ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ
azadi ka amrit mahotsav g20-india-2023

ଶ୍ରୀ ପ୍ରହଲ୍ଲାଦ ଯୋଶୀ ନୂତନ ଏବଂ ନବୀକରଣଯୋଗ୍ୟ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କଲେ


ଶ୍ରୀପଦ ୟେସୋ ନାୟକ ରାଜ୍ୟ ମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ

Posted On: 11 JUN 2024 2:54PM by PIB Bhubaneshwar

ଶ୍ରୀ ପ୍ରହଲ୍ଲାଦ ଯୋଶୀ ଆଜି ଅଟଳ ଅକ୍ଷୟ ଉର୍ଜା ଭବନରେ ନୂତନ ଏବଂ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ମନ୍ତ୍ରୀ ଶ୍ରୀ ଯୋଶୀ ଗ୍ରାହକ ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ଭାବରେ ନିଜର ବର୍ତ୍ତମାନର ଦାୟିତ୍ୱ ସହ ଅତିରିକ୍ତ ଦାୟିତ୍ୱ ଭାବରେ ଏହି ନୂଆ ଦାୟିତ୍ୱ ନେଇଛନ୍ତି ଶ୍ରୀ ଶ୍ରୀପଦ ୟେସୋ ନାୟକ ଆଜି ନୂତନ ଏବଂ ନବୀକରଣଯୋଗ୍ୟ ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି

ଏହି ଅବସରରେ, ନୂତନ ଏବଂ ନବୀକରଣଯୋଗ୍ୟ ମନ୍ତ୍ରଣାଳୟର ସଚିବ ଶ୍ରୀ ଭୁପିନ୍ଦର ସିଂ ଭଲ୍ଲା ମନ୍ତ୍ରାଳୟର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ

ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ ଭାରତର ଶକ୍ତି ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରର ମହତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ ଏଥିସହ ଏହି କ୍ଷେତ୍ରରେ ଅଭିବୃଦ୍ଧିର ବିସ୍ତୃତ ସମ୍ଭାବନା ସମ୍ପର୍କରେ ମଧ୍ୟ ବର୍ଣ୍ଣନା କରିଥିଲେ ଦେଶରେ ବୃଦ୍ଧି ପାଉଥିବା ଶକ୍ତି ଚାହିଦା ଏବଂ ପରିବେଶ ଜନିତ ଲକ୍ଷ୍ୟ ହାସଲ କରିବା ପାଇଁ ଅକ୍ଷୟ ଶକ୍ତି ପଦକ୍ଷେପକୁ ବ୍ୟାପକ କରିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ

ଏହା ପରେ ବିଦ୍ୟୁତ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ କେନ୍ଦ୍ର ମନ୍ତ୍ରୀଙ୍କୁ ସବିଶେଷ ବିବରଣୀ ପ୍ରଦାନ କରିଥିଲେ ସେମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା

 SR



(Release ID: 2024188) Visitor Counter : 36