ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ଏନସିଇଆରଟି ପାଠ୍ୟପୁସ୍ତକ ସମ୍ବନ୍ଧୀୟ ବିଭ୍ରାନ୍ତିକର ଖବର ଉପରେ ସ୍ପଷ୍ଟୀକରଣ


ଜୁଲାଇ ୨୦୨୪ ମଧ୍ୟରେ ଏନସିଇଆରଟି ଦ୍ୱାରା ସମସ୍ତ ଷଷ୍ଠ ଶ୍ରେଣୀ ପାଠ୍ୟପୁସ୍ତକ ଉପଲବ୍ଧ ହେବ

ଶ୍ରେଣୀ ୩ ଓ ୬ ବ୍ୟତୀତ ଅନ୍ୟ ସମସ୍ତ ଶ୍ରେଣୀ ପାଇଁ ପ୍ରଚଳିତ ପାଠ୍ୟକ୍ରମ କିମ୍ବା ପାଠ୍ୟପୁସ୍ତକରେ କୌଣସି ପରିବର୍ତ୍ତନ କରାଯାଇନାହିଁ

Posted On: 10 JUL 2024 3:23PM by PIB Bhubaneshwar

୨୦୨୪ ଜୁଲାଇ ୯ ତାରିଖରେ 'ଷଷ୍ଠ, ନବମ ଓ ଏକାଦଶ ଶ୍ରେଣୀ ପାଇଁ ସଂଶୋଧିତ ଏନସିଇଆରଟି ପାଠ୍ୟପୁସ୍ତକକୁ ନେଇ ଦ୍ୱନ୍ଦ୍ୱ' ଶୀର୍ଷକରେ ହିନ୍ଦୁରେ ପ୍ରକାଶିତ ଖବର ସମ୍ପର୍କରେ ସ୍ପଷ୍ଟ କରାଯାଇଛି ଯେ ଏହି ଖବରଟି ତଥ୍ୟଗତ ଭାବେ ଭୁଲ୍ ଏବଂ ବିଭ୍ରାନ୍ତିକର।

ଖବରରେ ଉଲ୍ଲେଖ ଅଛି ଯେ:

  1. ଷଷ୍ଠ ଶ୍ରେଣୀ ଏନସିଇଆରଟି ପାଠ୍ୟପୁସ୍ତକ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିବାକୁ ଆଉ ୨ ମାସ ଲାଗିବ
  2. କେବଳ ତୃତୀୟ ଓ ଷଷ୍ଠ ଶ୍ରେଣୀକୁ ସଂଶୋଧିତ ପାଠ୍ୟପୁସ୍ତକ ମିଳିବ ନା ନବମ ଓ ଏକାଦଶ ଶ୍ରେଣୀକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ ସେ ନେଇ ସିବିଏସ୍ଇ ପକ୍ଷରୁ ସଠିକ୍ ଭାବେ ସୂଚନା ଦିଆଯାଇନାହିଁ।
  3. ନବମ ଶ୍ରେଣୀ ଇଂରାଜୀ ଓ ଭୂଗୋଳ ଏବଂ ଏକାଦଶ ଶ୍ରେଣୀ ର କମ୍ପ୍ୟୁଟର ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଇତିହାସ ପାଠ୍ୟପୁସ୍ତକ ଛପା ଯାଇନାହିଁ

କୌଣସି ସନ୍ଦେହ ଦୂର କରିବା ପାଇଁ ଏବଂ ଅଧିକ ସ୍ପଷ୍ଟତା ପାଇଁ, ନିମ୍ନଲିଖିତ ସୂଚନା ପୁନଃ ପ୍ରଦାନ କରାଯାଉଛି -

  1. ଜୁଲାଇ ୨୦୨୪ ମଧ୍ୟରେ ଏନସିଇଆରଟି ଦ୍ୱାରା ସମସ୍ତ ଷଷ୍ଠ ଶ୍ରେଣୀ ପାଠ୍ୟପୁସ୍ତକ ଉପଲବ୍ଧ ହେବ । ଯେଉଁ ୨ ମାସର ସମୟ ସୀମାକୁ ଦର୍ଶାଯାଉଛି ତାହା ଭୁଲ୍। ପରୀକ୍ଷାମୂଳକ ଶିକ୍ଷଣ ପରିପ୍ରେକ୍ଷୀରେ ଅଭିଜ୍ଞତା ପାଇଁ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବା ଏବଂ ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ପୁରୁଣାରୁ ନୂତନ ପାଠ୍ୟକ୍ରମକୁ ସୁରୁଖୁରୁରେ ପରିବର୍ତ୍ତନ ସୁନିଶ୍ଚିତ କରିବା ପାଇଁ ଏନସିଇଆରଟି ଷଷ୍ଠ ଶ୍ରେଣୀ ପାଇଁ ସମସ୍ତ ୧୦ଟି ବିଷୟ କ୍ଷେତ୍ରରେ ଏକ ମାସ ବ୍ୟାପୀ ସେତୁ କାର୍ଯ୍ୟକ୍ରମ ଉପଲବ୍ଧ କରିସାରିଛି, ଯାହା ବର୍ତ୍ତମାନ ଶିକ୍ଷାଦାନ ପାଇଁ ବ୍ୟବହୃତ ହେଉଛି ।
  2. ମାର୍ଚ୍ଚ ୨୦୨୪ ରେ ହିଁ ସିବିଏସ୍ଇର ସର୍କୁଲାର ନମ୍ବର ଜରିଆରେ ଏହା ସୂଚନା ଦିଆଯାଇଥିଲା। ମାର୍ଚ୍ଚ ୨୨, ୨୦୨୪ରେ ୩ ଓ ୬ ଶ୍ରେଣୀ ବ୍ୟତୀତ ଅନ୍ୟ ସମସ୍ତ ଶ୍ରେଣୀ ପାଇଁ ପ୍ରଚଳିତ ପାଠ୍ୟକ୍ରମ କିମ୍ବା ପାଠ୍ୟପୁସ୍ତକରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ବିଭ୍ରାନ୍ତିକର ତଥ୍ୟକୁ ଦୃଷ୍ଟିରେ ରଖି ସିବିଏସ୍ଇ ପକ୍ଷରୁ ପୁଣି ଥରେ ପୂର୍ବ ଶିକ୍ଷାବର୍ଷ (୨୦୨୩-୨୪) ଭଳି ଏହି ଶ୍ରେଣୀଗୁଡ଼ିକ ପାଇଁ ସମାନ ପାଠ୍ୟପୁସ୍ତକ ବ୍ୟବହାର ଜାରି ରଖିବାକୁ ପରାମର୍ଶ ଦିଆଯାଇଛି।
  3. ଆରପିଡିସି ବାଙ୍ଗାଲୋର ତାମିଲନାଡୁ ସମେତ ସମସ୍ତ ଦକ୍ଷିଣ ଭାରତୀୟ ରାଜ୍ୟକୁ ସେବା ଯୋଗାଇଥାଏ । ଆରପିଡିସି ବାଙ୍ଗାଲୋରରୁ ମିଳିଥିବା ନବମ ଓ ଏକାଦଶ ଶ୍ରେଣୀ ପାଠ୍ୟପୁସ୍ତକର ଶୀର୍ଷକ ଭିତ୍ତିରେ ଦାବି ଏନସିଇଆରଟି ପବ୍ଲିକେସନ ଡିଭିଜନ ଦ୍ୱାରା ପୂରଣ ହୋଇଛି ଏବଂ ଆରପିଡିସି ବାଙ୍ଗାଲୋର ଦ୍ୱାରା କୌଣସି ତ୍ରୁଟି  ରିପୋର୍ଟ କରାଯାଇନାହିଁ ।

 

BS



(Release ID: 2032178) Visitor Counter : 25