଖରାପ ପାଣିପାଗ ପ୍ରଭାବ, ଜଳଭଣ୍ଡାରରେ ଜଳସ୍ତର ହ୍ରାସ ଏବଂ ଫସଲ ନଷ୍ଟ ଯୋଗୁଁ କୃଷି କ୍ଷେତ୍ର ଆହ୍ୱାନର ସମ୍ମୁଖୀନ ହୋଇଥିଲା, ଯାହା କୃଷି ଉତ୍ପାଦନ ଏବଂ ଖାଦ୍ୟ ମୂଲ୍ୟକୁ ପ୍ରଭାବିତ କରିଥିଲା । ଆର୍ଥିକ ବର୍ଷ ୨୦୨୩ରେ ଖାଦ୍ୟ ମୁଦ୍ରାସ୍ଫୀତି ୬.୬ ପ୍ରତିଶତ ଥିବା ବେଳେ ୨୦୨୪ ଆର୍ଥିକ ବର୍ଷରେ ଏହା ୭.୫ ପ୍ରତିଶତକୁ ବୃଦ୍ଧି ପାଇଛି।
  • ସରକାର ଉପଯୁକ୍ତ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରିଥିଲେ, ଯେଉଁଥିରେ ଗତିଶୀଳ ଷ୍ଟକ୍ ପରିଚାଳନା, ଖୋଲା ବଜାର ପରିଚାଳନା, ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ରିହାତି ଯୋଗାଣ ଏବଂ ବାଣିଜ୍ୟ ନୀତି ପଦକ୍ଷେପ ଅନ୍ତର୍ଭୁକ୍ତ, ଯାହା ଖାଦ୍ୟ ମୁଦ୍ରାସ୍ଫୀତି ହ୍ରାସ କରିବାରେ ସହାୟକ ହୋଇଥିଲା ।
  • ୨୯ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ମୁଦ୍ରାସ୍ଫୀତି ଆର୍ଥିକ ବର୍ଷ ୨୪ରେ ୬ ପ୍ରତିଶତ ତଳେ ରହିଛି।
  • ଏହାବ୍ୟତୀତ ସାମଗ୍ରିକ ମୁଦ୍ରାସ୍ଫୀତି ଅଧିକ ଥିବା ରାଜ୍ୟଗୁଡ଼ିକରେ ଗ୍ରାମୀଣ-ସହରାଞ୍ଚଳ ମୁଦ୍ରାସ୍ଫୀତି ବ୍ୟବଧାନ ବ୍ୟାପକ ରହିଛି ଏବଂ ଗ୍ରାମୀଣ ମୁଦ୍ରାସ୍ଫୀତି ସହରାଞ୍ଚଳ ମୁଦ୍ରାସ୍ଫୀତିକୁ ଟପିଯାଇଛି।
  • ଆଗକୁ ରିଜର୍ଭ ବ୍ୟାଙ୍କ ଆକଳନ କରିଛି ଯେ ସ୍ୱାଭାବିକ ମୌସୁମୀ ଏବଂ କୌଣସି ବାହ୍ୟ କିମ୍ବା ନୀତିଗତ ଝଟକା ନ ଥିବାରୁ ୨୦୨୫ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ୪.୫ ପ୍ରତିଶତ ଏବଂ ଆର୍ଥିକ ବର୍ଷ ୨୬ରେ ୪.୧ ପ୍ରତିଶତକୁ ଖସିଆସିବ।
  • ୨୦୨୪ରେ ମୁଦ୍ରାସ୍ଫୀତି ୪.୬ ପ୍ରତିଶତ ଓ ୨୦୨୫ରେ ୪.୨ ପ୍ରତିଶତ ରହିବ ବୋଲି ଆଇଏମ୍ଏଫ୍ ପୂର୍ବାନୁମାନ କରିଛି।

ଚତୁର୍ଥ ଅଧ୍ୟାୟ : ବାହ୍ୟ କ୍ଷେତ୍ର - ପ୍ରଚୁର ପରିମାଣ ମଧ୍ୟରେ ସ୍ଥିରତା

  • ମୁଦ୍ରାସ୍ଫୀତି ବୃଦ୍ଧି ସହ ଚାଲିଥିବା ଭୂ-ରାଜନୈତିକ ଅସ୍ଥିରତା ମଧ୍ୟରେ ଭାରତର ବାହ୍ୟ କ୍ଷେତ୍ର ସୁଦୃଢ଼ ରହିଛି।
  • ବିଶ୍ବବ୍ୟାଙ୍କର ଲଜିଷ୍ଟିକ୍ ପ୍ରଦର୍ଶନ ସୂଚକାଙ୍କରେ ଭାରତର ସ୍ଥାନ ୬ ସ୍ଥାନ ଉପରକୁ ଉଠି ୨୦୧୮ରେ ୪୪ତମ ସ୍ଥାନରେ ଥିବା ବେଳେ ୨୦୨୩ରେ ଏହା ୩୮ତମ ସ୍ଥାନରେ ପହଞ୍ଚିଛି।
  • ସାମଗ୍ରୀ ଆମଦାନିରେ ହ୍ରାସ ଏବଂ ସେବା ରପ୍ତାନି ବୃଦ୍ଧି ଯୋଗୁଁ ଭାରତର ଚଳନ୍ତି ଖାତା ନିଅଣ୍ଟରେ ଉନ୍ନତି ଘଟିଛି ଯାହା ଆର୍ଥିକ ବର୍ଷ ୨୪ରେ ୦.୭ ପ୍ରତିଶତ ହ୍ରାସ ପାଇଛି।
  • ବିଶ୍ୱ ବସ୍ତୁ ଓ ସେବାର ରପ୍ତାନିରେ ଭାରତ ବଜାର ଅଂଶ ବୃଦ୍ଧି ପାଉଛି। ଆର୍ଥିକ ବର୍ଷ ୨୦୨୪ରେ ବିଶ୍ୱ ବସ୍ତୁ ରପ୍ତାନିରେ ଏହାର ଅଂଶ ୧.୮ ପ୍ରତିଶତ ଥିଲା, ଯାହା ଆର୍ଥିକ ବର୍ଷ ୨୦୧୬-୨୦ରେ ହାରାହାରି ୧.୭ ପ୍ରତିଶତ ରହିଥିଲା।
  • ୨୦୨୪ ଆର୍ଥିକ ବର୍ଷରେ ଭାରତର ସେବା ରପ୍ତାନି ୪.୯ ପ୍ରତିଶତ ବୃଦ୍ଧି ପାଇ ୩୪୧.୧ ବିଲିୟନ ଡଲାରରେ ପହଞ୍ଚିଛି।
  • ୨୦୨୩ରେ ରେମିଟାନ୍ସ ୧୨୦ ବିଲିୟନ ଡଲାରର ମାଇଲଖୁଣ୍ଟ ଛୁଇଁବା ସହ ଭାରତ ହେଉଛି ବିଶ୍ୱର ଶୀର୍ଷ ଅର୍ଥରାଶି ପ୍ରାପ୍ତକାରୀ ଦେଶ ।
  • ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ଭାରତର ବୈଦେଶିକ ଋଣ ଓ ଜିଡିପି ଅନୁପାତ ୧୮.୭ ପ୍ରତିଶତ ରହିଛି।

 

ଅଧ୍ୟାୟ ୫: ମଧ୍ୟମ କାଳୀନ ଦୃଷ୍ଟିକୋଣ - ନୂତନ ଭାରତ ପାଇଁ ଏକ ଅଭିବୃଦ୍ଧି ରଣନୀତି

 

  • ସ୍ୱଳ୍ପରୁ ମଧ୍ୟମ ଅବଧିରେ ନୀତିଗତ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଗୁଡ଼ିକ ହେଲା ନିଯୁକ୍ତି ଏବଂ ଦକ୍ଷତା ସୃଷ୍ଟି, କୃଷି କ୍ଷେତ୍ରର ସମ୍ପୂର୍ଣ୍ଣ ସମ୍ଭାବନାର ଉପଯୋଗ, ଏମଏସଏମଇ ପ୍ରତିବନ୍ଧକ ଦୂର କରିବା, ଭାରତର ସବୁଜ ରୂପାନ୍ତରରଣ ପରିଚାଳନା, ଚୀନ୍ ସମସ୍ୟାର ଦକ୍ଷତାର ସହ ମୁକାବିଲା କରିବା, କର୍ପୋରେଟ୍ ବଣ୍ଡ ବଜାରକୁ ଗଭୀର କରିବା, ଅସମାନତାର ମୁକାବିଲା କରିବା ଏବଂ ଆମର ଯୁବ ଜନସଂଖ୍ୟାର ସ୍ୱାସ୍ଥ୍ୟର ଗୁଣବତ୍ତାରେ ଉନ୍ନତି ଆଣିବା ।
  • ଘରୋଇ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା, ଏମଏସଏମଇର ସମ୍ପ୍ରସାରଣ, କୃଷିକୁ ଅଭିବୃଦ୍ଧି ଇଞ୍ଜିନ ଭାବରେ ସମ୍ପ୍ରସାରଣ, ସବୁଜ ପରିବର୍ତ୍ତନ ପାଇଁ ଅର୍ଥ ଯୋଗାଣ, ଶିକ୍ଷା-ନିଯୁକ୍ତି ବ୍ୟବଧାନ କୁ ଦୂର କରିବା ଏବଂ ରାଜ୍ୟମାନଙ୍କର ଦକ୍ଷତା ବୃଦ୍ଧି ଆଦି ୬ଟି ପ୍ରମୁଖ କ୍ଷେତ୍ର ଉପରେ ଆଧାରିତ ଅମୃତ କାଳ ଅଭିବୃଦ୍ଧି ରଣନୀତି ।
  • ଭାରତୀୟ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ହାର ୭ ପ୍ରତିଶତରୁ ଅଧିକ ରହିବାକୁ ହେଲେ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ବେସରକାରୀ କ୍ଷେତ୍ର ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତି ଆବଶ୍ୟକ।

 

 

ଅଧ୍ୟାୟ ୬: ଜଳବାୟୁ ପରିବର୍ତ୍ତନ ଏବଂ ଶକ୍ତି ପରିବର୍ତ୍ତନ: ବାଣିଜ୍ୟ-ଅଫ୍ ର ମୁକାବିଲା

  • ଅନ୍ତର୍ଜାତୀୟ ବିତ୍ତ ନିଗମର ଏକ ରିପୋର୍ଟରେ ପ୍ରତିଶ୍ରୁତିବଦ୍ଧ ଜଳବାୟୁ କାର୍ଯ୍ୟ ହାସଲ ପାଇଁ ଭାରତର ପ୍ରୟାସକୁ ସ୍ୱୀକୃତି ଦିଆଯାଇଛି ଏବଂ ଏହା ଏକମାତ୍ର ଜି-୨୦ ରାଷ୍ଟ୍ର ଯେଉଁଥିରେ ୨ ଡିଗ୍ରୀ ସେଣ୍ଟିଗ୍ରେଡ୍ ଉତ୍ତାପନ ରହିଛି ବୋଲି ଦର୍ଶାଯାଇଛି ।
  • ନବୀକରଣଯୋଗ୍ୟ ଶକ୍ତି କ୍ଷମତା ବୃଦ୍ଧି ଏବଂ ଶକ୍ତି ଦକ୍ଷତା ରେ ଉନ୍ନତି ଦୃଷ୍ଟିରୁ ଜଳବାୟୁ କାର୍ଯ୍ୟରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି କରିଛି ।
  • ୨୦୨୪ ମେ ୩୧ ସୁଦ୍ଧା ସ୍ଥାପିତ ବିଦ୍ୟୁତ୍ ଉତ୍ପାଦନ କ୍ଷମତାରେ ଅଣଜୀବାଶ୍ମ ଉତ୍ସଗୁଡ଼ିକର ଅଂଶ ୪୫.୪ ପ୍ରତିଶତରେ ପହଞ୍ଚିଛି।
  • ଏହାବ୍ୟତୀତ ୨୦୦୫ ସ୍ତରରୁ ୨୦୧୯ରେ ଦେଶର ଜିଡିପିରେ ନିର୍ଗମନ ତୀବ୍ରତା ୩୩ ପ୍ରତିଶତ ହ୍ରାସ ପାଇଛି।
  • ୨୦୦୫ରୁ ୨୦୧୯ ମଧ୍ୟରେ ଭାରତର ଜିଡିପି ପ୍ରାୟ ୭ ପ୍ରତିଶତ ଚକ୍ରବୃଦ୍ଧି ବାର୍ଷିକ ଅଭିବୃଦ୍ଧି ହାର (ସିଏଜିଆର୍) ସହିତ ବୃଦ୍ଧି ପାଇଥିବା ବେଳେ ନିର୍ଗମନ ପ୍ରାୟ ୪ ପ୍ରତିଶତ ସିଏଜିଆର୍ ହାରରେ ବୃଦ୍ଧି ପାଇଛି।
  • ସରକାର କୋଇଲା ବାଷ୍ପୀକରଣ ମିଶନ ସମେତ ଅନେକ ସ୍ୱଚ୍ଛ କୋଇଲା ପଦକ୍ଷେପ ଆରମ୍ଭ କରିଛନ୍ତି ।
  • ମୋଟ ୫୧ ନିୟୁତ ଟନ୍ ତୈଳ ସହ ସମତୁଲ୍ୟ ବାର୍ଷିକ ଇନ୍ଧନ ସଞ୍ଚୟ ଫଳରେ ୧,୯୪,୩୨୦ କୋଟି ଟଙ୍କାର ମୋଟ୍‌ ବାର୍ଷିକ ଖର୍ଚ୍ଚ ଓ ପାଖାପାଖି ୩୦୬ ନିୟୁତ ଟନ୍‌ ନିର୍ଗମନ ହ୍ରାସ ପାଇବ ।
  • ଅକ୍ଷୟ ଶକ୍ତି ଏବଂ ସ୍ୱଚ୍ଛ ଇନ୍ଧନର ସମ୍ପ୍ରସାରଣ ଦ୍ୱାରା ଜମି ଏବଂ ଜଳର ଚାହିଦା ବୃଦ୍ଧି ପାଇବ ।
  • ୨୦୨୩ ଜାନୁଆରୀ-ଫେବୃଆରୀରେ ସରକାର ୧୬,୦୦୦ କୋଟି ଟଙ୍କାର ସୋଭରେନ୍ ଗ୍ରୀନ୍ ବଣ୍ଡ୍‌ ଜାରି କରିଥିବା ବେଳେ ୨୦୨୩ ଅକ୍ଟୋବର-ଡିସେମ୍ବରରେ ୨୦, ୦୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି।

ଅଧ୍ୟାୟ ୭ : ସାମାଜିକ କ୍ଷେତ୍ର - ସଶକ୍ତ କରୁଥିବା ଲାଭ

  • ନୂତନ କଲ୍ୟାଣ ଦୃଷ୍ଟିକୋଣ ସହ ପ୍ରତ୍ୟେକ ଗୋଟିଏ ଟଙ୍କା ପିଛା ଖର୍ଚ୍ଚ ହେଉଥିବା ପ୍ରଭାବକୁ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ସୁଶାସନର ଡିଜିଟାଲକରଣ କୌଣସି କଲ୍ୟାଣକାରୀ କାର୍ଯ୍ୟକ୍ରମରେ ଖର୍ଚ୍ଚ ହେଉଥିବା ପ୍ରତ୍ୟେକ ଟଙ୍କାର ମୂଲ୍ୟକୁ ବହୁଗୁଣ ବଢ଼ାଇ ଦେଉଛି।
  • ଆର୍ଥିକ ବର୍ଷ ୨୦୧୮ରୁ ୨୦୨୪ ମଧ୍ୟରେ ମୂଲ୍ୟ ଆଧାରିତ ଜିଡିପି ପ୍ରାୟ ୯.୫ ପ୍ରତିଶତ ସଞ୍ଚିତ ବାର୍ଷିକ ବୃଦ୍ଧି ହାର (ସିଏଜିଆର) ହାରରେ ବୃଦ୍ଧି ପାଇଥିବା ବେଳେ କଲ୍ୟାଣକାରୀ ଯୋଜନାରରେ ଖର୍ଚ୍ଚ ୧୨.୮ ପ୍ରତିଶତ ସିଏଜିଆରରେ ବୃଦ୍ଧି ପାଇଛି।
  • ଅସମାନତାର ସୂଚକ, ଗିନି କୋଇଫିସିଏଣ୍ଟ, ଦେଶର ଗ୍ରାମୀଣ କ୍ଷେତ୍ର ପାଇଁ ୦.୨୮୩ରୁ ୦.୨୬୬ କୁ ହ୍ରାସ ପାଇଛି ଏବଂ ଦେଶର ସହରାଞ୍ଚଳ କ୍ଷେତ୍ର ପାଇଁ ୦.୩୬୩ରୁ ୦.୩୧୪କୁ ହ୍ରାସ ପାଇଛି।
  • ୩୪.୭ କୋଟିରୁ ଅଧିକ ଆୟୁଷ୍ମାନ ଭାରତ କାର୍ଡ ସୃଷ୍ଟି ହୋଇଛି ଏବଂ ଏହି ଯୋଜନାରେ ୭.୩୭ କୋଟି ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
  • ମାନସିକ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବାର ଆହ୍ୱାନ ଆଭ୍ୟନ୍ତରୀଣ ଏବଂ ଅର୍ଥନୈତିକ ଭାବରେ ମୂଲ୍ୟବାନଆୟୁଷ୍ମାନ ଭାରତ - ପିଏମଜେଏୱାଇ ସ୍ୱାସ୍ଥ୍ୟ ବୀମା ଅଧୀନରେ ୨୨ଟି ମାନସିକ ରୋଗ ଅନ୍ତର୍ଭୁକ୍ତ ।
  • ପ୍ରାରମ୍ଭିକ ଶିଶୁ ଶିକ୍ଷା ପାଇଁ ପୋଷଣ ଭିଢ଼ାଇ ଭିକାର୍ଯ୍ୟକ୍ରମର ଲକ୍ଷ୍ୟ ଅଙ୍ଗନବାଡ଼ି କେନ୍ଦ୍ରରେ ବିଶ୍ୱର ସର୍ବବୃହତ, ସାର୍ବଜନୀନ, ଉଚ୍ଚମାନର ପ୍ରାଥମିକ ବିଦ୍ୟାଳୟ ନେଟୱର୍କର ବିକାଶ କରିବା ।
  • ସ୍ୱେଚ୍ଛାକୃତ ଯୋଗଦାନ ଏବଂ ଗୋଷ୍ଠୀଭିତ୍ତିକ ମିଳାମିଶା ମାଧ୍ୟମରେ ବିଦ୍ୟାଞ୍ଜଳି ପଦକ୍ଷେପ ୧.୪୪ କୋଟିରୁ ଅଧିକ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଅଭିଜ୍ଞତା ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।
  • ଉଚ୍ଚଶିକ୍ଷାରେ ବିଭିନ୍ନ ମହିଳା ନାମଲେଖା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏଥିସହିତ ଅନୁସୂଚିତ ଜାତି, ଜନଜାତି ଏବଂ ଓବିସି ଭଳି ଅବହେଳିତ ବର୍ଗଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ଆର୍ଥିକ ବର୍ଷ ୨୦୧୫ ପରଠାରୁ ଏହା ୩୧.୬ ପ୍ରତିଶତ ବଢ଼ିଛି।
  • ଭାରତ ଗବେଷଣା ଓ ବିକାଶ କ୍ଷେତ୍ରରେ ଦ୍ରୁତ ଅଗ୍ରଗତି କରୁଛି, ଆର୍ଥିକ ବର୍ଷ ୨୦୨୪ରେ ପାଖାପାଖି ଏକ ଲକ୍ଷ ପେଟେଣ୍ଟ ପ୍ରଦାନ କରାଯାଇଛି, ଏହା ତୁଳନାରେ ଆର୍ଥିକ ବର୍ଷ ୨୦୨୦ରେ ୨୫,୦୦୦ରୁ କମ୍ ପେଟେଣ୍ଟ ଥିଲା ।
  • ଆର୍ଥିକ ବର୍ଷ ୨୦୨୫ରେ ସରକାର ୩.୧୦ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରିଥିଲେ। ଏହା ଆର୍ଥିକ ବର୍ଷ ୨୦୧୪ ତୁଳନାରେ ୨୧୮.୮ ପ୍ରତିଶତ ବୃଦ୍ଧି ଦର୍ଶାଉଛି।
  • ପିଏମ-ଆବାସ-ଗ୍ରାମୀଣ ଅଧୀନରେ ଗତ ୯ ବର୍ଷରେ (୧୦ ଜୁଲାଇ ୨୦୨୪ ସୁଦ୍ଧା) ଗରିବଙ୍କ ପାଇଁ ୨.୬୩ କୋଟି ଘର ନିର୍ମାଣ କରାଯାଇଛି।
  • ଗ୍ରାମ ସଡ଼କ ଯୋଜନାରେ ୨୦୧୪-୧୫ (୧୦ ଜୁଲାଇ ୨୦୨୪ ସୁଦ୍ଧା) ଠାରୁ ୧୫.୧୪ ଲକ୍ଷ କିଲୋମିଟର ରାସ୍ତା ନିର୍ମାଣ ସରିଛି।

ଅଧ୍ୟାୟ ୮: ନିଯୁକ୍ତି ଓ ଦକ୍ଷତା ବିକାଶ: ଗୁଣବତ୍ତା ଦିଗରେ ଅଗ୍ରସର

· ୨୦୨୨-୨୩ରେ ବେକାରୀ ହାର ୩.୨ ପ୍ରତିଶତକୁ ଖସି ଆସିବା ଫଳରେ ଗତ ୬ ବର୍ଷ ମଧ୍ୟରେ ଭାରତୀୟ ଶ୍ରମ ବଜାର ସୂଚକାଙ୍କରେ ଉନ୍ନତି ଘଟିଛି ।

  • ମାର୍ଚ୍ଚ ୨୦୨୪ରେ ଶେଷ ହୋଇଥିବା ତ୍ରୈମାସରେ ୧୫ ବର୍ଷ କିମ୍ବା ତା'ଠାରୁ ଅଧିକ ବୟସର ଲୋକଙ୍କ ପାଇଁ ତ୍ରୈମାସିକ ସହରାଞ୍ଚଳ ବେକାରୀ ହାର ୬.୭ ପ୍ରତିଶତକୁ ହ୍ରାସ ପାଇଛି, ଯାହା ପୂର୍ବ ବର୍ଷର ସମାନ ତ୍ରୟମାସରେ ୬.୮ ପ୍ରତିଶତ ଥିଲା।
  • ପିଏଲଏଫଏସ ଅନୁଯାୟୀ, କୃଷି କ୍ଷେତ୍ରରେ ୪୫ ପ୍ରତିଶତ, ଉତ୍ପାଦନ କ୍ଷେତ୍ରରେ ୧୧.୪ ପ୍ରତିଶତ, ସେବା କ୍ଷେତ୍ରରେ ୨୮.୯ ପ୍ରତିଶତ ଏବଂ ନିର୍ମାଣ କ୍ଷେତ୍ରରେ ୧୩.୦ ପ୍ରତିଶତରୁ ଅଧିକ କର୍ମଚାରୀ ନିୟୋଜିତ ଅଛନ୍ତି।
  • ପିଏଲଏଫଏସ ଅନୁଯାୟୀ, ଯୁବ (୧୫-୨୯ ବର୍ଷ ବୟସ) ବେକାରୀ ହାର ୨୦୧୭-୧୮ରେ ୧୭.୮ ପ୍ରତିଶତ ଥିବାବେଳେ ୨୦୨୨-୨୩ରେ ଏହା ୧୦ ପ୍ରତିଶତକୁ ହ୍ରାସ ପାଇଛି।
  • ଇପିଏଫ୍ଓ ପେରୋଲରେ ୧୮-୨୮ ବର୍ଷ ବର୍ଗର ପ୍ରାୟ ଦୁଇ ତୃତୀୟାଂଶ ନୂଆ ଗ୍ରାହକ ସାମିଲ ହୋଇଛନ୍ତି।
  • ଲିଙ୍ଗଗତ ଦୃଷ୍ଟିକୋଣରୁ ମହିଳା ଶ୍ରମଶକ୍ତି ଅଂଶଗ୍ରହଣ ହାର (ଏଫଏଲଏଫପିଆର) ୬ ବର୍ଷ ଧରି ବୃଦ୍ଧି ପାଉଛି ।
  • ଏଏସଆଇ ୨୦୨୧-୨୨ ଅନୁଯାୟୀ, ସଂଗଠିତ ଉତ୍ପାଦନ କ୍ଷେତ୍ରରେ ନିଯୁକ୍ତି ମହାମାରୀ ପୂର୍ବ ସ୍ତରଠାରୁ ଅଧିକ ରହିଛି ଏବଂ କାରଖାନା ପିଛା ନିଯୁକ୍ତି ମହାମାରୀ ପୂର୍ବ ସ୍ତର ତୁଳନାରେ ବୃଦ୍ଧି ପାଇବାରେ ଲାଗିଛି।
  • ୨୦୧୫-୨୨ ଆର୍ଥିକ ବର୍ଷରେ ଗ୍ରାମାଞ୍ଚଳରେ ଶ୍ରମିକ ପିଛା ମଜୁରି ୬.୯ ପ୍ରତିଶତ ସିଏଜିଆର୍ ଥିବା ବେଳେ ସହରାଞ୍ଚଳରେ ଏହା ୬.୧ ପ୍ରତିଶତ ସିଏଜିଆର୍ ଥିଲା।
  • ୧୦୦ରୁ ଅଧିକ ଶ୍ରମିକ ନିୟୋଜିତ କାରଖାନା ସଂଖ୍ୟା ଆର୍ଥିକ ବର୍ଷ ୨୦୧୮ରୁ ୨୨ ଆର୍ଥିକ ବର୍ଷ ମଧ୍ୟରେ ୧୧.୮ ପ୍ରତିଶତ ବୃଦ୍ଧି ପାଇଛି।
  • ଛୋଟ କାରଖାନା ତୁଳନାରେ ବଡ଼ କାରଖାନାରେ (୧୦୦ରୁ ଅଧିକ ଶ୍ରମିକ ନିୟୋଜିତ) ନିଯୁକ୍ତି ବୃଦ୍ଧି ପାଉଛି, ଯାହା ଉତ୍ପାଦନ ୟୁନିଟ୍ ଗୁଡ଼ିକୁ ବୃଦ୍ଧି କରିବାକୁ ସୂଚାଉଛି।
  • ଇପିଏଫ୍ଓରେ ବାର୍ଷିକ ନିଟ୍ ପେରୋଲ ସଂଯୋଗ ଆର୍ଥିକ ବର୍ଷ ୨୦୧୯ରେ ୬୧.୧ ଲକ୍ଷ ଥିବା ବେଳେ ୨୪ ଆର୍ଥିକ ବର୍ଷରେ ଏହା ୧୩୧.୫ ଲକ୍ଷକୁ ବୃଦ୍ଧି ପାଇଛି।
  • ଆର୍ଥିକ ବର୍ଷ ୨୦୧୫ରୁ ୨୪ ମଧ୍ୟରେ ଇପିଏଫଓ ସଦସ୍ୟତା ସଂଖ୍ୟା ୮.୪ ପ୍ରତିଶତ ସିଏଜିଆର ହାରରେ ବୃଦ୍ଧି ପାଇଛି।
  • ଉତ୍ପାଦନ କ୍ଷେତ୍ର ଏଆଇର ସଂସ୍ପର୍ଶରେ କମ୍ ଆସିଛି କାରଣ ଶିଳ୍ପ ରୋବୋଟ ମାନବ ଶ୍ରମ ଭଳି ଚମତ୍କାର କିମ୍ବା ବ୍ୟୟସାପେକ୍ଷ ନୁହେଁ ।
  • ୨୦୨୯-୩୦ ସୁଦ୍ଧା ଗିଗ୍ ଶ୍ରମବଳଙ୍କ ସଂଖ୍ୟା ୨.୩୫ କୋଟିକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
  • ବଢୁଥିବା ଶ୍ରମବଳଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଭାରତୀୟ ଅର୍ଥବ୍ୟବସ୍ଥାକୁ ୨୦୩୦ ପର୍ଯ୍ୟନ୍ତ ଅଣକୃଷି କ୍ଷେତ୍ରରେ ବାର୍ଷିକ ହାରାହାରି ପ୍ରାୟ ୭୮.୫ ଲକ୍ଷ ନିଯୁକ୍ତି ସୃଷ୍ଟି କରିବା ର ଆବଶ୍ୟକତା ରହିଛି ।
  • ୨୦୨୨ରେ ଦେଶରେ ୫୦.୭ କୋଟି ଶ୍ରମବଳ ତୁଳନାରେ ୨୦୫୦ରେ ଦେଶକୁ ୬୪.୭ କୋଟି ଶ୍ରମବଳଙ୍କ କଥା ବୁଝିବାକୁ ହେବ ।
  • ଜିଡିପିର ୨ ପ୍ରତିଶତ ସହ ସମାନ ପ୍ରତ୍ୟକ୍ଷ ସରକାରୀ ନିବେଶରେ ୧୧ ନିୟୁତ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି, ଯେଉଁଥିରୁ ପ୍ରାୟ ୭୦ ପ୍ରତିଶତ ମହିଳାଙ୍କୁ ମିଳିବ।

 

ଅଧ୍ୟାୟ ୯: କୃଷି ଓ ଖାଦ୍ୟ ପରିଚାଳନା ଯଦି ଆମେ ଏହାକୁ ଠିକ୍ କରିଦେବା ତେବେ କୃଷି କ୍ଷେତ୍ରରେ ନିଶ୍ଚିତ ବୃଦ୍ଧି ହେବ

  • କୃଷି ଓ ଆନୁଙ୍ଗିକ କ୍ଷେତ୍ରରେ ଗତ ପାଞ୍ଚ ବର୍ଷ ମଧ୍ୟରେ ସ୍ଥିର ମୂଲ୍ୟରେ ହାରାହାରି ବାର୍ଷିକ ଅଭିବୃଦ୍ଧି ହାର ୪.୧୮ ପ୍ରତିଶତ ରହିଛି।
  • ଭାରତୀୟ କୃଷିର ଆନୁଙ୍ଗିକ କ୍ଷେତ୍ରଗୁଡିକ କ୍ରମାଗତ ଭାବରେ ଦୃଢ଼ ଅଭିବୃଦ୍ଧି କେନ୍ଦ୍ର ଏବଂ କୃଷି ଆୟରେ ଉନ୍ନତି ଆଣିବା ପାଇଁ ଆଶାଜନକ ଉତ୍ସ ଭାବରେ ଉଭା ହେଉଛି ।
  • ୩୧ ଜାନୁଆରୀ ୨୦୨୪ ସୁଦ୍ଧା କୃଷିକୁ ମୋଟ ୨୨.୮୪ ଲକ୍ଷ କୋଟି ଟଙ୍କାଋଣ ପ୍ରଦାନ କରାଯାଇଛି ।
  • ୩୧ ଜାନୁଆରୀ ୨୦୨୪ ସୁଦ୍ଧା ବ୍ୟାଙ୍କଗୁଡ଼ିକ ୯.୪ ଲକ୍ଷ କୋଟି ଟଙ୍କାର ସୀମା ସହିତ ୭.୫ କୋଟି କିଷାନ କ୍ରେଡିଟ୍ କାର୍ଡ (କେସିସି) ଜାରି କରିଛନ୍ତି।
  • ୨୦୧୫-୧୬ରୁ ୨୦୨୩-୨୪ ମଧ୍ୟରେ ଦେଶରେ ୯୦.୦ ଲକ୍ଷ ହେକ୍ଟର ଜମିକୁ ପର୍‌ ଡ୍ରପ୍ ମୋର୍‌ କ୍ରପ୍‌ ବା ପ୍ରତି ବୁନ୍ଦା ଅଧିକ ଫସଲ (ପିଡିଏମସି) ଅଧୀନରେ ଅନ୍ତର୍ଭୁକ୍ତ କରାଯାଇଛି।
  • ଏକ ଆକଳନ ଅନୁଯାୟୀ କୃଷି ଗବେଷଣାରେ ବିନିଯୋଗ ହେଉଥିବା ପ୍ରତ୍ୟେକ ଟଙ୍କା (ଶିକ୍ଷା କୁ ମିଶାଇ) ବାବଦରେ ୧୩.୮୫ ଟଙ୍କାର ଲାଭ ମିଳୁଛି।

 

ଅଧ୍ୟାୟ ୧୦: ଶିଳ୍ପ - କ୍ଷୁଦ୍ର ଓ ମଧ୍ୟମ ଉଭୟ ଅପରିହାର୍ଯ୍ୟ

 

  • ୨୦୨୪ ଆର୍ଥିକ ବର୍ଷରେ ୮.୨ ପ୍ରତିଶତ ଆର୍ଥିକ ଅଭିବୃଦ୍ଧି ହାରକୁ ୯.୫ ପ୍ରତିଶତ ଶିଳ୍ପ ଅଭିବୃଦ୍ଧି ହାର ଦ୍ୱାରା ସମର୍ଥନ ମିଳିବ
  • ବିଭିନ୍ନ କ୍ଷେତ୍ରରେ ବାଧା ସୃଷ୍ଟି ସତ୍ତ୍ୱେ ଉତ୍ପାଦନ କ୍ଷେତ୍ର ଗତ ଦଶନ୍ଧିରେ ହାରାହାରି ବାର୍ଷିକ ୫.୨ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରିଛି, ଯେଉଁଥିରେ ମୁଖ୍ୟ ଅଭିବୃଦ୍ଧି ଚାଳକ ହେଉଛି ରାସାୟନିକ ପଦାର୍ଥ, କାଠ ଉତ୍ପାଦ ଆସବାବପତ୍ର, ପରିବହନ ଉପକରଣ, ଔଷଧ, ଯନ୍ତ୍ରପାତି ଏବଂ ଉପକରଣ ।
  • ଗତ ପାଞ୍ଚ ବର୍ଷ ମଧ୍ୟରେ କୋଇଲା ଉତ୍ପାଦନ ଦ୍ରୁତ ହେବା ଆମଦାନୀ ନିର୍ଭରଶୀଳତା ହ୍ରାସ କରିବାରେ ସହାୟକ ହୋଇଛି ।
  • ୫୦ ବିଲିୟନ ଡଲାର ମୂଲ୍ୟ ସହିତ ଭାରତର ଔଷଧ ବଜାର ବିଶ୍ୱର ତୃତୀୟ ବୃହତ୍ତମ ବଜାର ଭାବେ ଉଭା ହୋଇଛି ।
  • ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ପୋଷାକ ଉତ୍ପାଦନକାରୀ ଏବଂ ଶ୍ରେଷ୍ଠ ପାଞ୍ଚଟି ରପ୍ତାନିକାରୀ ଦେଶ ମଧ୍ୟରୁ ଅନ୍ୟତମ ।
  • ୨୦୨୨ ଆର୍ଥିକ ବର୍ଷରେ ଭାରତର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରର ବିଶ୍ୱ ବଜାର ଅଂଶଧନ ଆନୁମାନିକ ୩.୭ ପ୍ରତିଶତ ରହିଥିଲା
  • ମେ ୨୦୨୪ ସୁଦ୍ଧା ପିଏଲଆଇ ଯୋଜନାରେ ୧.୨୮ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ହୋଇଛି, ଯାହା ଫଳରେ ୧୦.୮ ଲକ୍ଷ କୋଟି ଟଙ୍କାର ଉତ୍ପାଦନ/ବିକ୍ରୟ ହୋଇଛି ଏବଂ ୮.୫ ଲକ୍ଷ ଟଙ୍କାରୁ ଅଧିକ ନିଯୁକ୍ତି ସୃଷ୍ଟି (ପ୍ରତ୍ୟକ୍ଷ ଓ ପରୋକ୍ଷ) ହୋଇଛି।
  • ଗବେଷଣା ଓ ବିକାଶ ଏବଂ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ତଥା କାର୍ଯବଳର ସମସ୍ତ ସ୍ତରରେ ସୁଧାରକୁ ଉଦ୍ୟୋଗ ଓ ଶିକ୍ଷାକ୍ଷେତ୍ର ମଧ୍ୟରେ ସକ୍ରିୟ ସହଯୋଗ ମାଧ୍ୟମରେ ଉଦ୍ୟୋଗଗୁଡିକୁ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି ।

 

ଅଧ୍ୟାୟ ୧୧: ସେବା - ଅଭିବୃଦ୍ଧି ସୁଯୋଗକୁ ପ୍ରୋତ୍ସାହ

 

  • ସାମଗ୍ରିକ ସକଳ ମୂଲ୍ୟ ବୃଦ୍ଧି (ଜିଭିଏ)ରେ ସେବା କ୍ଷେତ୍ରର ଅବଦାନ ବର୍ତ୍ତମାନ ମହାମାରୀ ପୂର୍ବ ସ୍ତର ଛୁଇଁଛି ଅର୍ଥାତ୍ ପ୍ରାୟ ୫୫% ସ୍ତରରେ ପହଞ୍ଚିଛି।
  • ସେବା କ୍ଷେତ୍ରରେ ସବୁଠାରୁ ଅଧିକ ସକ୍ରିୟ କମ୍ପାନୀ (୬୫ ପ୍ରତିଶତ) ରହିଛନ୍ତି। ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ଭାରତରେ ମୋଟ ୧୬,୯୧,୪୯୫ ସକ୍ରିୟ କମ୍ପାନୀ ଅଛନ୍ତି
  • ବିଶ୍ବସ୍ତରରେ ୨୦୨୨ରେ ଭାରତର ସେବା ରପ୍ତାନି ବିଶ୍ୱର ବାଣିଜ୍ୟିକ ସେବା ରପ୍ତାନିର ୪.୪ ପ୍ରତିଶତ ଥିଲା।
  • ଭାରତର ସେବା ରପ୍ତାନିରେ କମ୍ପ୍ୟୁଟର ସେବା ଏବଂ ବ୍ୟବସାୟ ସେବା ରପ୍ତାନି ପ୍ରାୟ ୭୩ ପ୍ରତିଶତ ଥିଲା ଏବଂ ଆର୍ଥିକ ବର୍ଷ ୨୪ରେ ବାର୍ଷିକ ୯.୬ ପ୍ରତିଶତ ଅଭିବୃଦ୍ଧି ଘଟିଛି।
  • ବିଶ୍ୱସ୍ତରରେ ଡିଜିଟାଲ ଡେଲିଭରି ସେବା ରପ୍ତାନିରେ ଭାରତର ଅଂଶ ୨୦୧୯ରେ ୪.୪ ପ୍ରତିଶତ ଥିବାବେଳେ ୨୦୨୩ରେ ଏହା ୬.୦ ପ୍ରତିଶତକୁ ବୃଦ୍ଧି ପାଇଛି।
  • ୨୦୨୪ ଆର୍ଥିକ ବର୍ଷରେ ଭାରତୀୟ ବିମାନ ବନ୍ଦରଗୁଡ଼ିକରେ ମୋଟ ବିମାନ ଯାତ୍ରୀଙ୍କ ସଂଖ୍ୟାରେ ବାର୍ଷିକ ୧୫ ପ୍ରତିଶତ ବୃଦ୍ଧି ସହିତ ଭାରତରେ ବିମାନ ଚଳାଚଳ କ୍ଷେତ୍ର ଯଥେଷ୍ଟ ବୃଦ୍ଧି ପାଇଛି।
  • ଭାରତୀୟ ବିମାନବନ୍ଦରରେ ପରିଚାଳିତ ଏୟାର କାର୍ଗୋ ଆର୍ଥିକ ବର୍ଷ ୨୦୨୪ରେ ବାର୍ଷିକ ୭ ପ୍ରତିଶତ ବୃଦ୍ଧି ପାଇ ୩୩.୭ ଲକ୍ଷ ଟନ୍ ରେ ପହଞ୍ଚିଛି।
  • ମାର୍ଚ୍ଚ ୨୦୨୪ରେ ୪୫.୯ ଲକ୍ଷ କୋଟି ଟଙ୍କାର ସେବା କ୍ଷେତ୍ର ବକେୟା ଋଣ ସହିତ ଆର୍ଥିକ ବର୍ଷ ୨୦୨୪ର ସମାପ୍ତି ହୋଇଥିଲା, ଯେଉଁଥିରେ ବାର୍ଷିକ ୨୨.୯ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରାଯାଇଥିଲା।
  • ଭାରତୀୟ ରେଳବାଇରେ ଯାତ୍ରୀ ପରିବହନ ପୂର୍ବ ବର୍ଷ ତୁଳନାରେ ୨୦୨୪ ଆର୍ଥିକ ବର୍ଷରେ ପ୍ରାୟ ୫.୨ ପ୍ରତିଶତ ବୃଦ୍ଧି ପାଇଛି।
  • ୨୦୨୪ ଆର୍ଥିକ ବର୍ଷରେ ରାଜସ୍ୱ ଆୟକାରୀ ମାଲ ପରିବହନ (କୋଙ୍କଣ ରେଲୱେ କର୍ପୋରେସନ ଲିମିଟେଡକୁ ବାଦ୍ ଦେଇ) ପୂର୍ବ ବର୍ଷ ତୁଳନାରେ ୨୦୨୪ ଆର୍ଥିକ ବର୍ଷରେ ୫.୩ ପ୍ରତିଶତ ବୃଦ୍ଧି ପାଇଛି।
  • ୨୦୨୩ରେ ପର୍ଯ୍ୟଟନ ଶିଳ୍ପରେ ୯୨ ଲକ୍ଷରୁ ଅଧିକ ବିଦେଶୀ ପର୍ଯ୍ୟଟକ ଙ୍କ ଆଗମନ ହୋଇଛି, ଯାହାକି ବାର୍ଷିକ ୪୩.୫ ପ୍ରତିଶତ ବୃଦ୍ଧି ପାଇଛି।
  • ୨୦୨୩ରେ ଭାରତରେ ଆବାସିକ ରିଅଲ ଇଷ୍ଟେଟ୍ ବିକ୍ରି ୨୦୧୩ ପରଠାରୁ ସର୍ବୋଚ୍ଚ ସ୍ତରରେ ଥିଲା, ଯାହା କି ବାର୍ଷିକ ୩୩ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି ଏବଂ ଶୀର୍ଷ ୮ଟି ସହରରେ ସମୁଦାୟ ୪.୧ ଲକ୍ଷ ୟୁନିଟ୍ ବିକ୍ରି ହୋଇଛି।
  • ଭାରତରେ ବୈଶ୍ୱିକ କ୍ଷମତା କେନ୍ଦ୍ର ସଂଖ୍ୟା (ଜିସିସି) ଯଥେଷ୍ଟ ବୃଦ୍ଧି ପାଇଛି ଆର୍ଥିକ ବର୍ଷ ୨୦୧୫ରେ ୧,୦୦୦ କେନ୍ଦ୍ର ଥିବା ବେଳେ ଆର୍ଥିକ ବର୍ଷ ୨୦୨୩ ସୁଦ୍ଧା ୧,୫୮୦ରୁ ଅଧିକ କେନ୍ଦ୍ରକୁ ବୃଦ୍ଧି ପାଇଛି ।
  • ୨୦୩୦ ସୁଦ୍ଧା ଭାରତୀୟ ଇ-କମର୍ସ ଶିଳ୍ପ ୩୫୦ ବିଲିୟନ ଡଲାର ଅତିକ୍ରମ କରିବ ବୋଲି ଆଶା କରାଯାଉଛି।
  • ଭାରତରେ ସାମଗ୍ରିକ ଟେଲି-ଘନତ୍ୱ (ପ୍ରତି ୧୦୦ ଜନସଂଖ୍ୟାରେ ଟେଲିଫୋନ୍ ସଂଖ୍ୟା) ମାର୍ଚ୍ଚ ୨୦୧୪ରେ ୭୫.୨ ପ୍ରତିଶତ ଥିବା ବେଳେ ମାର୍ଚ୍ଚ ୨୦୨୪ରେ ଏହା ୮୫.୭ ପ୍ରତିଶତକୁ ବୃଦ୍ଧି ପାଇଛି। ମାର୍ଚ୍ଚ ୨୦୨୪ରେ ଇଣ୍ଟରନେଟ୍ ଘନତ୍ୱ ମଧ୍ୟ ୬୮.୨ ପ୍ରତିଶତକୁ ବୃଦ୍ଧି ପାଇଛି।
  • ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ଭାରତନେଟ୍ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ଓଏଫସି ଦ୍ୱାରା ମୋଟ ୨,୦୬,୭୦୯ ଗ୍ରାମ ପଞ୍ଚାୟତକୁ ସଂଯୋଗ କରିବା ସହ,୮୩,୧୭୫ କିଲୋମିଟର ଅପ୍ଟିକାଲ ଫାଇବର କେବୁଲ (ଓଏଫସି) ବିଛାଯାଇଛି।
  • ଦୁଇଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଭାରତର ସେବା କ୍ଷେତ୍ରକୁ ନୂଆ ରୂପ ଦେଉଛି: ଘରୋଇ ସେବା ଯୋଗାଣର ଦ୍ରୁତ ଜ୍ଞାନକୌଶଳ ଦ୍ୱାରା ପରିଚାଳିତ ପରିବର୍ତ୍ତନ ଏବଂ ଭାରତର ସେବା ରପ୍ତାନିର ବିବିଧତା।

 

ଅଧ୍ୟାୟ ୧୨: ଭିତ୍ତିଭୂମି - ସମ୍ଭାବ୍ୟ ଅଭିବୃଦ୍ଧିକୁ ଗତିଶୀଳ କରିବା

 

  • ବିଗତ ବର୍ଷଗୁଡ଼ିକରେ ରାଷ୍ଟ୍ରାୟତ୍ତ କ୍ଷେତ୍ର ନିବେଶରେ ଯଥେଷ୍ଟ ବୃଦ୍ଧି ଫଳରେ ବୃହତ୍ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ପାଣ୍ଠି ଯୋଗାଣରେ ପୁଞ୍ଜିନିବେଶକୁ ଅଗ୍ରାଧିକାର ମିଳିଛି।
  • ଜାତୀୟ ରାଜପଥ ନିର୍ମାଣର ହାରାହାରି ଗତି ଆର୍ଥିକ ବର୍ଷ ୨୦୧୪ରେ ଦୈନିକ ୧୧.୭ କିଲୋମିଟର ଥିବା ବେଳେ ୨୦୨୪ ଆର୍ଥିକ ବର୍ଷ ସୁଦ୍ଧା ଦୈନିକ ପ୍ରାୟ ୩୪ କିଲୋମିଟରକୁ ବୃଦ୍ଧି ପାଇଛି।
  • ଗତ ୫ ବର୍ଷ ମଧ୍ୟରେ ରେଳବାଇ କ୍ଷେତ୍ରରେ ପୁଞ୍ଜି ବ୍ୟୟ ୭୭ ପ୍ରତିଶତ ବୃଦ୍ଧି ପାଇଛି, ଯେଉଁଥିରେ ନୂତନ ଲାଇନ୍ ନିର୍ମାଣ, ଗେଜ୍ ରୂପାନ୍ତରଣ ଏବଂ ଦୋହରୀକରଣ ରେ ଉଲ୍ଲେଖନୀୟ ପୁଞ୍ଜିନିବେଶ ହୋଇଛି।
  • ଭାରତୀୟ ରେଳବାଇ ୨୦୨୫ ଆର୍ଥିକ ବର୍ଷରେ ବନ୍ଦେ ମେଟ୍ରୋ ଟ୍ରେନସେଟ୍ କୋଚ୍ ଆରମ୍ଭ କରିବ ।
  • ୨୦୨୪ ଆର୍ଥିକ ବର୍ଷରେ ୨୧ଟି ବିମାନବନ୍ଦରରେ ନୂତନ ଟର୍ମିନାଲ ବିଲ୍ଡିଂ କାର୍ଯ୍ୟକ୍ଷମ ହୋଇଛି, ଯାହା ଫଳରେ ବାର୍ଷିକ ପ୍ରାୟ ୬୨ ନିୟୁତ ଯାତ୍ରୀ ପରିବହନ କ୍ଷମତା ବୃଦ୍ଧି ପାଇଛି।
  • ବିଶ୍ୱ ବ୍ୟାଙ୍କ ଲଜିଷ୍ଟିକ୍ସ ପ୍ରଦର୍ଶନ ସୂଚକାଙ୍କରେ ଅନ୍ତର୍ଜାତୀୟ ଶିପମେଣ୍ଟ ବର୍ଗରେ ଭାରତର ସ୍ଥାନ ୨୦୧୪ରେ ୪୪ତମ ସ୍ଥାନରୁ ୨୦୨୩ରେ ୨୨ତମ ସ୍ଥାନକୁ ଉନ୍ନତ ହୋଇଛି।
  • ୨୦୧୪ରୁ ୨୦୨୩ ମଧ୍ୟରେ ଭାରତରେ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ୮.୫ ଲକ୍ଷ କୋଟି ଟଙ୍କା (୧୦୨.୪ ବିଲିୟନ ଡଲାର)ର ନୂତନ ପୁଞ୍ଜିନିବେଶ ହୋଇଛି।

 

ଅଧ୍ୟାୟ ୧୩: ଜଳବାୟୁ ପରିବର୍ତ୍ତନ ଏବଂ ଭାରତ: କାହିଁକି ଆମେ ଏହି ସମସ୍ୟାକୁ ନିଜ ଦୃଷ୍ଟିକୋଣରୁ ଦେଖିବା ଉଚିତ୍

 

  • ଜଳବାୟୁ ପରିବର୍ତ୍ତନ ପାଇଁ ବର୍ତ୍ତମାନର ବୈଶ୍ୱିକ ରଣନୀତି ତ୍ରୁଟିପୂର୍ଣ୍ଣ ଅଟେ ଏବଂ ସାର୍ବଜନୀନ ରୂପରେ ଲାଗୁ କରିବା ଯୋଗ୍ୟ ନୁହେଁ ।
  • ସମସ୍ୟାର ମୂଳରେ ରହିଛି ପାଶ୍ଚାତ୍ୟ ଆଭିମୁଖ୍ୟ, ଅର୍ଥାତ୍ ଅତ୍ୟଧିକ ଉପଭୋଗକୁ ସମାଧାନ କରିବାକୁ ଚେଷ୍ଟା କରାଯାଉ ନାହିଁ ବରଂ ଅତ୍ୟଧିକ ଉପଭୋଗ ନିମନ୍ତେ ବିକଳ୍ପ ମାର୍ଗ ସନ୍ଧାନ କରାଯାଉଛି ।
  • ‘ସମସ୍ତଙ୍କ ପାଇଁ ଗୋଟିଏ ଉପାୟ’ ଆଭିମୁଖ୍ୟ କାମ କରିବ ନାହିଁ, ଏବଂ ବିକାଶଶୀଳ ଦେଶଗୁଡ଼ିକ ସେମାନଙ୍କର ନିଜସ୍ୱ ମାର୍ଗ ବାଛିବା ପାଇଁ ସ୍ୱାଧୀନ ହେବା ଆବଶ୍ୟକ ।
  • ବିକଶିତ ବିଶ୍ୱର ଅନ୍ୟାନ୍ୟ ସ୍ଥାନରେ ଅତ୍ୟଧିକ ଉପଭୋଗ ସଂସ୍କୃତି ତୁଳନାରେ ଭାରତର ନୀତି ପ୍ରକୃତି ସହିତ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରେ ।
  • ‘ଅନେକ ପିଢ଼ି ଥିବା ପାରମ୍ପରିକ ପରିବାର’ ଉପରେ ଜୋର ଦେବା ଫଳରେ ଦୀର୍ଘସ୍ଥାୟୀ ଆବାସ ଆଡ଼କୁ ମାର୍ଗ ପ୍ରଶସ୍ତ ହେବ ।
  • ‘‘ମିଶନ ଲାଇଫ’’ ଅତ୍ୟଧିକ ଉପଭୋଗ ତୁଳନାରେ ସତର୍କତା ପୂର୍ବକ ଉପଭୋଗକୁ ପ୍ରୋତ୍ସାହନ ଦେବାର ମାନବୀୟ ସ୍ୱଭାବ ଉପରେ ଜୋର ଦେଇଥାଏ। ଅତ୍ୟଧିକ ଉପଭୋଗ ବିଶ୍ୱସ୍ତରରେ ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୂଳରେ ରହିଛି ।

************

P.S.



(Release ID: 2035498) Visitor Counter : 10