ପୋଷ୍ଟ କରାଯିବା ଦିନାଙ୍କ:
14 JUL 2024 9:15AM by PIB Bhubaneswar
ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଆକ୍ରମଣକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିନ୍ଦା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
“ମୋର ବନ୍ଧୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଆକ୍ରମଣ ଘଟଣାରେ ଗଭୀର ଉଦବେଗ ପ୍ରକାଶ କରୁଛି । ଘଟଣାକୁ ତୀବ୍ର ନିନ୍ଦା କରୁଛି । ରାଜନୀତି ଓ ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି ।
ଘଟଣାରେ ଆହତ ହୋଇଥିବା ବ୍ୟକ୍ତି ଓ ଆମେରିକୀୟ ଏବଂ ସେମାନଙ୍କ ପରିବାର ପାଇଁ ଆମର ପ୍ରାର୍ଥନା”
SR