ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜି-୭ ଶିଖର ସମ୍ମିଳନୀ ଅବସରରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
ପୋଷ୍ଟ କରାଯିବା ଦିନାଙ୍କ:
14 JUN 2024 4:28PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସ ଗଣତନ୍ତ୍ରର ରାଷ୍ଟ୍ରପତି ମହାମହିମ ଶ୍ରୀ ଇମାନୁଏଲ ମାକ୍ରୋନ୍ ଆଜି ଇଟାଲୀର ଆପୁଲିଆଠାରେ ଜି-୭ ଶିଖର ସମ୍ମିଳନୀ ଅବସରରେ ଦ୍ୱିପାକ୍ଷିକ ବୈଠକ କରିଥିଲେ । କ୍ରମାଗତ ତୃତୀୟ ଥର ପାଇଁ କାର୍ଯ୍ୟଭାର ଗ୍ରହଣ କରିବା ପାଇଁ ରାଷ୍ଟ୍ରପତି ମାକ୍ରୋନ୍ ଶୁଭେଚ୍ଛା କରିଥିବାରୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।
ଦୁଇ ନେତା ଭାରତ-ଫ୍ରାନ୍ସ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିବା ସହ 'ହରାଇଜନ ୨୦୪୭' ରୋଡମ୍ୟାପ୍ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ରୋଡ୍ ମ୍ୟାପ୍ ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରତିରକ୍ଷା, ପରମାଣୁ, ମହାକାଶ, ଶିକ୍ଷା, ଜଳବାୟୁ କାର୍ଯ୍ୟାନୁଷ୍ଠାନ, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ଯୋଗାଯୋଗ ଏବଂ ସାଂସ୍କୃତିକ ପଦକ୍ଷେପ ଯଥା ଜାତୀୟ ସଂଗ୍ରହାଳୟ ଭାଗିଦାରୀ ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି କ୍ଷେତ୍ରରେ ସହଯୋଗ ଉପରେ ଆଲୋଚନା ହୋଇଥିଲା। 'ମେକ୍ ଇନ୍ ଇଣ୍ଡିଆ' ଉପରେ ଅଧିକ ଗୁରୁତ୍ୱ ଦେବା ସହ ରଣନୈତିକ ପ୍ରତିରକ୍ଷା ସହଯୋଗକୁ ଆହୁରି ତୀବ୍ର କରିବାକୁ ସେମାନେ ରାଜି ହୋଇଥିଲେ।
୨୦୨୫ ରେ ଫ୍ରାନ୍ସରେ ଆୟୋଜିତ ହେବାକୁ ଥିବା ଆଗାମୀ ଏଆଇ ଶିଖର ସମ୍ମିଳନୀ ଏବଂ ମିଳିତ ଜାତିସଂଘ ମହାସାଗର ସମ୍ମିଳନୀ ପରିପ୍ରେକ୍ଷୀରେ ଉପଯୁକ୍ତ ଭାବେ କାର୍ଯ୍ୟ କରିବା ସହିତ ଏଆଇ, ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ଶକ୍ତି ଏବଂ କ୍ରୀଡ଼ା କ୍ଷେତ୍ରରେ ସହଯୋଗ ବିସ୍ତାର କରିବାକୁ ସେମାନେ ସହମତ ହୋଇଥିଲେ।
ଉଭୟ ନେତା ପ୍ରମୁଖ ବୈଶ୍ୱିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଥିଲେ। ଏକ ସ୍ଥିର ଏବଂ ସମୃଦ୍ଧ ବିଶ୍ୱ ବ୍ୟବସ୍ଥା ପାଇଁ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଏକ ଦୃଢ଼ ଏବଂ ବିଶ୍ୱସନୀୟ ରଣନୈତିକ ଭାଗିଦାରୀ ଗୁରୁତ୍ୱପୂର୍ଣ୍ଣ ବୋଲି ସେମାନେ ଗୁରୁତ୍ୱାରୋପ କରିଥିଲେ ଏବଂ ଏହାକୁ ଅଧିକ ଉଚ୍ଚତାରେ ପହଞ୍ଚାଇବା ପାଇଁ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ରାଜି ହୋଇଥିଲେ।
ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ ଏବଂ ପାରାଲିମ୍ପିକ୍ କ୍ରୀଡ଼ା ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମାକ୍ରୋନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
BS
(ରିଲିଜ ଆଡି: 2025356)
ପରିଦର୍ଶକ କାଉଣ୍ଟର : 101
ଏହି ରିଲିଜ ପଢନ୍ତୁ :
Gujarati
,
English
,
Urdu
,
Marathi
,
हिन्दी
,
Hindi_MP
,
Manipuri
,
Bengali
,
Assamese
,
Punjabi
,
Tamil
,
Telugu
,
Kannada
,
Malayalam