ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଲୋକସଭା ବାଚସ୍ପତି ଭାବେ ନିର୍ବାଚିତ ହୋଇଥିବାରୁ ଶ୍ରୀ ଓମ ବିର୍ଲାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
प्रविष्टि तिथि:
26 JUN 2024 2:35PM by PIB Bhubaneshwar
ଦ୍ୱିତୀୟ ଥର ପାଇଁ ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଥିବାରୁ ଶ୍ରୀ ଓମ ବିର୍ଲାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ନୂତନ ଭାବେ ନିର୍ବାଚିତ ବାଚସ୍ପତିଙ୍କ ଅନ୍ତର୍ଦୃଷ୍ଟି ଓ ଅଭିଜ୍ଞତା ଯୋଗୁ ଗୃହକୁ ବୃହତ ଫାଇଦା ମିଳିପାରିବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି ।
ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି:
“ଦ୍ୱିତୀୟଥର ପାଇଁ ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଥିବାରୁ ଶ୍ରୀ ଓମ ବିର୍ଲା ଜୀଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ତାଙ୍କ ଅନ୍ତର୍ଦୃଷ୍ଟି ଓ ଅଭିଜ୍ଞତାରୁ ସଦନକୁ ଫାଇଦା ମିଳିବ । ଆଗକୁ ଥିବା ତାଙ୍କର କାର୍ଯ୍ୟକାଳ ପାଇଁ ମୋର ଅଶେଷ ଶୁଭେଚ୍ଛା” ।
SR
(रिलीज़ आईडी: 2028779)
आगंतुक पटल : 108
इस विज्ञप्ति को इन भाषाओं में पढ़ें:
Tamil
,
English
,
Urdu
,
हिन्दी
,
Hindi_MP
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Telugu
,
Kannada
,
Malayalam