ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିହାରର ନାଳନ୍ଦା ଭଗ୍ନାବଶେଷ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

Posted On: 19 JUN 2024 1:39PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ନାଳନ୍ଦା ବିଶ୍ୱବିଦ୍ୟାଳୟର ଭଗ୍ନାବଶେଷ ପରିଦର୍ଶନ କରିଛନ୍ତି । ମୂଳ ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ବିଶ୍ୱର ପ୍ରଥମ ଆବାସିକ ବିଶ୍ୱବିଦ୍ୟାଳୟ ମଧ୍ୟରୁ ଅନ୍ୟତମ ବୋଲି ବିବେଚନା କରାଯାଏ । ୨୦୧୬ରେ ନାଳନ୍ଦାର ଭଗ୍ନାବଶେଷକୁ ଜାତିସଂଘର ଐତିହ୍ୟ ସ୍ଥଳ ଭାବେ ଘୋଷଣା କରାଯାଇଥିଲା।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

‘‘ନାଳନ୍ଦାର ଖନନ ହୋଇଥିବା ଅବଶେଷ ପରିଦର୍ଶନ କରିବା ଉଲ୍ଲେଖନୀୟ ଥିଲା। ପ୍ରାଚୀନ ବିଶ୍ୱରେ ଶିକ୍ଷାର ଅନ୍ୟତମ ଶ୍ରେଷ୍ଠ କେନ୍ଦ୍ରରେ ସମୟ ବିତାଇବା ଲାଗି ଏହା ଏକ ସୁଯୋଗ ଥିଲା । ଏହି କ୍ଷେତ୍ର ଏକଦା ଏଠାରେ ବିକଶିତ ହୋଇଥିବା ଜ୍ଞାନସମୃଦ୍ଧ ଅତୀତର ଗଭୀର ଝଲକ ପ୍ରଦାନ କରିଥାଏ। ନାଳନ୍ଦା ଏକ ବୌଦ୍ଧିକ ଭାବନା ସୃଷ୍ଟି କରିଛି ଯାହା ଆମ ଦେଶରେ ଆଗକୁ ବଢ଼ିବା ଜାରି ରଖିଛି।’’

*******

P.S.



(Release ID: 2026560) Visitor Counter : 32